ଅବକାରୀ ବିଭାଗକୁ ଡିଜିଟାଲ ଇଣ୍ଡିଆ ସ୍ବର୍ଣ୍ଣ ପୁରସ୍କାର

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ସ୍ବଚ୍ଛତା, ସମୟାନୁବର୍ତ୍ତିତା, ଅନ୍‌ଲାଇନ ସେବା ତଥା ‘ଇ-ଅବକାରୀ’ ନୀତି ପାଇଁ ରାଜ୍ୟ ଅବକାରୀ ବିଭାଗକୁ ସମ୍ମାନଜନକ ‘ଡିଜିଟାଲ ଇଣ୍ଡିଆ ସ୍ବର୍ଣ୍ଣ ପୁରସ୍କାର’ ନିମନ୍ତେ ଚୟନ କରାଯାଇଛି। ୨୦୨୩ ଜାନୁୟାରୀ ୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଓଡ଼ିଶା ସରକାରଙ୍କ ‘୫-ଟି’ ସୂତ୍ର ଅନୁଯାୟୀ ୨୦୧୯-୨୦ରୁ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ସହାୟତାରେ ଅବକାରୀ ବିଭାଗ ଅନ୍‌ଲାଇନ୍‌ ମାଧ୍ୟମରେ ୩୦ରୁ ଅଧିକ କାର୍ଯ୍ୟକ୍ରମ ଓ ସେବା ଯୋଗାଇ ଆସୁଛି। ଅବକାରୀ ଅପରାଧର ଠିକ୍‌ ପର୍ଯ୍ୟବେକ୍ଷଣ, ଚଢ଼ାଉକୁ ଜୋର୍‌ଦାର କରିବା, ନକଲି ମଦ କାରବାର ରୋକିବା, ସମୟାନୁବର୍ତ୍ତୀ ସେବା ପ୍ରଦାନ, ମଦ ଉତ୍ପାଦନ, ପରିବହନ, ନିୟନ୍ତ୍ରଣ, ଯୋଗାଣ ଓ ପରିଚାଳନା ସମେତ ସାମୂହିକ ସେବାରେ ସହାୟତା ପ୍ରଦାନ କରି ଆସୁଛି। ଇ-ଅବକାରୀ ଦ୍ୱାରା ଅନ୍‌ଲାଇନ ଲଟେରି ମାଧ୍ୟମରେ ଅବକାରୀ ଦୋକାନ ବନ୍ଦୋବସ୍ତ, ଠିକ୍‌ ସମୟରେ ଲାଇସେନ୍ସ ପ୍ରଦାନ, ନବୀକରଣ, ୧୦୦% ସରକାରୀ ପ୍ରାପ୍ୟର ଅନ୍‌ଲାଇନ ପୈଠ, ବ୍ରାଣ୍ଡ/ଲେବୁଲ ପଞ୍ଜୀକରଣ, ଅବକାରୀ ଦୋକାନଗୁଡ଼ିକର ସ୍ଥାନାନ୍ତର ଓ ମାଲିକାନା ସ୍ବତ୍ୱ ପରିବର୍ତ୍ତନ, ପର୍‌ମିଟ୍‌ ଓ ପାସ୍‌ ପ୍ରଦାନ, ମୋବାଇଲ ଆପ୍‌ ମାଧ୍ୟମରେ ଚଢ଼ାଉ ସ୍ଥାନ ଚିହ୍ନଟ କରାଯାଉଛି। ଫଳରେ ପୂର୍ବ ବର୍ଷ ତୁଳନାରେ ଦୁଇଗୁଣା ଅଭିଯୁକ୍ତ ଗିରଫ ହୋଇଛନ୍ତି। ବିଭାଗ ଅଧିକ ସ୍ବଚ୍ଛ, କ୍ରିୟାଶୀଳ, ଉତ୍ତରଦାୟୀ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri