ଜୀ-ସାର୍ଥକର ‘ନୂଆବର୍ଷ ଭେଟି’

ଭୁବନେଶ୍ୱର,୨୩।୧୨:ରାଜ୍ୟର ପ୍ରମୁଖ ଘରୋଇ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ନୂଆବର୍ଷ ଅବସରରେ ୨୪ଘଣ୍ଟିଆ ନନ୍‌ଷ୍ଟପ୍‌ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏପରିକି ଦର୍ଶକଙ୍କ ପାଇଁ ନୂଆ ବର୍ଷରେ ଭିନ୍ନ ଧରଣର ମନୋରଞ୍ଜନ ଭେଟି ଦିଆଯିବ ବୋଲି ଜଣାପଡ଼ିଛି। ବିଶେଷକରି ୨୦୨୩ର ପ୍ରଥମ ଦିନରେ ଜୀ ସାର୍ଥକ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସାରଣ ସହ ସମ୍ପୂର୍ଣ୍ଣ ୨୪ ଘଣ୍ଟା ପାଇଁ ସ୍ବତନ୍ତ୍ର ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି କୁହାଯାଉଛି। ସେହିଭଳି ୩୧ ଡିସେମ୍ବର ରାତି ୧୦.୩୦ ରୁ ୧ ଜାନୁୟରୀ ୧୦ଟା ୩୦ ପର୍ଯ୍ୟନ୍ତ ପୂରା ୨୪ ଘଣ୍ଟା ଦର୍ଶକଙ୍କୁ ମିଳିବ ମନୋରଞ୍ଜନର ସମ୍ଭାର। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଡିସେମ୍ବର ୩୧ ରାତି ୧୦ଟା ୩୦ରୁ ୨ଟା ପର୍ଯ୍ୟନ୍ତ ଜୀ ସାର୍ଥକର ଏକ୍ସକ୍ଲୁସିଭ ପ୍ରୋଗ୍ରାମ ହାପି ନ୍ୟୁ ଇୟର ସହ ରାତି ୨ଟାରୁ ଭୋର୍‌ ୪ଟା ୩୦ପର୍ଯ୍ୟନ୍ତ ଫ୍ଲାସ୍‌ ବ୍ୟାକ୍‌ ୨୦୨୨ ଏବଂ ଭୋର୍‌ ୪ଟା ୩୦ରୁ ୫ଟା ପର୍ଯ୍ୟନ୍ତ ବିଷ୍ଣୁ ସହସ୍ର ନାମ ପ୍ରସାରଣ ହେବ। ସେହିଭଳି ୧ ତାରିଖ ସକାଳ ୫ଟାରୁ ଦିନ ୮ଟା ସୁପରହିଟ୍‌ ଚଳଚ୍ଚିତ୍ର ‘ଭୋଳା ଶଙ୍କର ଥିଲେ ଡର କାହାକୁ’, ସକାଳ ୮ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଚଳଚ୍ଚିତ୍ର ‘ପାରି କରିବେ ଭୋଳାଶଙ୍କର’, ଦିନ ୧୧ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଚଳଚ୍ଚିତ୍ର ’ତୁ ମୋର ସାଥିରେ’ ଏବଂ ଦିନ ୨ଟାରୁ ୫ ଟା ପର୍ଯ୍ୟନ୍ତ ଭିନ୍ନ ସ୍ବାଦର ଚଳଚ୍ଚିତ୍ର ଟନିକ ପ୍ରସାରିତ ହେବ। ସେହିପରି ସା ୫ଟା ରୁ ୬ ଟା ପର୍ଯ୍ୟନ୍ତ ଲୋକପ୍ରିୟ ରିଆଲିଟି ଶୋ ଦିଦି ନମ୍ବର ୱାନ୍‌’ର ନୂଆ ବର୍ଷ ସ୍ବତନ୍ତ୍ର ସହ ସା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ବର ଓ ସଙ୍ଗୀତର ଧମାକା ‘ସା ରେ ଗା ମା ପା’ର ନନ୍‌ଷ୍ଟପ୍‌ ମନୋରଞ୍ଜନ ସହ ଗ୍ରାଣ୍ଡ ଫିନାଲେ ଓ ରାତି ୧୦ଟା ରୁ ୧୦ ଟା ୩୦ ପର୍ଯ୍ୟନ୍ତ ସା ରେ ଗା ମା ପା ଏକ୍ସଟ୍ରାସଟ୍‌ ଭଳି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇ ରହିବାକୁ ଜୀ ସାର୍ଥକ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

RBIର ବଡ଼ ଝଟକା: ୪ ବର୍ଷ ପରେ ବୃଦ୍ଧି ପାଇଲା ରେପୋ ରେଟ, ଜାଣନ୍ତୁ କେତେ ବଢ଼ିବ EMI

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?