ଏବେ ଡିଜିପିନ୍‌

ଭାରତୀୟ ଡାକ ୧ ଅକ୍ଟୋବର ୧୮୫୪ରେ ଇଂରେଜ ଅମଳରେ ପ୍ରତିଷ୍ଠା କରାଯାଇଥିଲା। ଯୋଗାଯୋଗର ପ୍ରମୁଖ ମାଧ୍ୟମ ରହିଆସିଥିବା ଏହି ବିଭାଗର ଗୁରୁତ୍ୱ ପୋଷ୍ଟକାର୍ଡ ଭଳି ଚିଠିପତ୍ର, ମନି ଅର୍ଡର ପରି ଅତ୍ୟାବଶ୍ୟକ ସେବା ଯୋଗାଇ ଲୋକଙ୍କ ପ୍ରିୟ ହୋଇପାରିଥିଲା। ହାତପାଆନ୍ତାରେ ଥିବା ମୋବାଇଲ ଫୋନ୍‌ ଏବଂ ଇ-ମେଲ୍‌ ବ୍ୟବସ୍ଥାରେ ଉନ୍ନତି ଯୋଗୁ ପୋଷ୍ଟମ୍ୟାନ୍‌ ଆଉ ପୂର୍ବ ଭଳି ଘରକୁ ଘର ବୁଲି ଚିଠି ଦେଉଥିବା ଦେଖିବାକୁ ମିଳୁନାହିଁ। ସେତେବେଳେ ବ୍ରିଟିଶ ସରକାର ଭାରତୀୟ ଡାକ ସେବା ମାଧ୍ୟମରେ ବହୁ ପରିମାଣର ଘର ଓ ଜମିବାଡ଼ି ଭଳି ସମ୍ପତ୍ତି ସୃଷ୍ଟି କରିନେଇଥିଲେ। ଅର୍ଥାତ୍‌ ଭାରତୀୟ ଡାକସେବା ଅତ୍ୟନ୍ତ ଧନୀ ଓ ସ୍ବାବଲମ୍ବୀ ହୋଇପାରନ୍ତା। ତେବେ ସରକାର ପରେ ସରକାର ସେହି ବିଭାଗକୁ ଅଣଦେଖା କରି ରଖିଥିବାରୁ ତା’ର ଗୁରୁତ୍ୱ ଏବେ ହ୍ରାସ ପାଉଛି। ଯେଉଁ ସୀମିତ ସେବା ଯୋଗାଇବାର ସୁଯୋଗ ରହିଛି ସେଥିରେ ମଧ୍ୟ କେହି ଜଣେ ଉଦ୍ୟମ କରି ବିଭାଗକୁ ଅଧିକ କ୍ଷତି ପହଞ୍ଚାଇବା ଭଳି ମନେହେଉଛି। ତଥାପି କେତେକ ଜରୁରୀ ସେବାର ଆବଶ୍ୟକତା ପଡ଼ିଲେ ଭାରତୀୟ ଡାକ କର୍ମଚାରୀଙ୍କୁ ଠିକଣା ଖୋଜି ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚତ୍ବାକୁ ପଡ଼ିଥାଏ। ଏହି ଠିକଣା ଖୋଜାରେ ପ୍ରମୁଖ ଭୂମିକା ଗ୍ରହଣ କରେ ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର ବା ପିନ୍‌। ୧୫ ଅଗଷ୍ଟ ୧୯୭୨ରେ ଚିଠିପତ୍ରର ସ୍ଥାନୀୟଭିତ୍ତିକ ବର୍ଗୀକରଣ କରାଯାଇ ନିର୍ଦ୍ଦିଷ୍ଟ ଠିକଣାରେ ତାହାକୁ ପହଞ୍ଚାଇବା ସକାଶେ ପିନ୍‌ର ପ୍ରଚଳନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଭାରତୀୟ ଡାକ ବିଭାଗ ବିଶ୍ୱର ସର୍ବବୃହତ୍‌ ଯୋଗାଯୋଗର ମାଧ୍ୟମ ରହିଆସିଛି। ମାର୍ଚ୍ଚ ୨୦୨୫ ସୁଦ୍ଧା ଭାରତରେ ୧, ୬୪, ୯୮୭ ପୋଷ୍ଟ ଅଫିସ୍‌ ରହିଛି। ସେଥିମଧ୍ୟରୁ ସହରାଞ୍ଚଳରେ ମାତ୍ର ୧୫,୮୨୩ ପୋଷ୍ଟ ଅଫିସ୍‌ ଥିବା ବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୧,୪୯, ୧୬୪ ରହିଛି। ଅର୍ଥାତ୍‌ ପୁର ଅପେକ୍ଷା ପଲ୍ଲୀରେ ପାଖାପାଖି ୧୦ ଗୁଣା ଅଧିକ ପୋଷ୍ଟ ଅଫିସ୍‌ ରହିଛି।
୨୭ ମେ’ ୨୦୨୫ରେ ଭାରତୀୟ ଡାକ ବିଭାଗ ଡିଜିଟାଲ ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର ବା ଡିଜିପିନ୍‌ ନାମରେ ନୂଆ ଡିଜିଟାଲ ଠିକଣା ବ୍ୟବସ୍ଥା ଆରମ୍ଭ କରିଛି। ଆଧାର ପ୍ରତ୍ୟେକ ନାଗରିକଙ୍କୁ ବ୍ୟକ୍ତିଗତ ପରିଚୟ ପ୍ରଦାନ କରୁଥିବା ବେଳେ ୧୦ ଅଙ୍କ ବିଶିଷ୍ଟ ଡିଜିପିନ୍‌ ପ୍ରତି ବ୍ୟକ୍ତିଙ୍କ ଠିକଣାର ଏକ ଅନନ୍ୟ ଡିଜିଟାଲ ପରିଚୟ ହେବ ବୋଲି ଡାକ ବିଭାଗ ପକ୍ଷରୁ କୁହାଯାଉଛି। ଏଭଳି ଏକ ଡିଜିଟାଲ ବ୍ୟବସ୍ଥା ପ୍ରଚଳନ କରିବା ପଛର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କ ଘର ଓ ଜାଗାକୁ ଠିକ୍‌ ଓ ତ୍ୱରିତ ଚିହ୍ନଟ କରିବାରେ ଏହା ସହାୟକ ହେବ। ଆଇଆଇଟି ହାଇଦ୍ରାବାଦ ଓ ଏନ୍‌ଆର୍‌ଏସ୍‌ସି, ଇସ୍ରୋ ସହଯୋଗରେ ଡାକ ବିଭାଗ ଦ୍ୱାରା ବିକଶିତ ଡିଜିପିନ୍‌ ଦେଶବ୍ୟାପୀ ଜିଓ କୋଡେଡ୍‌ ଆଡ୍ରେସିଂ ସିଷ୍ଟମ ବୋଲି କୁହାଯାଉଛି। ଅକ୍ଷାଂଶ ଓ ଦ୍ରାଘିମା ସହ ସମନ୍ବୟ ରଖି ଏହା ଭାରତକୁ ୪ ମିଟର X ୪ ମିଟିର ଗ୍ରୀଡ୍‌ (ଘର, କାର୍ଯ୍ୟାଳୟ, ସଙ୍ଗଠନ ଆଦି)ରେ ବିଭକ୍ତ କରି ପ୍ରତ୍ୟେକ ଗ୍ରୀଡ୍‌ ସକାଶେ ଏକ ୧୦ ଅଙ୍କ ବିଶିଷ୍ଟ ନିର୍ଦ୍ଦିଷ୍ଟ ଆଲ୍‌ଫାନ୍ୟୁମୋରିକ୍‌ କୋଡ୍‌ ପ୍ରଦାନ କରିଛି। କୁହାଯାଉଛି ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ପିନ୍‌ କୋଡ୍‌ ଏକ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଡିଜିପିନ୍‌ ଜମି ବା ଘରର ଠିକ୍‌ ସ୍ଥାନ ସକାଶେ ଅଭିପ୍ରେତ ରହିବ। ୟୁଜରମାନେ ସରକାରଙ୍କ ନିର୍ଦ୍ଦିଷ୍ଟ ଓ୍ବେବ୍‌ସାଇଟ୍‌କୁ ଯାଇ ନିଜ ଘରକୁ ଚିହ୍ନଟ କରିବା ସହ କୋଡ୍‌ ସୃଷ୍ଟି କରିପାରିବେ ବୋଲି କୁହାଯାଉଛି।
ଜନସାଧାରଣଙ୍କ ଅବଗତି ନିମନ୍ତେ ଏତିକି ସୂଚନା ଦିଆଯାଇଛି। ହେଲେ ଅସଲ ହଇରାଣ ଏହାର ବ୍ୟବହାରକାରୀଙ୍କୁ ଭୋଗିବାକୁ ପଡ଼ିବ। କାରଣ ଆଧାର ଭଳି ଯେତେସବୁ ବ୍ୟକ୍ତିକେନ୍ଦ୍ରିକ ଡକ୍ୟୁମେଣ୍ଟ ବା କାଗଜପତ୍ର ପ୍ରସ୍ତୁତ କରିବାକୁ ପଡ଼ୁଛି ସେଥିରେ ଲୋକମାନେ ହିଁ ହଇରାଣ ହେଉଛନ୍ତି। ଗତ କିଛିବର୍ଷ ହେବ ଭାରତର ପ୍ରଶାସନିକ ଆଦବକାଇଦାକୁ ଦେଖିଲେ ଦେଶବାସୀ ନିଜ ପରିଚୟ, ବାସସ୍ଥାନ ଓ ଅଧିକାର ସାବ୍ୟସ୍ତ କରିବା ଲାଗି ସବୁବେଳେ ଗୋଟେ ଧାଁଧଉଡ଼ରେ ରହୁଛନ୍ତି। ଗୋଟେ କାର୍ଡ କରିସାରିବା ପରେ ଆଉ ଗୋଟେ ପରିଚୟପତ୍ର ପାଇବା ସକାଶେ ଲୋକଙ୍କୁ ଏଭଳି ଅଭ୍ୟସ୍ତ କରିଦିଆଯାଉଛି ଯେ, ସାମଗ୍ରୀ କିମ୍ବା ସେବା ପାଇବା ଆଶାରେ ସେମାନେ ‘ଗୋଠ ମାତିଲେ ଖଣ୍ଡିଆ ମାତେ’ ନ୍ୟାୟରେ ଅଣନିଃଶ୍ୱାସ ହୋଇ ଦୌଡ଼ୁଛନ୍ତି। ନାଗରିକମାନେ ସୁସ୍ଥ ଭାବେ ବଞ୍ଚତ୍ବା ଓ ତାଙ୍କ ଜୀବନଯାତ୍ରା ସୁଗମ ହେଉ ବୋଲି ଶାସକ ଓ ପ୍ରଶାସକ ବର୍ଗ ଚାହିଁବା କଥା। ଗୋଟେ ଭଲ ଗଣତନ୍ତ୍ରର ତାହା ହିଁ ଶୁଭଲକ୍ଷଣ ହୋଇଥାଏ। କିନ୍ତୁ ଯେଉଁଭଳି ଭାବେ ଲୋକଙ୍କୁ ଅନାବଶ୍ୟକ କାର୍ଯ୍ୟରେ ଜଡ଼ିତ କରି ଦିଆଯାଉଛି, ତାହାର ବ୍ୟକ୍ତିଗତ ଦକ୍ଷତା ହ୍ରାସ ପାଇବା ନିଶ୍ଚିତ। ଡିଜିପିନ୍‌ ବ୍ୟବସ୍ଥା ଯଦି ଲୋକଙ୍କ ପାଇଁ ମଙ୍ଗଳ ହେବ ବୋଲି ସରକାର ଭାବୁଛନ୍ତି, ତେବେ ସରକାରୀ କଳ ଲୋକଙ୍କ ପାଖରେ ତାହା ପହଞ୍ଚାଇବାରେ ବ୍ୟବସ୍ଥା କରିପାରନ୍ତା। କିନ୍ତୁ ତାହା କରା ନ ଯାଇ ଲୋକଙ୍କ ଆହୁରି ଅନ୍ତରଙ୍ଗ ତଥ୍ୟ ଯୋଗାଡ଼ କରିବା ଲାଗି ଏହି ବାହାନାର ଆଶ୍ରା ନିଆଯାଉଥିବା ବୁଝି ହେଉଛି। ସମସ୍ତେ ଧୀରେ ଧୀରେ ଅନୁଭବ କରିବା କଥା ଯେ, ଆଧାରକୁ ଜଣେ ଲୋକର ସବୁ କାର୍ଯ୍ୟରେ ବ୍ୟବହାର କରି ଦିଆଯାଉଥିବାରୁ ତାଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ ସହଜ ହେଉଛି। ଏହାର ପରିଣତି ତଥ୍ୟ ବିକ୍ରିରେ ଶେଷ ହେଉଛି। ସ୍ବଦେଶ କମ୍ପାନୀଠାରୁ ଆରମ୍ଭ କରି ବହୁରାଷ୍ଟ୍ରୀୟ କମ୍ପାନୀ ଏବଂ ଏପରି କି ବିଦେଶୀ ସରକାରଙ୍କ ପାଖରେ ଭାରତବାସୀଙ୍କ ତଥ୍ୟାବଳୀ ବା ଡେଟାବେସ୍‌ ରହିଗଲାଣି। ଆଜିର ଡିଜିଟାଲ ଯୁଗରେ ଜିପିଏସ୍‌ ମାଧ୍ୟମରେ ନିର୍ଦ୍ଦିଷ୍ଟ ସ୍ଥାନକୁ ଚିହ୍ନଟ କରିବା ସହଜ ହେଉଛି। ଡିଜିପିନ୍‌ ବ୍ୟବସ୍ଥା ସମଗ୍ର ଦେଶରେ ଲାଗୁ ହୋଇଗଲେ ଜଣଙ୍କୁ ନିର୍ଭୁଲ ଭାବେ ଚିହ୍ନଟ କରିବା ବା ପ୍ରିସିଶନ୍‌ ବୋଲି ଯେଉଁ ଇଂଲିଶ ଶବ୍ଦ ବ୍ୟବହାର କରାଯାଉଛି, ତାହା ନାଗରିକଙ୍କୁ ସିଧାସଳଖ ଆକ୍ରମଣ କରିବାର ଗୋଟେ ବାଟ ଫିଟିଯିବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଭଳିସବୁ ନୂଆ ଚିନ୍ତାଧାରା ଆସିବା ପଛରେ ସମ୍ଭବତଃ ଗୋଟିଏ ଲକ୍ଷ୍ୟ ରହିଥାଇପାରେ, ଯେଉଁଥିରେ ଦେଶବାସୀଙ୍କୁ ଭକୁଆ ରଖି ଦୀର୍ଘଦିନ କିଭଳି ଶାସନ କରିହେବ ତାହାର ବାଟ ବାହାର କରିବା। ଯଦି କିଛି ସୁପର ଚିନ୍ତାଧାରା ରହନ୍ତା, ତାହା ହେଲେ ଜଣେ ବ୍ୟକ୍ତି ପାଇଁ ଖଣ୍ଡେ କାର୍ଡ ଯଥେଷ୍ଟ ବୋଲି କୁହାଯାଇପାରନ୍ତା। ଏବଂ ଦୋହରାଇବାକୁ ଗଲେ ନାଗରିକଙ୍କ ଦୈନନ୍ଦିନ ଜୀବନଯାପନରେ ଡିଜିଟାଲ ବିଜ୍ଞାନ ସହାୟକ ହେବା କଥା। କିନ୍ତୁ ଭାରତରେ ଆଧୁନିକ ବୈଷୟିକ ଜ୍ଞାନକୁ ବ୍ୟବହାର କରି ସାଧାରଣ ନାଗରିକଙ୍କୁ ବାରମ୍ବାର ହଇରାଣ କରାଯିବା ସହିତ ତାଙ୍କ ତଥ୍ୟ ବିକ୍ରି କରାଯାଉଛି। ତେଣୁ ଯଦି ଡିଜିପିନ୍‌ ଲାଗୁ କରିବାରେ ସରକାରଙ୍କ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ, ତେବେ ପୁରପଲ୍ଲୀରେ ଥିବା ପ୍ରତ୍ୟେକ ନାଗରିକଙ୍କୁ ଡିଜିପିନ୍‌ ପାଇଁ ଆର୍ଥିକ ପ୍ରୋତ୍ସାହନ ଦିଆଯିବା ଉଚିତ କିମ୍ବା ଲୋକଙ୍କ ସୁବିଧା ପାଇଁ ଘରେ ନେଇ ସେହି ଆଲ୍‌ଫାନ୍ୟୁମେରିକ୍‌ ସଂଖ୍ୟା ବିନା ବାଧାରେ ପହଞ୍ଚାଇ ଦେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri