Categories: ଗଞ୍ଜାମ

ରାତିଅଧରେ ଟ୍ରକ୍‌ରୁ ନେଇଗଲେ ଡିଜେଲ

ଗଞ୍ଜାମ,୧୫।୧(ଡି.ଏନ୍‌.ଏ.): ଗଞ୍ଜାମ ଥାନା ୧୬ ନଂ ଜାତୀୟ ରାଜପଥ ପୁଇଁତୋଳା ଛକରୁ ଦୁଇଟି ଟ୍ରକରୁ କେହି ଦୁର୍ବୃତ୍ତ ପ୍ରାୟ ୭୦୦ ଲିଟରରୁ ଊର୍ଦ୍ଧ୍ୱ ଡିଜେଲ ଲୁଟି ନେଇଥିବା ରବିବାର ଥାନାରେ ଅଭିଯୋଗ ହୋଇଛି।
ମିଳିଥିବା ସୂଚନାଅନୁଯାୟୀ, ବଡ଼ବିଲରୁ ଗୋପାଳପୁର ଯାଉଥିବା ଟ୍ରକ୍‌ ନଂ. ଓଡି୦୭Q୪୯୪୫ ଏବଂ ଟାଟାରୁ ବିଶାଖାପାଟଣା ଯାଉଥିବା ଟ୍ରକ୍‌ ନଂ. ଏପି୩୯ ଟିସି୭୮୯୯ ଟ୍ରକ୍‌ ପୁଇଁତୋଳା ଛକ ଚାହା ଦୋକାନରେ ଗାଡ଼ିରଖି ଦୁଇ ଡ୍ରାଇଭର ପ୍ରଶାନ୍ତ କୁମାର ବାରିକି ଓ କେ .ନାଗ ବାଳକୃଷ୍ଣ ବିଶ୍ରାମ ନେଇଥିଲେ l କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ତେଲ ଚୋରି କରିନେଇଛି। ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।