କଲେଜ୍ ଛାତ୍ରୀ ଅପହରଣ ପରେ ବଳାତ୍କାର ମାମଲା: ୩ ମାସ ପରେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା କଲେଜ୍ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଫେରାର ଥିବା ଯୁବକକୁ ରବିବାର ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ଛାତ୍ରୀ ଏବଂ ସେହି ଗାଁର ଉକ୍ତ ଯୁବକ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ। ଛାତ୍ରୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଯିବା ପରେ ଗତ ଅଗଷ୍ଟ ୧୦ ତାରିଖରେ ଉଭୟେ ଫେରାର ହୋଇ ରାଜ୍ୟ ବାହାରକୁ ଚାଲି ଯାଇଥିଲେ।

ଛାତ୍ରୀଙ୍କ ପରିବାର ଲୋକଙ୍କ ଏତଲା କ୍ରମେ ପାଟପୁର ଥାନାରେ ମାମଲା (ନଂ. ୩୮୫/୨୫) ରୁଜୁ ହୋଇଥିଲା। ଶନିବାର ଉଭୟ ପ୍ରେମୀ ଯୁଗଳ ଚିକିଟି ସ୍ଥିତ ଏକ ହୋଟେଲ ରୁମରେ ଥିବା ମୋବାଇଲ୍ ଲୋକେସନରୁ ଜଣାପଡ଼ିବା ପରେ ତଦନ୍ତକାରୀ ଅଧିକାରୀ (ଏସ୍.ଆଇ. ଶୁଭଲକ୍ଷ୍ମୀ କହଁର) ସଦଳବଳେ ଚଢ଼ାଉ କରି ସେମାନଙ୍କୁ ଥାନାକୁ ଉଠାଇ ଆଣିଥିଲେ।

ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା କରାଯିବା ପରେ ପୀଡ଼ିତାଙ୍କ ବୟାନ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ରେକର୍ଡ କରାଯାଇଥିଲା। ପରେ ଅଭିଯୁକ୍ତକୁ ବ୍ରହ୍ମପୁର ପୋକ୍‌ସୋ କୋର୍ଟକୁ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଚୋରି କରୁଥିଲେ ବାପପୁଅ, ଅଭିଯୁକ୍ତଙ୍କୁ ଧରି ସିନ୍‌ ରିକ୍ରିଏଶନ କଲା ଟାଉନ ପୋଲିସ

ବଲାଙ୍ଗୀର, ୩୦।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସିରିଜ ଚୋରି ଓ ଲୁଟ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବାପପୁଅଙ୍କୁ ବଲାଙ୍ଗୀର ଟାଉନ ଥାନା ପୋଲିସ ଗିରଫ କରି…

ମହୁଲରୁ ହେବ ମୃଦୁପାନୀୟ, ଏନ୍‌ଆଇଟି-ଓର୍‌ମାସ୍‌ ମଧ୍ୟରେ ଏମ୍‌ଓୟୁ

ରାଉରକେଲା,୩୦।୧(ସଙ୍ଗୀତା ଜେନା): ଜଙ୍ଗଲଜାତ ଦ୍ରବ୍ୟ ମହୁଆ ବା ମହୁଲରୁ ଦେଶୀମଦ ତିଆରି ହେଉଥିଲା। ହେଲେ ଦିନକୁ ଦିନ ଜ୍ଞାନକୌଶଳ ବିକଶିତ ହେବା ପରେ ଏହି ଜଙ୍ଗଲଜାତ ଦ୍ରବ୍ୟରୁ…

OISF ଯବାନଙ୍କ ବସ୍‌କୁ ଧକ୍କା ଦେଲା ଟ୍ରକ, ୨୬ ଜଣ ଯବାନ ଆହତ

କେନ୍ଦୁଝର,୩୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନାର ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସଏଫ୍) ଯବାନଙ୍କୁ…

ଚଳନ୍ତା ଟ୍ରକର ଚକା ଫାଟି ଲାଗିଗଲା ନିଆଁ, ତାପରେ…

ପଟ୍ଟାଙ୍ଗି,୩୦।୧(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଦେଇ ପଡୋଶୀ ଆନ୍ଧ୍ରକୁ ସଂଯୋଗ କରିଥିବା ୨୬ନଂ ଜାତୀୟ ରାଜପଥ ଘାଟି ରାସ୍ତାରେ ଚଳନ୍ତା ଟ୍ରକର ଚକା…

ମଣ୍ଡିରେ ପଡ଼ିଥିବା ଧାନ ଶୀଘ୍ର ଉଠାଅ,ସିପିଆଇ ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ

ଭବାନୀପାଟଣା,୩୦।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ମଣ୍ଡିରେ ପଡିଥିବା ଧାନକୁ ଶୀଘ୍ର ଉଠାଣ ଦାବିରେ ଗୁରୁବାର ଭବାନୀପାଟଣାରେ ଜିଲାପାଳଙ୍କ ଅଫିସ ଘେରାଉ କରିଛି ସିପିଆଇ। ଏହା…

୧୨ ଟିକିଆ ହାତୀପଲଙ୍କ ତାଣ୍ଡବ, ଘର ଭାଙ୍ଗି ଧାନ…

ବଣାଇଁ, ୩୦।୧(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳରେ ୧୨ ଟିକିଆ ହାତୀ ପଲଙ୍କ ଉତ୍ପାତ ଯୋଗୁଁ ଅତିଷ୍ଠ ହୋଇ ପଡ଼ିଛନ୍ତି ୬ଟି ଗ୍ରାମର ଗ୍ରାମବାସୀ ।…

ମୋରମ ପାଇଁ ପାହାଡ଼ କାଟିଦେଲା ପୂର୍ତ୍ତ ବିଭାଗ, ବାରିଝୋଲା ଗ୍ରାମବାସୀ…

ରାୟଗଡ଼ା,୨୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ ଅନ୍ତର୍ଗତ ବାରିଝୋଲା ଗ୍ରାମସ୍ଥିତ ପଦ୍ମାବତୀ ହରିକୁପା ପାହାଡ଼ରୁ ଚାଲିଛି ମୋରମ ଖନନ। ତେବେ ମୋରମ ଖନନ ଯୋଗୁ…

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଟଳିପଡ଼ିଲେ ଭକ୍ତ: ମହାପ୍ରଭୁଙ୍କ ଦର୍ଶନ ହେଲା…

ପୁରୀ,୨୯ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କର ଉତ୍ତରଦ୍ୱାର ନିକଟ ପରିକ୍ରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri