ଡିଜିଟାଲ ବ୍ରଡ୍‌ବ୍ୟାଣ୍ଡ୍‌ ବର୍ତ୍ତମାନର ଆବଶ୍ୟକତା: ପ୍ରଶାନ୍ତ ଅଗ୍ରଓ୍ବାଲ

ଡିଜିଟାଲ ଯୁଗରେ ପ୍ରତି କ୍ଷେତ୍ରରେ ଡିଜିଟାଇଜେଶନର ପ୍ରଭାବ ରହିଛି। ଏବେ ସମସ୍ତ ବ୍ୟବସାୟ ଡିଜିଟାଇଜ୍‌ଡ ହୋଇଯାଇଥିବାରୁ କାମକୁ ସ୍ମାର୍ଟ ଉପାୟରେ କରିହେଉଛି। ବ୍ରଡ୍‌ବ୍ୟାଣ୍ଡ୍‌ ହେଉଛି ଡିଜିଟାଲ ୱାଲର୍‌ଡ ଅଧୀନ ଯୋଗାଯୋଗର ଏକ ମାଧ୍ୟମ। ବିଶ୍ୱ ଅଟକେ ନାହିଁ ବୋଲି କୋଭିଡ୍‌ ଆମକୁ ଶିକ୍ଷା ଦେଇଛି। କରୋନା କାଳରେ ବି ଅନେକେ ଓ୍ବାର୍କ ଫ୍ରମ୍‌ ହୋମ୍‌ ବା ଘରୁ କାମ କରୁଥିଲେ। ଏପରି କି ଛାତ୍ରୀଛାତ୍ରମାନେ ମଧ୍ୟ ଅନ୍‌ଲାଇନ୍‌ରେ କ୍ଲାସ୍‌ କରୁଥିଲେ। ତେଣୁ ଡିଜିଟାଲ ବ୍ରଡ୍‌ବ୍ୟାଣ୍ଡ୍‌ ବର୍ତ୍ତମାନ ସମୟର ଆବଶ୍ୟକତା। ଆମ ସ୍ମର୍ଟ ସିଟି ବି ଏହାର ଏକ ଅଂଶ। ସ୍ମାର୍ଟ ସିଟିରେ ଡିଜିଟାଲ ବ୍ରଣ୍ଡ୍‌ବ୍ୟାଣ୍ଡର ସୁଯୋଗ ସମ୍ପର୍କରେ ଧରିତ୍ରୀ ଆଗରେ ଏଭଳି ମତ ରଖନ୍ତି ଓ୍ବିଫି ଟେକ୍ନୋଲୋଜି ପ୍ରାଇଭେଟ ଲିଃ ସହପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ଅଗ୍ରଓ୍ବାଲ।

କନେକ୍ଟିଭିଟିର ବର୍ତ୍ତମାନ ସ୍ଥିତି କ’ଣ ଓ ଏହାକୁ ଆପଣ କିପରି ଦେଖୁଛନ୍ତି ?
ଆମ ଶିଳ୍ପରେ ଆମେ ସବୁବେଳେ ସୃଜନଶୀଳତାରେ ବିଶ୍ବାସ କରୁ। ନିଜକୁ ଯୁଗୋପଯୋଗୀ କରିବା ପାଇଁ ନୂଆ ନୂଆ ଜିନିଷକୁ ଗ୍ରହଣ କରୁ। ତେଣୁ ଆପଣ କହିପାରିବେ ଯେ ଆଜି ଓ ପ୍ରତିଦିନ ଆମ ଶିଳ୍ପ ସୃଜନଶୀଳ ଉପାୟରେ ସେବାର ମାନ ବଢ଼ାଇଚାଲିଛି। ୧୦-୧୨ ବର୍ଷ ପୂର୍ବରୁ ୨ ଏମ୍‌ବିପିଏସ୍‌ ସ୍ପିଡ୍‌ ଇଣ୍ଟରନେଟର ଦ୍ରୁତତମ ବେଗ ବୋଲି ଜଣାଯାଉଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଗୋଟେ ସାଧାରଣ ଏଫ୍‌ଟିଟିଏଚ୍‌ କନେକ୍ସନ୍‌ ୧୦୦୦ ଏମ୍‌ବିପିଏସ୍‌ର ସ୍ପିଡ୍‌ ଦେଉଛି। ତେଣୁ ଆପଣ ଫରକ୍‌ ବୁଝିପାରୁଥିବେ ଏବଂ ଏ କ୍ଷେତ୍ରରେ କେତେ ଶୀଘ୍ର ପରିବର୍ତ୍ତନ ହେଉଛି ଜାଣି ପାରୁଥିବେ।

କାମ କରିବାବେଳେ କେଉଁ କେଉଁ ଚ୍ୟାଲେଞ୍ଜ ଆସିବ ବୋଲି ଭାବୁଛନ୍ତି ?
ଯେମିତିକି ମୁଁ କହିଲି ଆମ ଶିଳ୍ପ ବହୁତ ଶୀଘ୍ର ଅଗ୍ରଗତି କରୁଛି। ଏଥିରେ ପ୍ରତିଦିନ ନୂଆ ନୂଆ ପ୍ରଯୁକ୍ତିର ଉତ୍ପାଦ ବଜାରକୁ ଆସୁଛି। ତେଣୁ ପୁରୁଣା ପ୍ରଯୁକ୍ତି ଖୁବ୍‌ ଶୀଘ୍ର ଆଉଟ୍‌ଡେଟେଡ୍‌ ହୋଇଯାଉଛି। ଫଳରେ ପୁରୁଣା ପ୍ରଯୁକ୍ତି ଲାଗି ହୋଇଥିବା ନିବେଶ ମଧ୍ୟ ଶୂନ ହୋଇଯାଉଛି।

ଆପଣଙ୍କ ଯୋଜନା କ’ଣ ?
ଆମର ଲକ୍ଷ୍ୟ ହେଉଛି ଓଡ଼ିଶାକୁ ଉଚ୍ଚମାନର ଭରସାଯୋଗ୍ୟ ଇଣ୍ଟରନେଟ୍‌ ସେବା ଯୋଗାଇବା। ଏହା ଉପରେ ଧ୍ୟାନ କେନ୍ଦ୍ରିତ କରିଛୁ। ଆମେ ପ୍ରଥମ ଥର ପାଇଁ ଗିଗା ଫାଇଭର କନ୍‌ସେପ୍ଟ ସହ ଓଡ଼ିଶାକୁ ଆସିଥିଲୁ ଏବଂ ଭୁବନେଶ୍ବରକୁ ରାଜ୍ୟର ପ୍ରଥମ ଗିଗା ସିଟିରେ ପରିଣତ କରିଥିଲୁ।

ଇଣ୍ଟରନେଟ ବ୍ୟବହାର ବଢ଼ିଛି। ଏହାକୁ ଦେଖି ଭାରତୀୟମାନେ ଆଇଏସ୍‌ପି ଏବଂ ଇଣ୍ଟରନେଟ୍‌ ଏକ୍ସଚେଞ୍ଜଗୁଡ଼ିକ ଲାଗି କେତେ ପ୍ରସ୍ତୁତ?
ମହାମାରୀ ବେଳେ ସମସ୍ତେ ଘରେ ବନ୍ଦହୋଇ ରହିଲେ। ବାହାର ବିଷୟରେ ଜାଣିବା ଲାଗି ଏକମାତ୍ର ଉପାୟ ଥିଲା ଇଣ୍ଟରନେଟ୍‌। କିନ୍ତୁ ସେହି ସମୟରେ କର୍ପୋରେଟ୍‌ ଜଗତ ବନ୍ଦ ଥିଲା। ଗୋଟିଏ ପଟେ ଚାହିଦା ବଢ଼ିଚାଲିଲା ଓ ଅନ୍ୟପଟେ କର୍ପୋରେଟ୍‌ ଇଣ୍ଟରନେଟ୍‌ ବ୍ୟବହାର କମିଥିଲା। କିନ୍ତୁ ମୋଟାମୋଟି ଚାହିଦା ଓ ବ୍ୟବହାର ବହୁତ ବଢ଼ିଯାଇଛି। ମୋ ଦୃଷ୍ଟିରେ ଏବେ ଇଣ୍ଟରନେଟ୍‌ ପାଇପ୍‌ରେ ଉଚ୍ଚ ଡାଟା ଟ୍ରାଫିକକୁ ପରିଚାଳନା କରିବା ଏକ ଚ୍ୟାଲେଞ୍ଜ। କିନ୍ତୁ ବର୍ତ୍ତମାନ ବିସ୍ଫୋରଣ ଭଳି ସ୍ଥିତି ଆସିନାହିଁ। ତେଣୁ ମୁଁ ଭାବୁଛି ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି।

ମହାମାରୀ ଆମକୁ କି ଶିକ୍ଷା ଦେଇଛି?
ମୁଁ ଭାବୁଛି ମହାମାରୀରେ ଆମେ ଜୀବନରେ କିଛି ନୂଆ ଶିଖିଲେ। ହୁଏତ ତାହା ଜୀବନ କିମ୍ବା ବ୍ୟବସାୟକୁ ଦେଖିବାର ନୂଆ ଦୃଷ୍ଟିଭଙ୍ଗୀ ହୋଇପାରେ। ମହାମାରୀ ସମସ୍ତଙ୍କ ଜୀବନର ଏକ କଠିନ ସମୟ ହୋଇଥିବା ସତ୍ତ୍ବେ ଏହା ଆମକୁ ଅନେକ ଶିକ୍ଷା ଦେଇଛି। ପ୍ରକୃତି ଆଗରେ ଆମ ଅସ୍ତିତ୍ୱ କିଛି ନୁହେଁ। ତେଣୁ ପ୍ରକୃତି ଓ ପରିବେଶକୁ ରକ୍ଷା କରନ୍ତୁ ଓ ଜୀବନ ବଞ୍ଚାନ୍ତୁ।
ପରେ ଭାରତୀୟ ଅର୍ଥନୀତି ଓ ବ୍ୟବସାୟ ଜଗତର ପୁନରୁଦ୍ଧାର ?

ଆପଣ ଦେଖୁଛନ୍ତି ଯେ ଭାରତୀୟ ଅର୍ଥନୀତି ଟ୍ରାକ୍‌କୁ ଫେରିଛି। ଷ୍ଟକ୍‌ ବଜାର ନୂଆ ଶିଖରକୁ ଛୁଉଁଛି। ତେଣୁ ଆମେ ଠିକ୍‌ ବାଟରେ ଯାଉଛେ। ମହାମାରୀ ସମୟରେ ଉପଯୁକ୍ତ ପଦକ୍ଷେପ ନେଇଥିବାରୁ ସରକାରଙ୍କୁ ଅଶେଷ ଧନ୍ୟବାଦ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri