Categories: ଗଞ୍ଜାମ

ବଡ଼ଡୁମ୍ବୁଳାରେ ମଞ୍ଚସ୍ଥ ହେଲା ସାମାଜିକ ନାଟକ ‘ହରିଶ୍ଚନ୍ଦ୍ର’: ଶୁଭ ଉଦ୍‌ଘାଟନ କଲେ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୧୯।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବଡ଼ଡୁମ୍ବୁଳା ଗ୍ରାମରେ ମା ‘ଦୂର୍ଗାଙ୍କ ନବରାତ୍ର ପୂଜା ଉପଲକ୍ଷେ ମା’ ବାଙ୍କେଶ୍ଵରୀ ନାଟ୍ୟ ସଂସଦ ପକ୍ଷରୁ ଶ୍ରେଷ୍ଠ ସାମାଜିକ ନାଟକ ‘ହରିଶ୍ଚନ୍ଦ୍ର’ ମଞ୍ଚସ୍ଥ ହୋଇଯାଇଛି । ଶନିବାର ରାତିରେ ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ନାଟକର ଶୁଭ ଉଦଘାଟନ କରିଥିଲେ । ନାଟକ ଉଦଘାଟନ ପୂର୍ବରୁ ଗ୍ରାମବାସୀ ଏବଂ ନାଟ୍ୟ ସଂସଦର କର୍ମକର୍ତ୍ତା ବୃନ୍ଦ ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରିବା ସହ ବିରାଟ ଶୋଭାଯାତ୍ରାରେ ନାଟକ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ ।

ନାଟ୍ୟ ସଂସଦର ସଭାପତି ଉପେନ୍ଦ୍ର ପ୍ରଧାନ ଏବଂ ମ୍ୟାନେଜର ଶେଷକାନ୍ତ ଜାନିଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ନାଟକ ଉଦଘାଟନ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ, ସରପଞ୍ଚ ଗୀତାଞ୍ଜଳି ଜାନି, ଦିଗପହଣ୍ଡି ବ୍ଳକ ସରପଞ୍ଚ ସଂଘ ସଭାପତି ଫନୀନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ, ଗ୍ରାମ୍ୟ କମିଟି ସଭାପତି ଲଡୁ କିଶୋର ସ୍ବାଇଁ, ଡ଼. ପ୍ରଫୁଲ୍ଲ ପ୍ରଧାନ, ସରପଞ୍ଚ ପ୍ରତିନିଧି ଏମ୍. ସନ୍ତୋଷ, ସନ୍ତୋଷ ଦୋରା, ପ୍ରଧାନଶିକ୍ଷକ ଦଣ୍ଡିଆ ସେଠୀ, କ୍ରୀଡା ଶିକ୍ଷକ ସିମାଞ୍ଚଳ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଗୈାରାଙ୍ଗ ପାଣିଗ୍ରାହୀ, ପ୍ରଦୀପ ବେହେରା, ରବିନ୍ଦ୍ର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପାତ୍ର, ଶିବାନନ୍ଦ ଜେନା , ରମେଶ ଚନ୍ଦ୍ର ଗୈାଡ, ଶିବରାମ ସ୍ବାଇଁ, ମଧୁସୂଦନ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ ।

ନାଟ୍ୟକାର ଡ଼. ଦୀପକ ଜେନାଙ୍କ ରଚିତ ନାଟକ ‘ ହରିଶ୍ଚନ୍ଦ୍ର ‘ କୁ ନିର୍ଦ୍ଦେଶନା ଦେଇଥିଲେ  ବି.ରବିନ୍ଦ୍ର ପାତ୍ର । ଗ୍ରାମ ତଥା ଆଖପାଖ ଅଞ୍ଚଳର କଳାକାର ବୃନ୍ଦ ଉଚ୍ଚକୋଟୀର ଅଭିନୟ କରି ସହସ୍ରାଧିକ ଦର୍ଶକ ଙ୍କ ପ୍ରଶଂସା ସାଉଁଟିଥିଲେ । ବହୁ ସଂଖ୍ୟକ ଗ୍ରାମବାସୀ ଏବଂ ବାଙ୍କେଶ୍ଵରୀ ନାଟ୍ୟ ସଂସଦର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ସମସ୍ତ  ସହଯୋଗ  କରିଥିଲେ ।

Share