Posted inଜାତୀୟ

ଡିଜିଟାଲ ଆରେଷ୍ଟ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୮ା୧୦ : ଦେଶରେ ବଢ଼ି ଚାଲିଥିବା ଡିଜିଟାଲ ଆରେଷ୍ଟ ମାମଲାକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଚିନ୍ତା ବ୍ୟକ୍ତ କରିବା ସହ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଏହା ଉପରେ ଜବାବ ମାଗିଛନ୍ତି। ଅନ୍‌ଲାଇନ୍‌ ଠକେଇ ବିଶେଷକରି ଡିଜିଟାଲ ଆରେଷ୍ଟ ଜରିଆରେ ନାଗରିକଙ୍କୁ ଲୁଟିବା ପାଇଁ କୋର୍ଟଙ୍କ ଜାଲ୍‌ ଅର୍ଡର ପ୍ରସ୍ତୁତ କରାଯାଉଛି, ଯାହାକି ସୁପ୍ରିମକୋର୍ଟଙ୍କ ସ୍କାନରକୁ ଆସିଛି। ଏପରି ଅପରାଧ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥାର ମୂଳଦୁଆକୁ ଦୋହଲାଇ ଦେଉଛି ବୋଲି ଶୀର୍ଷ ଅଦାଲତ କହିଛନ୍ତି।
ସେପ୍ଟେମ୍ବର ୩ରୁ ୧୬ ତାରିଖ ମଧ୍ୟରେ ହରିୟାଣାର ଅମ୍ବାଲାରେ ସାଇବର ଅପରାଧୀମାନେ ନିଜକୁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀ ପରିଚୟ ଦେଇ ଏକ ବରିଷ୍ଠ ନାଗରିକ ଦମ୍ପତିଙ୍କୁ ଅଡିଓ ଏବଂ ଭିଡିଓ କଲ୍‌ କରିଥିଲେ। ଏପରି କି ସେମାନେ ଅଦାଲତ ଓ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଜାଲ୍‌ ଅର୍ଡର ବାହାର କରି ଉଭୟଙ୍କୁ ଡିଜିଟାଲ ଆରେଷ୍ଟ କରିବା ସହ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଜରିଆରେ ୧.୦୫ କୋଟି ଟଙ୍କା ଠକିନେଇଥିଲେ। ସେପ୍ଟେମ୍ବର ୨୨ରେ ୭୩ ବର୍ଷୀୟା ମହିଳା ଜଣକ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ବି.ଆର୍‌. ଗବଇଙ୍କୁ ପତ୍ର ଲେଖି ଏହି ବିଷୟରେ ଅବଗତ କରାଇଥିଲେ। ସୁପ୍ରିମକୋର୍ଟ ଏହାକୁ ସଂଜ୍ଞାନକୁ ନେଇ ନିଜ ଆଡ଼ୁ ଶୁଣାଣି ଆରମ୍ଭ କରିଛନ୍ତି। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜୟମାଲା ବାଗ୍‌ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ବେଳେ କହିଛନ୍ତି, ଦେଶରେ ଡିଜିଟାଲ ଆରେଷ୍ଟ ମାମଲା ସଂଖ୍ୟା ବଢ଼ିଚାଲିଛି। ଏହା ଏକ ମାମୁଲି ଅପରାଧ ନୁହେଁ, ଯେଉଁଠି ପୋଲିସକୁ ତଦନ୍ତ ତ୍ୱରାନ୍ବିତ କରି ମାମଲାର ନିଷ୍କର୍ଷ ଯାଏ ପହଞ୍ଚତ୍ବା ପାଇଁ ନିର୍ଦ୍ଦେଶ ଦିଆଯିବ; ବରଂ ଏପରି ଏକ ପ୍ରସଙ୍ଗ ଯହିଁରେ ସଙ୍ଗଠିତ ଅପରାଧର ମୂଳକୁ ଖୋଜିି ବାହାର କରିବା ଲାଗି କେନ୍ଦ୍ର ଓ ରାଜ୍ୟ ପୋଲିସକୁ ସମନ୍ବିତ ଉଦ୍ୟମ ଚଳାଇବାକୁ ପଡ଼ିବ।
ଖଣ୍ଡପୀଠ ଆହୁରି କହିଛନ୍ତି, ବରିଷ୍ଠ ନାଗରିକଙ୍କ ସମେତ ନିରୀହ ଲୋକଙ୍କୁ ଡିଜିଟାଲି ଆରେଷ୍ଟ କରିବା ପାଇଁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ରାୟ, ବିଚାରପତିମାନଙ୍କ ଦସ୍ତଖତ ଜାଲିଆତି କରାଯିବା ନ୍ୟାୟିକ ପ୍ରତିଷ୍ଠାନଗୁଡ଼ିକ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସର ମୂଳଦୁଆକୁ ଦୋହଲାଇଦେଉଛି। ଏପରି କାର୍ଯ୍ୟ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ମର୍ଯ୍ୟାଦା ଉପରେ ପ୍ରତ୍ୟକ୍ଷ ଆକ୍ରମଣ। ଦସ୍ତାବିଜ ଜାଲିଆତି କରି ନାମ, ସିଲ୍‌ ଓ ଅଦାଲତୀ ରାୟର ଆପରାଧିକ ବ୍ୟବହାର ଏକ ଗମ୍ଭୀର ପ୍ରସଙ୍ଗ। ଏପରି ଆପରାଧିକ କାର୍ଯ୍ୟକୁ ଏକ ସାଧାରଣ ମାମଲା ରୂପେ ବିଚାର କରାଯାଇପାରିବ ନାହିଁ। ଏହା କେବଳ ଗୋଟିଏ ମାମଲା ନୁହେଁ, ଦେଶର ବିଭିନ୍ନ ଭାଗରେ ଏଭଳି ଘଟଣା ଘଟିଚାଲିଛି। ଗଣମାଧ୍ୟମରେ ଏପରି ସାଇବର ଅପରାଧକୁ ନେଇ ଅନେକ ରିପୋର୍ଟ ପ୍ରକାଶ ପାଉଛି। ତେଣୁ ସମନ୍ବିତ ଓ ସାମୂହିକ ଉଦ୍ୟମ ବଳରେ କେନ୍ଦ୍ର ଓ ରାଜ୍ୟ ପୋଲିସ ଆପରାଧିକ ନେଟ୍‌ଓ୍ବର୍କର ମୂଳକୁ ଯାଇ ଖୋଳତାଡ଼ କରିବା ଜରୁରୀ ହୋଇପଡ଼ିଛି ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହ ଆଟର୍ନି ଜେନେରାଲଙ୍କ ସହଯୋଗ ଲୋଡ଼ିବା ସହିତ ଆଲୋଚ୍ୟ ମାମଲାରେ ହରିୟାଣା ସରକାର ଏବଂ ଅମ୍ବାଲା ସାଇବର ଅପରାଧ ବିଭାଗକୁ ଅଦ୍ୟାବଧି କରାଯାଇଥିବା ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ମାଗିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?