ଡିଜିଟାଲ ପରଦା

କଟକରେ ପରିବାର ସହ ଗୋଟିଏ ରେସ୍ତୋରାଁକୁ ରାତ୍ରିଭୋଜନ ପାଇଁ ଯାଇଥିଲି। ଆମ ସମ୍ମୁଖ ଟେବୁଲରେ ଏକ ଦମ୍ପତି ବସିଥାଆନ୍ତି। ସେମାନଙ୍କ ସହିତ ତାଙ୍କର ଛୋଟ ପୁଅଟିଏ ଥାଏ। ବୟସ ଅତି ବେଶି ହେଲେ ତିନି ବର୍ଷ ହେବ। ପତ୍ନୀ ଓ ପତି କୌଣସି ଏକ ବିଷୟରେ କଥାବାର୍ତ୍ତା ହେଉଥା’ନ୍ତି। କିନ୍ତୁ ଛୋଟ ପୁଅଟି ଟେବୁଲ ଉପରେ ଥୁଆ ହୋଇଥିବା ବିଭିନ୍ନ ସାମଗ୍ରୀ ଇତ୍ୟାଦିକୁ ନେଇ ଖେଳରେ ମାତିଥାଏ। ମଝିରେ ମଝିରେ କିଛି କଥା ସେ ମା’ ଓ ବାପାଙ୍କୁ ପଚାରୁଥାଏ। କିନ୍ତୁ ମା’ବାପାଙ୍କଠାରୁ କୌଣସି ଉତ୍ତର ନ ମିଳୁଥିବାରୁ ଅନ୍ୟ ଉପାୟ ନ ପାଇ ପିଲାଟି ଟେବୁଲ ଉପରେ ଥୁଆ ହୋଇଥିବା ସାମଗ୍ରୀ ସହ ପୂର୍ବ ପରି ଖେଳୁଥାଏ। ମଝିରେ ମଝିରେ ପତ୍ନୀପତି ତାଗିଦା କଲେ ମଧ୍ୟ ପିଲାଟି କିଛି ଶୁଣୁ ନଥାଏ। କିଛି ସମୟ ପରେ ଯେତେବେଳେ ସେମାନେ ପୁଅଟି ହାତରେ ସେମାନଙ୍କର ଗୋଟିଏ ମୋବାଇଲ ଫୋନ ଧରାଇଦେଇ ଗେମ୍‌ ଖେଳିବାକୁ କହିଲେ, ସେତେବେଳେ ପିଲାଟିର ଚପଳତା ବନ୍ଦ ହୋଇ ଯାଇଥିଲା ଓ ଏକନିଷ୍ଠ ହୋଇ ଡିଜିଟାଲ ଗେମ୍‌ରେ ସେ ମଜ୍ଜିଗଲା। ଏଭଳି ଏକ ଘଟଣା ଏଠାରେ ଅବତାରଣା କରିବାର ଉଦ୍ଦେଶ୍ୟ ହେଉଛି, କିପରି ଆମେ ଅଭିଭାବକମାନେ ଛୋଟ ପିଲାମାନଙ୍କୁ ସମୟ ନ ଦେଇ ପ୍ରଥମରୁ ଡିଜିଟାଲ ଉପକରଣ ସହ ଯୋଡିଦେଉଛୁ; ଯାହାକି ସେମାନଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହେଉଛି।
ଆଜିର ଡିଜିଟାଲ ଯୁଗରେ ପିଲାମାନେ ସ୍ମାର୍ଟଫୋନ, ଟାବ୍‌ଲେଟ, କମ୍ପ୍ୟୁଟର କିମ୍ବା ଟେଲିଭିଜନ ମାଧ୍ୟମରେ ଛୋଟ ବୟସରୁ ଡିଜିଟାଲ ପରଦାରେ ଅଧିକ ଆକ୍ରାନ୍ତ ହୋଇଯାଉଛନ୍ତି। ଶିଶୁ ବିଶେଷଜ୍ଞଙ୍କ ମତରେ ଅତ୍ୟଧିକ ଭାବେ ଡିଜିଟାଲ ପରଦା ସଂସ୍ପର୍ଶରେ ଶିଶୁମାନେ ଆସିବା ଦ୍ବାରା ସେମାନଙ୍କ ଜ୍ଞାନଗତ ବିକାଶ ବିଳମ୍ବ ହୋଇଥାଏ। ଡିଜିଟାଲ ପରଦାର ଅତ୍ୟଧିକ ବ୍ୟବହାର ମସ୍ତିଷ୍କର ବିକାଶରେ ବାଧା ସୃଷ୍ଟି କରିପାରେ, ଯାହାକି ପରବର୍ତ୍ତୀ ସମୟରେ ସେମାନଙ୍କଠାରେ ଶାରୀରିକ ଖେଳ, ସାମାଜିକ କଥାବାର୍ତ୍ତା, ସମସ୍ୟା ସମାଧାନ କୌଶଳ ଏବଂ ଭାଷା ବିକାଶ ଉପରେ ପ୍ରଭାବ ପକାଇପାରେ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ଯେପରିକି ମେଦବହୁଳତା, ନିଦ୍ରାହୀନତା, ଥକାପଣ ଏବଂ ଦୃଷ୍ଟିଶକ୍ତି ସମସ୍ୟା ଉତ୍ପନ୍ନରେ ସାହାଯ୍ୟ କରିଥାଏ। ଅତ୍ୟଧିକ ଡିଜିଟାଲ ପରଦାର ବ୍ୟବହାର ପିଲାମାନଙ୍କଠାରେ ଉଦାସୀନତା, ଚିନ୍ତା ଆଦି ମାନସିକ ସମସ୍ୟା ସୃଷ୍ଟି କରିବା ସହ ସେମାନଙ୍କଠାରେ ବିଭିନ୍ନ ଆଚରଣଗତ ସମସ୍ୟା ସୃଷ୍ଟି କରୁଛି। ଏପରିକି ହିଂସା ଓ କ୍ରୂରତାଭିତ୍ତିକ ଡିଜିଟାଲ ଦୃଶ୍ୟ ସେମାନଙ୍କ ମାନସିକ ସ୍ଥିତିକୁ ବିଗାଡ଼ିବା ସହ ସେମାନଙ୍କଠାରେ ଅନୁରୂପ ପ୍ରବୃତ୍ତି ସୃଷ୍ଟି କରୁଛି।
ଖବର ପ୍ରକାଶ ପାଇଛି ଯେ ସ୍ବିଡେନ ସରକାରଙ୍କ ପକ୍ଷରୁ ଛୋଟ ପିଲାମାନଙ୍କ ପ୍ରତି ମୋବାଇଲ ଫୋନ, ଟିଭି ଓ କମ୍ପ୍ୟୁଟର ଆଦି ଡିଜିଟାଲ ସ୍କ୍ରିନ ବା ପରଦା ବ୍ୟବହାର ଉପରେ କଟକଣା ଲାଗୁ କରିଛନ୍ତି। ଏ ବିଷୟରେ ସରକାର ମନୋବିଜ୍ଞାନୀ, ଶିଶୁରୋଗ ବିଶେଷଜ୍ଞ ଓ ଅଭିଭାବକମାନଙ୍କ ସହ ବିଚାରବିମର୍ଶ ଜାରି ରଖିଛନ୍ତି। ପିଲାମାନଙ୍କ ସମୟ ଅତିବାହିତକୁ କିପରି ସହଜ ଓ ସରଳ କରାଯାଇପାରିବ ତଥା ସେମାନଙ୍କ ବାଲ୍ୟ ସମୟକୁ କିପରି ପୂର୍ବପରି ଆକର୍ଷଣୀୟ ଓ ପରିଭାଷିତ କରାଯାଇ ସେମାନଙ୍କୁ ଫେରାଇ ଦିଆଯାଇ ପାରିବ, ସେ ଦିଗରେ ସେଠାକାର ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ପିଲାମାନଙ୍କ ମାନସିକ ଓ ଶାରୀରିକ ଅଭିବୃଦ୍ଧି ନିମନ୍ତେ ଡିଜିଟାଲ ଉପକରଣକୁ ସେମାନଙ୍କଠାରୁ ଦୂରେଇ ରଖିବାକୁ ସରକାରଙ୍କ ଉଦ୍ୟମକୁ ସେଠାକାର ଜନସାଧାରଣ ସହଯୋଗ କରୁଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ସ୍କ୍ରିନ ଟାଇମ କୁହାଯାଉଛି। ଏଥିରେ କୁହାଯାଇଛି ଯେ, ଦୁଇବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଡିଜିଟାଲ ପରଦାଠାରୁ ସମ୍ପୂର୍ଣ୍ଣ ଦୂରରେ ରଖାଯିବ। ଦୁଇରୁ ପାଞ୍ଚ ବର୍ଷର ପିଲାମାନଙ୍କୁ ଦିନକୁ ସର୍ବାଧିକ ଏକ ଘଣ୍ଟା, ଛ’ ବର୍ଷରୁ ବାର ବର୍ଷର ପିଲାମାନଙ୍କୁ ଦିନକୁ ସର୍ବାଧିକ ଦୁଇ ଘଣ୍ଟା ଓ କିଶୋର ବୟସର ପିଲାମାନଙ୍କୁ ସର୍ବାଧିକ ତିନିଘଣ୍ଟା ଡିଜିଟାଲ ପରଦା ବ୍ୟବହାର ପାଇଁ ଅନୁମତି ମିଳିପାରିବ। ଶୋଇବା ସମୟରେ, ଏପରିକି ଶୟନ କକ୍ଷରେ କୌଣସି ପ୍ରକାର ଡିଜିଟାଲ ପରଦା ବ୍ୟବହାର ହୋଇପାରିବ ନାହିଁ। ଏଥିପାଇଁ ମାତାପିତା ଓ ଅଭିଭାବକମାନଙ୍କୁ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସ୍ବିଡେନ ନୁହେଁ, ଯୁକ୍ତରାଷ୍ଟ୍ର ଆମେରିକା, ଆୟାର୍‌ଲାଣ୍ଡ, ଫ୍ରାନ୍ସ ଆଦି ଅନେକ ରାଷ୍ଟ୍ର ପିଲାମାନଙ୍କ ଡିଜିଟାଲ ସ୍କ୍ରିନ ବ୍ୟବହାର ଉପରେ କଟକଣା ଲାଗୁ କରିସାରିଲେଣି। ଆମେରିକୀୟ ମେଡିକାଲ ଆସୋସିଏସନ ପେଡିଆଟ୍ରିକ୍ସର ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଛୋଟ ପିଲାମାନଙ୍କ ବିଳମ୍ବିତ ମାନସିକ ବିକାଶ ସହିତ ଡିଜିଟାଲ ପରଦା ସହ ଜଡ଼ିତ ସମୟର ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ଆଠ ହଜାର ଛୋଟ ପିଲାଙ୍କୁ ନେଇ ହୋଇଥିବା ଗବେଷଣାରୁ ଏହ ସ୍ପଷ୍ଟ ହୋଇଛି ଯେ, ଅଧିକ ସମୟ ଡିଜିଟାଲ ପରଦାରେ ସମୟ ଅତିବାହିତ କରୁଥିବା ପିଲାମାନେ କମ୍‌ ସମୟ ଡିଜିଟାଲ ପରଦାରେ ଅତିବାହିତ କରୁଥିବା ପିଲାଙ୍କ ତୁଳନାରେ କମ୍‌ ମେଧାସମ୍ପନ୍ନ ଓ ସେମାନଙ୍କ ବ୍ୟବହାରିକ ଆଚରଣ ମଧ୍ୟ ନିମ୍ନ ସ୍ତରର।
ଉତ୍ତରପ୍ରଦେଶର ଗୋଟିଏ ପ୍ରତିଷ୍ଠିତ ଘରୋଇ ସ୍କୁଲ ଇତିମଧ୍ୟରେ ଛୋଟ ପିଲାମାନଙ୍କୁ ମୋବାଇଲ ଫୋନ ବ୍ୟବହାରଠାରୁ ଦୂରେଇ ରଖିବା ପାଇଁ ଏକ ଅଭିନବ ସଚେତନତାମୂଳକ ପଦକ୍ଷେପ ନେଇଛନ୍ତି, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରାର୍ଥନା କକ୍ଷରେ ଯେତେବେଳେ ସବୁ ପିଲା ଠିଆ ହୋଇ ପ୍ରାର୍ଥନା କରିବାକୁ ଯାଉଛନ୍ତି, ସେହି ସମୟରେ ଜଣେ ଶିକ୍ଷୟିତ୍ରୀ କାନ୍ଦି କାନ୍ଦି ସେଠାରେ ପ୍ରବେଶ କରୁଛନ୍ତି। ତାଙ୍କ ଆଖିରେ ବ୍ୟାଣ୍ଡେଜ ଲଗାଯାଇଛି ଓ ଆଖି ଚାରିପଟରେ ରକ୍ତ ବି ଲାଗିଛି। ଅନ୍ୟ ଶିକ୍ଷୟିତ୍ରୀମାନେ ଏ ସବୁ ଦେଖି ବ୍ୟତିବ୍ୟସ୍ତ ହୋଇଯାଉଛନ୍ତି ଓ କିପରି ଏଭଳି ଦୁର୍ଘଟଣା ହେଲା ବୋଲି ପଚାରୁଛନ୍ତି। ଆହତ ଶିକ୍ଷୟିତ୍ରୀ ଜଣଙ୍କ ମୋବାଇଲ ଫୋନ ବ୍ୟବହାର ଦ୍ବାରା ତାଙ୍କର ଆଖି ନଷ୍ଟ ହୋଇଯାଇଛି ବୋଲି କହୁଛନ୍ତି। ଏହାପରେ ଅନ୍ୟ ଜଣେ ଶିକ୍ଷୟିତ୍ରୀ ଯେତେବେଳେ ମୋବାଇଲ ଫୋନ୍‌ଟିଏ ଉପସ୍ଥିତ ପିଲାମାନଙ୍କୁ ଦେଉଛନ୍ତି, ତାହାକୁ ଧରିବାକୁ ମଧ୍ୟ ପିଲାମାନେ ମନା କରିଦେଉଛନ୍ତି। ମୋବାଇଲ ଫୋନଠାରୁ ଛୋଟ ଛୋଟ ପିଲାମାନଙ୍କୁ ଦୂରେଇ ରଖିବା ପାଇଁ ପ୍ରସ୍ତୁତ ହୋଇଥିବା ଏହି ଭିଡିଓକୁ ସାଧାରଣରେ ପ୍ରଶଂସା କରାଯାଉଛି। ତେବେ ବିଦ୍ୟାଳୟଗୁଡ଼ିକରେ ଡିଜିଟାଲ ପରଦା ମାଧ୍ୟମରେ ପାଠପଢ଼ା ହେଉ ବା ମୋବାଇଲ ଫୋନ ବ୍ୟବହାରକୁ ନେଇ ନିର୍ଦ୍ଦିଷ୍ଟ ସମୟ ଲାଗୁ କରାଯାଇପାରିବ, ମାତ୍ର ଅଧିକ ସମୟ ପିଲାମାନେ ନିଜ ଘରେ ଅତିବାହିତ କରୁଥିବାରୁ ସେମାନଙ୍କ ଉପରେ ଅଧିକ ଯତ୍ନବାନ ହେବାର ଦାୟିତ୍ୱ ମାତା-ପିତା ବା ଅଭିଭାବକମାନଙ୍କର ରହିଛି। ପିଲାମାନଙ୍କ ପାଇଁ ଡିଜିଟାଲ ପରଦାର ସମୟ ନିର୍ଦ୍ଧାରଣ କରନ୍ତୁ ଓ ସେମାନଙ୍କ ଉପରେ ନଜର ବି ରଖନ୍ତୁ। ସେମାନଙ୍କଠାରେ ବିକଳ୍ପ କାର୍ଯ୍ୟକଳାପ ସୃଷ୍ଟି ପାଇଁ ପ୍ରୋତ୍ସାହନ ଦିଅନ୍ତୁ ଯେପରିକି ବହି ପଢ଼ିବା, ବାହାରେ ଖେଳିବା, ଚିତ୍ର ଆଙ୍କିବା, ଗୀତ ଶିଖିବା, ନୃତ୍ୟ ଶିଖିବା, ସେମାନଙ୍କୁ ଗପ ବା କାହାଣୀ ଶୁଣାଇବା ଇତ୍ୟାଦି। ପିଲାମାନଙ୍କ ଆଗରେ ଆଦର୍ଶ ହୁଅନ୍ତୁ, ଅର୍ଥାତ୍‌ ନିଜର ଡିଜିଟାଲ ପରଦାର ସମୟକୁ ପ୍ରଥମେ ସୀମିତ କରନ୍ତୁ। ସେମାନଙ୍କ ସହ ଅଧିକ ସମୟ ଅତିବାହିତ କରନ୍ତୁ। ଯେତିକି ସମୟ ପିଲାମାନେ ଡିଜିଟାଲ ପରଦାରେ ରହୁଛନ୍ତି, ସେମାନେ ଦେଖୁଥିବା ବିଷୟବସ୍ତୁ ଉପରେ ନଜର ରଖନ୍ତୁ ଓ ତାହା ବୟସ-ଉପଯୁକ୍ତ ଏବଂ ସେମାନଙ୍କର ବିକାଶ ପର୍ଯ୍ୟାୟ ପାଇଁ ଉପଯୁକ୍ତ ବୋଲି ନିଶ୍ଚିତ କରନ୍ତୁ। ସନ୍ତୁଳିତ ଡିଜିଟାଲ ପରଦା ବ୍ୟବହାରର ମହତ୍ତ୍ୱ ଏବଂ ସେମାନଙ୍କ ସ୍ବାସ୍ଥ୍ୟ ଏବଂ ସୁସ୍ଥତା ଉପରେ ତାହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆପଣଙ୍କ ପିଲାମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ। ଆସନ୍ତୁ ଏକ ସୁସ୍ଥ ଡିଜିଟାଲ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରିବା, ଯେଉଁଠାରେ ଆମ ପିଲାମାନେ ବିନା ବାଧାରେ ସେମାନଙ୍କର ଶାରୀରିକ ଓ ମାନସିକ ବିକାଶର ଶୀର୍ଷରେ ପହଞ୍ଚତ୍ପାରିବେ।
ମୋ: ୯୪୩୭୨୩୨୪୬୩

ପ୍ରକାଶ ତ୍ରିପାଠୀ
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?