ଫିଚର ଫୋନ୍‌ରେ ଡିଜିଟାଲ ପେମେଣ୍ଟ

ମୁମ୍ବାଇ,୯ା୩: ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ପ୍ରଚଳନର ପ୍ରାୟ ୬ ବର୍ଷ ପରେ ଏବେ ସାଧାରଣ ଫିଚର ଫୋନ୍‌ରେ ମଧ୍ୟ ଡିଜିଟାଲ ପେମେଣ୍ଟ ଅର୍ଥାତ୍‌ ଟଙ୍କା ଦେଣନେଣ କରିହେବ। ଏନେଇ ନୂଆ ଡିଜିଟାଲ ଫିଚର ‘ୟୁପିଆଇ ୧୨୩ପେ’ ଉପଲବ୍ଧ ହୋଇଛି, ଯଦ୍ଦ୍ବାରା ଦେଶର ୪୦ କୋଟିରୁ ଊର୍ଦ୍ଧ୍ୱ ଫିଚର ଫୋନ୍‌ ବ୍ୟବହାରକାରୀ ୟୁପିଆଇ ପେମେଣ୍ଟ ସୁବିଧା ପାଇପାରିବେ ବୋଲି ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ମଙ୍ଗଳବାର କହିଛନ୍ତି।
ଆର୍‌ବିଆଇ ଅଧୀନ ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଦ୍ୱାରା ୟୁପିଆଇ ପରିଚାଳିତ। ତେବେ ୟୁପିଆଇକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏନ୍‌ପିସିଆଇ ଦ୍ୱାରା ଅନ୍‌ଷ୍ଟ୍ରକଚର୍ଡ ସପ୍ଲିମେଣ୍ଟାରି ସର୍ଭିସ୍‌ ଡାଟା (ୟୁଏସ୍‌ଏସ୍‌ଡି) ଭିତ୍ତିକ ସେବା ‘ୟୁପିଆଇ ୧୨୩ପେ’ ଆରମ୍ଭ ହୋଇଛି। ଏହା ମାଧ୍ୟମରେ ଲୋକେ ନିଜ ଫିଚର ଫୋନ୍‌ରେ ଡିଜିଟାଲ ପେମେଣ୍ଟ ସେବା ପାଇପାରିବେ। ଆର୍‌ବିଆଇ ଗଭର୍ନର ଦାସ ‘ୟୁପିଆଇ ୧୨୩ପେ’ ସମେତ ଏଥିନିମନ୍ତେ ୨୪ ଘଣ୍ଟିଆ ହେଲ୍‌ପଲାଇନ ସେବା ‘ଡିଜିସାଥୀ’ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଫିଚର ଫୋନଧାରୀମାନେ କୌଣସି ଆପତ୍ତି ଅଭିଯୋଗ ଏବଂ ଅନୁସନ୍ଧାନ ପାଇଁ ‘ଡିଜିସାଥୀ’ ସହ ଫୋନ୍‌କଲ୍‌ (୧୪୪୩୧ ଓ ୧୮୦୦ ୮୯୧ ୩୩୩୩) ଏବଂ ଓ୍ବେବ୍‌ସାଇଟ୍‌ (www.Digisaathi.Info) ଜରିଆରେ ଯୋଗାଯୋଗ କରିପାରିବେ।
ଆର୍‌ବିଆଇ ଗଭର୍ନର ଦାସ କହିଛନ୍ତି ଯେ, ୟୁପିଆଇ ଅଧୀନରେ କାରବାର ବଢ଼ିଚାଲିଛି। ଆର୍ଥିକ ବର୍ଷ ୨୦୨୨ରେ ଅଦ୍ୟାବଧି ୟୁପିଆଇ କାରବାର ୭୬ ଲକ୍ଷ କୋଟି ଟଙ୍କା ଛୁଇଁଛି, ଯାହାକି ଆର୍ଥିକ ବର୍ଷ ୨୦୨୧ରେ ୪୧ ଲକ୍ଷ କୋଟି ଟଙ୍କା ହୋଇଥିଲା। କେବଳ ଗତ ଫେବୃୟାରୀରେ ୪୫୩ କୋଟି ଡିଜିଟାଲ ଟ୍ରାଞ୍ଜାକଶନ ମାଧ୍ୟମରେ ୮.୨୬ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିଲା। ୧୦୦ ଲକ୍ଷ କୋଟି ଟଙ୍କାର ୟୁପିଆଇ କାରବାର ଆଉ ବେଶି ଦିନ ଦୂର ନୁହେଁ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri