ଫିଚର ଫୋନ୍‌ରେ ଡିଜିଟାଲ ପେମେଣ୍ଟ

ମୁମ୍ବାଇ,୯ା୩: ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ପ୍ରଚଳନର ପ୍ରାୟ ୬ ବର୍ଷ ପରେ ଏବେ ସାଧାରଣ ଫିଚର ଫୋନ୍‌ରେ ମଧ୍ୟ ଡିଜିଟାଲ ପେମେଣ୍ଟ ଅର୍ଥାତ୍‌ ଟଙ୍କା ଦେଣନେଣ କରିହେବ। ଏନେଇ ନୂଆ ଡିଜିଟାଲ ଫିଚର ‘ୟୁପିଆଇ ୧୨୩ପେ’ ଉପଲବ୍ଧ ହୋଇଛି, ଯଦ୍ଦ୍ବାରା ଦେଶର ୪୦ କୋଟିରୁ ଊର୍ଦ୍ଧ୍ୱ ଫିଚର ଫୋନ୍‌ ବ୍ୟବହାରକାରୀ ୟୁପିଆଇ ପେମେଣ୍ଟ ସୁବିଧା ପାଇପାରିବେ ବୋଲି ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ମଙ୍ଗଳବାର କହିଛନ୍ତି।
ଆର୍‌ବିଆଇ ଅଧୀନ ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଦ୍ୱାରା ୟୁପିଆଇ ପରିଚାଳିତ। ତେବେ ୟୁପିଆଇକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏନ୍‌ପିସିଆଇ ଦ୍ୱାରା ଅନ୍‌ଷ୍ଟ୍ରକଚର୍ଡ ସପ୍ଲିମେଣ୍ଟାରି ସର୍ଭିସ୍‌ ଡାଟା (ୟୁଏସ୍‌ଏସ୍‌ଡି) ଭିତ୍ତିକ ସେବା ‘ୟୁପିଆଇ ୧୨୩ପେ’ ଆରମ୍ଭ ହୋଇଛି। ଏହା ମାଧ୍ୟମରେ ଲୋକେ ନିଜ ଫିଚର ଫୋନ୍‌ରେ ଡିଜିଟାଲ ପେମେଣ୍ଟ ସେବା ପାଇପାରିବେ। ଆର୍‌ବିଆଇ ଗଭର୍ନର ଦାସ ‘ୟୁପିଆଇ ୧୨୩ପେ’ ସମେତ ଏଥିନିମନ୍ତେ ୨୪ ଘଣ୍ଟିଆ ହେଲ୍‌ପଲାଇନ ସେବା ‘ଡିଜିସାଥୀ’ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଫିଚର ଫୋନଧାରୀମାନେ କୌଣସି ଆପତ୍ତି ଅଭିଯୋଗ ଏବଂ ଅନୁସନ୍ଧାନ ପାଇଁ ‘ଡିଜିସାଥୀ’ ସହ ଫୋନ୍‌କଲ୍‌ (୧୪୪୩୧ ଓ ୧୮୦୦ ୮୯୧ ୩୩୩୩) ଏବଂ ଓ୍ବେବ୍‌ସାଇଟ୍‌ (www.Digisaathi.Info) ଜରିଆରେ ଯୋଗାଯୋଗ କରିପାରିବେ।
ଆର୍‌ବିଆଇ ଗଭର୍ନର ଦାସ କହିଛନ୍ତି ଯେ, ୟୁପିଆଇ ଅଧୀନରେ କାରବାର ବଢ଼ିଚାଲିଛି। ଆର୍ଥିକ ବର୍ଷ ୨୦୨୨ରେ ଅଦ୍ୟାବଧି ୟୁପିଆଇ କାରବାର ୭୬ ଲକ୍ଷ କୋଟି ଟଙ୍କା ଛୁଇଁଛି, ଯାହାକି ଆର୍ଥିକ ବର୍ଷ ୨୦୨୧ରେ ୪୧ ଲକ୍ଷ କୋଟି ଟଙ୍କା ହୋଇଥିଲା। କେବଳ ଗତ ଫେବୃୟାରୀରେ ୪୫୩ କୋଟି ଡିଜିଟାଲ ଟ୍ରାଞ୍ଜାକଶନ ମାଧ୍ୟମରେ ୮.୨୬ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିଲା। ୧୦୦ ଲକ୍ଷ କୋଟି ଟଙ୍କାର ୟୁପିଆଇ କାରବାର ଆଉ ବେଶି ଦିନ ଦୂର ନୁହେଁ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri