ଏବେ ଡିଜିପିନ୍‌

ଭାରତୀୟ ଡାକ ୧ ଅକ୍ଟୋବର ୧୮୫୪ରେ ଇଂରେଜ ଅମଳରେ ପ୍ରତିଷ୍ଠା କରାଯାଇଥିଲା। ଯୋଗାଯୋଗର ପ୍ରମୁଖ ମାଧ୍ୟମ ରହିଆସିଥିବା ଏହି ବିଭାଗର ଗୁରୁତ୍ୱ ପୋଷ୍ଟକାର୍ଡ ଭଳି ଚିଠିପତ୍ର, ମନି ଅର୍ଡର ପରି ଅତ୍ୟାବଶ୍ୟକ ସେବା ଯୋଗାଇ ଲୋକଙ୍କ ପ୍ରିୟ ହୋଇପାରିଥିଲା। ହାତପାଆନ୍ତାରେ ଥିବା ମୋବାଇଲ ଫୋନ୍‌ ଏବଂ ଇ-ମେଲ୍‌ ବ୍ୟବସ୍ଥାରେ ଉନ୍ନତି ଯୋଗୁ ପୋଷ୍ଟମ୍ୟାନ୍‌ ଆଉ ପୂର୍ବ ଭଳି ଘରକୁ ଘର ବୁଲି ଚିଠି ଦେଉଥିବା ଦେଖିବାକୁ ମିଳୁନାହିଁ। ସେତେବେଳେ ବ୍ରିଟିଶ ସରକାର ଭାରତୀୟ ଡାକ ସେବା ମାଧ୍ୟମରେ ବହୁ ପରିମାଣର ଘର ଓ ଜମିବାଡ଼ି ଭଳି ସମ୍ପତ୍ତି ସୃଷ୍ଟି କରିନେଇଥିଲେ। ଅର୍ଥାତ୍‌ ଭାରତୀୟ ଡାକସେବା ଅତ୍ୟନ୍ତ ଧନୀ ଓ ସ୍ବାବଲମ୍ବୀ ହୋଇପାରନ୍ତା। ତେବେ ସରକାର ପରେ ସରକାର ସେହି ବିଭାଗକୁ ଅଣଦେଖା କରି ରଖିଥିବାରୁ ତା’ର ଗୁରୁତ୍ୱ ଏବେ ହ୍ରାସ ପାଉଛି। ଯେଉଁ ସୀମିତ ସେବା ଯୋଗାଇବାର ସୁଯୋଗ ରହିଛି ସେଥିରେ ମଧ୍ୟ କେହି ଜଣେ ଉଦ୍ୟମ କରି ବିଭାଗକୁ ଅଧିକ କ୍ଷତି ପହଞ୍ଚାଇବା ଭଳି ମନେହେଉଛି। ତଥାପି କେତେକ ଜରୁରୀ ସେବାର ଆବଶ୍ୟକତା ପଡ଼ିଲେ ଭାରତୀୟ ଡାକ କର୍ମଚାରୀଙ୍କୁ ଠିକଣା ଖୋଜି ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚତ୍ବାକୁ ପଡ଼ିଥାଏ। ଏହି ଠିକଣା ଖୋଜାରେ ପ୍ରମୁଖ ଭୂମିକା ଗ୍ରହଣ କରେ ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର ବା ପିନ୍‌। ୧୫ ଅଗଷ୍ଟ ୧୯୭୨ରେ ଚିଠିପତ୍ରର ସ୍ଥାନୀୟଭିତ୍ତିକ ବର୍ଗୀକରଣ କରାଯାଇ ନିର୍ଦ୍ଦିଷ୍ଟ ଠିକଣାରେ ତାହାକୁ ପହଞ୍ଚାଇବା ସକାଶେ ପିନ୍‌ର ପ୍ରଚଳନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଭାରତୀୟ ଡାକ ବିଭାଗ ବିଶ୍ୱର ସର୍ବବୃହତ୍‌ ଯୋଗାଯୋଗର ମାଧ୍ୟମ ରହିଆସିଛି। ମାର୍ଚ୍ଚ ୨୦୨୫ ସୁଦ୍ଧା ଭାରତରେ ୧, ୬୪, ୯୮୭ ପୋଷ୍ଟ ଅଫିସ୍‌ ରହିଛି। ସେଥିମଧ୍ୟରୁ ସହରାଞ୍ଚଳରେ ମାତ୍ର ୧୫,୮୨୩ ପୋଷ୍ଟ ଅଫିସ୍‌ ଥିବା ବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୧,୪୯, ୧୬୪ ରହିଛି। ଅର୍ଥାତ୍‌ ପୁର ଅପେକ୍ଷା ପଲ୍ଲୀରେ ପାଖାପାଖି ୧୦ ଗୁଣା ଅଧିକ ପୋଷ୍ଟ ଅଫିସ୍‌ ରହିଛି।
୨୭ ମେ’ ୨୦୨୫ରେ ଭାରତୀୟ ଡାକ ବିଭାଗ ଡିଜିଟାଲ ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର ବା ଡିଜିପିନ୍‌ ନାମରେ ନୂଆ ଡିଜିଟାଲ ଠିକଣା ବ୍ୟବସ୍ଥା ଆରମ୍ଭ କରିଛି। ଆଧାର ପ୍ରତ୍ୟେକ ନାଗରିକଙ୍କୁ ବ୍ୟକ୍ତିଗତ ପରିଚୟ ପ୍ରଦାନ କରୁଥିବା ବେଳେ ୧୦ ଅଙ୍କ ବିଶିଷ୍ଟ ଡିଜିପିନ୍‌ ପ୍ରତି ବ୍ୟକ୍ତିଙ୍କ ଠିକଣାର ଏକ ଅନନ୍ୟ ଡିଜିଟାଲ ପରିଚୟ ହେବ ବୋଲି ଡାକ ବିଭାଗ ପକ୍ଷରୁ କୁହାଯାଉଛି। ଏଭଳି ଏକ ଡିଜିଟାଲ ବ୍ୟବସ୍ଥା ପ୍ରଚଳନ କରିବା ପଛର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କ ଘର ଓ ଜାଗାକୁ ଠିକ୍‌ ଓ ତ୍ୱରିତ ଚିହ୍ନଟ କରିବାରେ ଏହା ସହାୟକ ହେବ। ଆଇଆଇଟି ହାଇଦ୍ରାବାଦ ଓ ଏନ୍‌ଆର୍‌ଏସ୍‌ସି, ଇସ୍ରୋ ସହଯୋଗରେ ଡାକ ବିଭାଗ ଦ୍ୱାରା ବିକଶିତ ଡିଜିପିନ୍‌ ଦେଶବ୍ୟାପୀ ଜିଓ କୋଡେଡ୍‌ ଆଡ୍ରେସିଂ ସିଷ୍ଟମ ବୋଲି କୁହାଯାଉଛି। ଅକ୍ଷାଂଶ ଓ ଦ୍ରାଘିମା ସହ ସମନ୍ବୟ ରଖି ଏହା ଭାରତକୁ ୪ ମିଟର X ୪ ମିଟିର ଗ୍ରୀଡ୍‌ (ଘର, କାର୍ଯ୍ୟାଳୟ, ସଙ୍ଗଠନ ଆଦି)ରେ ବିଭକ୍ତ କରି ପ୍ରତ୍ୟେକ ଗ୍ରୀଡ୍‌ ସକାଶେ ଏକ ୧୦ ଅଙ୍କ ବିଶିଷ୍ଟ ନିର୍ଦ୍ଦିଷ୍ଟ ଆଲ୍‌ଫାନ୍ୟୁମୋରିକ୍‌ କୋଡ୍‌ ପ୍ରଦାନ କରିଛି। କୁହାଯାଉଛି ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ପିନ୍‌ କୋଡ୍‌ ଏକ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଡିଜିପିନ୍‌ ଜମି ବା ଘରର ଠିକ୍‌ ସ୍ଥାନ ସକାଶେ ଅଭିପ୍ରେତ ରହିବ। ୟୁଜରମାନେ ସରକାରଙ୍କ ନିର୍ଦ୍ଦିଷ୍ଟ ଓ୍ବେବ୍‌ସାଇଟ୍‌କୁ ଯାଇ ନିଜ ଘରକୁ ଚିହ୍ନଟ କରିବା ସହ କୋଡ୍‌ ସୃଷ୍ଟି କରିପାରିବେ ବୋଲି କୁହାଯାଉଛି।
ଜନସାଧାରଣଙ୍କ ଅବଗତି ନିମନ୍ତେ ଏତିକି ସୂଚନା ଦିଆଯାଇଛି। ହେଲେ ଅସଲ ହଇରାଣ ଏହାର ବ୍ୟବହାରକାରୀଙ୍କୁ ଭୋଗିବାକୁ ପଡ଼ିବ। କାରଣ ଆଧାର ଭଳି ଯେତେସବୁ ବ୍ୟକ୍ତିକେନ୍ଦ୍ରିକ ଡକ୍ୟୁମେଣ୍ଟ ବା କାଗଜପତ୍ର ପ୍ରସ୍ତୁତ କରିବାକୁ ପଡ଼ୁଛି ସେଥିରେ ଲୋକମାନେ ହିଁ ହଇରାଣ ହେଉଛନ୍ତି। ଗତ କିଛିବର୍ଷ ହେବ ଭାରତର ପ୍ରଶାସନିକ ଆଦବକାଇଦାକୁ ଦେଖିଲେ ଦେଶବାସୀ ନିଜ ପରିଚୟ, ବାସସ୍ଥାନ ଓ ଅଧିକାର ସାବ୍ୟସ୍ତ କରିବା ଲାଗି ସବୁବେଳେ ଗୋଟେ ଧାଁଧଉଡ଼ରେ ରହୁଛନ୍ତି। ଗୋଟେ କାର୍ଡ କରିସାରିବା ପରେ ଆଉ ଗୋଟେ ପରିଚୟପତ୍ର ପାଇବା ସକାଶେ ଲୋକଙ୍କୁ ଏଭଳି ଅଭ୍ୟସ୍ତ କରିଦିଆଯାଉଛି ଯେ, ସାମଗ୍ରୀ କିମ୍ବା ସେବା ପାଇବା ଆଶାରେ ସେମାନେ ‘ଗୋଠ ମାତିଲେ ଖଣ୍ଡିଆ ମାତେ’ ନ୍ୟାୟରେ ଅଣନିଃଶ୍ୱାସ ହୋଇ ଦୌଡ଼ୁଛନ୍ତି। ନାଗରିକମାନେ ସୁସ୍ଥ ଭାବେ ବଞ୍ଚତ୍ବା ଓ ତାଙ୍କ ଜୀବନଯାତ୍ରା ସୁଗମ ହେଉ ବୋଲି ଶାସକ ଓ ପ୍ରଶାସକ ବର୍ଗ ଚାହିଁବା କଥା। ଗୋଟେ ଭଲ ଗଣତନ୍ତ୍ରର ତାହା ହିଁ ଶୁଭଲକ୍ଷଣ ହୋଇଥାଏ। କିନ୍ତୁ ଯେଉଁଭଳି ଭାବେ ଲୋକଙ୍କୁ ଅନାବଶ୍ୟକ କାର୍ଯ୍ୟରେ ଜଡ଼ିତ କରି ଦିଆଯାଉଛି, ତାହାର ବ୍ୟକ୍ତିଗତ ଦକ୍ଷତା ହ୍ରାସ ପାଇବା ନିଶ୍ଚିତ। ଡିଜିପିନ୍‌ ବ୍ୟବସ୍ଥା ଯଦି ଲୋକଙ୍କ ପାଇଁ ମଙ୍ଗଳ ହେବ ବୋଲି ସରକାର ଭାବୁଛନ୍ତି, ତେବେ ସରକାରୀ କଳ ଲୋକଙ୍କ ପାଖରେ ତାହା ପହଞ୍ଚାଇବାରେ ବ୍ୟବସ୍ଥା କରିପାରନ୍ତା। କିନ୍ତୁ ତାହା କରା ନ ଯାଇ ଲୋକଙ୍କ ଆହୁରି ଅନ୍ତରଙ୍ଗ ତଥ୍ୟ ଯୋଗାଡ଼ କରିବା ଲାଗି ଏହି ବାହାନାର ଆଶ୍ରା ନିଆଯାଉଥିବା ବୁଝି ହେଉଛି। ସମସ୍ତେ ଧୀରେ ଧୀରେ ଅନୁଭବ କରିବା କଥା ଯେ, ଆଧାରକୁ ଜଣେ ଲୋକର ସବୁ କାର୍ଯ୍ୟରେ ବ୍ୟବହାର କରି ଦିଆଯାଉଥିବାରୁ ତାଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ ସହଜ ହେଉଛି। ଏହାର ପରିଣତି ତଥ୍ୟ ବିକ୍ରିରେ ଶେଷ ହେଉଛି। ସ୍ବଦେଶ କମ୍ପାନୀଠାରୁ ଆରମ୍ଭ କରି ବହୁରାଷ୍ଟ୍ରୀୟ କମ୍ପାନୀ ଏବଂ ଏପରି କି ବିଦେଶୀ ସରକାରଙ୍କ ପାଖରେ ଭାରତବାସୀଙ୍କ ତଥ୍ୟାବଳୀ ବା ଡେଟାବେସ୍‌ ରହିଗଲାଣି। ଆଜିର ଡିଜିଟାଲ ଯୁଗରେ ଜିପିଏସ୍‌ ମାଧ୍ୟମରେ ନିର୍ଦ୍ଦିଷ୍ଟ ସ୍ଥାନକୁ ଚିହ୍ନଟ କରିବା ସହଜ ହେଉଛି। ଡିଜିପିନ୍‌ ବ୍ୟବସ୍ଥା ସମଗ୍ର ଦେଶରେ ଲାଗୁ ହୋଇଗଲେ ଜଣଙ୍କୁ ନିର୍ଭୁଲ ଭାବେ ଚିହ୍ନଟ କରିବା ବା ପ୍ରିସିଶନ୍‌ ବୋଲି ଯେଉଁ ଇଂଲିଶ ଶବ୍ଦ ବ୍ୟବହାର କରାଯାଉଛି, ତାହା ନାଗରିକଙ୍କୁ ସିଧାସଳଖ ଆକ୍ରମଣ କରିବାର ଗୋଟେ ବାଟ ଫିଟିଯିବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଭଳିସବୁ ନୂଆ ଚିନ୍ତାଧାରା ଆସିବା ପଛରେ ସମ୍ଭବତଃ ଗୋଟିଏ ଲକ୍ଷ୍ୟ ରହିଥାଇପାରେ, ଯେଉଁଥିରେ ଦେଶବାସୀଙ୍କୁ ଭକୁଆ ରଖି ଦୀର୍ଘଦିନ କିଭଳି ଶାସନ କରିହେବ ତାହାର ବାଟ ବାହାର କରିବା। ଯଦି କିଛି ସୁପର ଚିନ୍ତାଧାରା ରହନ୍ତା, ତାହା ହେଲେ ଜଣେ ବ୍ୟକ୍ତି ପାଇଁ ଖଣ୍ଡେ କାର୍ଡ ଯଥେଷ୍ଟ ବୋଲି କୁହାଯାଇପାରନ୍ତା। ଏବଂ ଦୋହରାଇବାକୁ ଗଲେ ନାଗରିକଙ୍କ ଦୈନନ୍ଦିନ ଜୀବନଯାପନରେ ଡିଜିଟାଲ ବିଜ୍ଞାନ ସହାୟକ ହେବା କଥା। କିନ୍ତୁ ଭାରତରେ ଆଧୁନିକ ବୈଷୟିକ ଜ୍ଞାନକୁ ବ୍ୟବହାର କରି ସାଧାରଣ ନାଗରିକଙ୍କୁ ବାରମ୍ବାର ହଇରାଣ କରାଯିବା ସହିତ ତାଙ୍କ ତଥ୍ୟ ବିକ୍ରି କରାଯାଉଛି। ତେଣୁ ଯଦି ଡିଜିପିନ୍‌ ଲାଗୁ କରିବାରେ ସରକାରଙ୍କ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ, ତେବେ ପୁରପଲ୍ଲୀରେ ଥିବା ପ୍ରତ୍ୟେକ ନାଗରିକଙ୍କୁ ଡିଜିପିନ୍‌ ପାଇଁ ଆର୍ଥିକ ପ୍ରୋତ୍ସାହନ ଦିଆଯିବା ଉଚିତ କିମ୍ବା ଲୋକଙ୍କ ସୁବିଧା ପାଇଁ ଘରେ ନେଇ ସେହି ଆଲ୍‌ଫାନ୍ୟୁମେରିକ୍‌ ସଂଖ୍ୟା ବିନା ବାଧାରେ ପହଞ୍ଚାଇ ଦେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri