ଡିଜେଲ ୯ ପଇସା କମିଲା

ଭୁବନେଶ୍ୱର, ୨୯।୯: ଡିଜେଲ ଦରରେ ଲଗାତର ହ୍ରାସ ଧାରା ଜାରି ରହିଛି। ସୋମବାର ଭୁବନେଶ୍ୱରରେ ଡିଜେଲ ୯ ପଇସା କମି ୭୬.୯୫ ଟଙ୍କାକୁ ଖସିଛି। ଏଠାରେ ପେଟ୍ରୋଲ ଅପରିବର୍ତ୍ତିତ ୮୧.୬୦ ଟଙ୍କା ରହିଥିବା ଜଣାପଡିଛି। ଦେଶର ମେଟ୍ରୋ ସହରଗୁଡିକରେ ଡିଜେଲ ସୋମବାର ୯ରୁ ୧୦ ପଇସା ହ୍ରାସ ହୋଇଛି। ନୂଆଦିଲ୍ଲୀରେ ଏହାର ଦର ୭୦.୭୧ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ୭୬.୧୮ ଟଙ୍କା, କୋଲକାତାରେ ୭୪.୭୩ ଟଙ୍କା ଏବଂ ମୁମ୍ବାଇରେ ୭୭.୧୨ ଟଙ୍କା ରହିଛି। ଏହି ସହରଗୁଡିକରେ ପେଟ୍ରୋଲ ଅପରିବର୍ତ୍ତିତ ରହି ଦର ଯଥାକ୍ରମେ ୮୧.୦୬ ଟଙ୍କା, ୮୪.୧୪ ଟଙ୍କା, ୮୨.୫୯ ଟଙ୍କା ଏବଂ ୮୭.୭୪ ଟଙ୍କା ରହିଛି।