ଆସିଲେନି ନା ଆଣିବାକୁ ଚାହିଁଲେନି: ଭକ୍ତଙ୍କ ଆଭିମୁଖ୍ୟକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର, ୧୩।୧୧(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନ ପରେ ମଙ୍ଗଳବାର ଶେଷ ହୋଇଥିବା ନୂଆପଡ଼ା ଉପନିର୍ବାଚନ ଫଳାଫଳ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ପାଇଁ ବହୁ ଗୁରୁତ୍ୱ ବହନ କରିବ। ଏହି ଉପନିର୍ବାଚନରେ କେଉଁ ଦଳକୁ କେତେ ଭୋଟ୍‌ ମିଳିବ ଏବଂ କିଏ ବାଜିମାତ୍‌ କରିବ ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି। ବିଶେଷ ଭାବେ ଏହି ଉପନିର୍ବାଚନରେ କଂଗ୍ରେସର ଭୂମିକାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭାବେ ଭକ୍ତ ଚରଣ ଦାସ ଦାୟିତ୍ୱ ନେବାପରେ ଦଳ ପ୍ରଥମ ଥର ଲାଗି ତାଙ୍କ ନେତୃତ୍ୱରେ ଉପନିର୍ବାଚନ ଲଢୁଥିଲା। ହେଲେ ଭକ୍ତଙ୍କ ଆଭିମୁଖ୍ୟକୁ ନେଇ ତାଙ୍କରି ଦଳ ଭିତରେ ଏବେ ନାନା ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି। ଫଳାଫଳ ବାହାରିବା ପୂର୍ବରୁ କେଉଁ ଦଳ ଉପନିର୍ବାଚନରେ ବିଜୟୀ ହେବ ସେକଥା ଅନୁମାନ କରି କହିବା ଉଚିତ ହେବନାହିଁ। ମାତ୍ର କଂଗ୍ରେସ ଯଦି ଏହି ଆସନରେ ୩ ନମ୍ବର ସ୍ଥାନରେ ରୁହେ ତା’ହେଲେ ଉପନିର୍ବାଚନରେ ଭକ୍ତଙ୍କ ଆଭିମୁଖ୍ୟ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି କୁହାଯାଉଛି। କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ରାଜନୈତିକ ମହଲରେ ଏଭଳି ଆଲୋଚନାକୁ ଖୋରାକ ଯୋଗାଇଛି। ଭକ୍ତଙ୍କ ଦସ୍ତଖତରେ ନୂଆପଡା ଉପନିର୍ବାଚନର ପ୍ରଚାର ଲାଗି ଅକ୍ଟୋବର ୧୭ ତାରିଖରେ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଥିଲା। ସେଥିରେ ପାଖାପାଖି ରାଜ୍ୟ ବାହାରର ପ୍ରାୟ ୧୫ ଜଣ ନେତାଙ୍କ ନାମ ରଖାଯାଇଥିଲା। ନୂଆପଡ଼ାର ସୀମାକୁ ଛତିଶଗଡ଼ ରାଜ୍ୟ ଲାଗିଛି। ସେଥିଲାଗି ସେହି ରାଜ୍ୟର ବହୁ ନେତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖାଯାଇଥିଲା। ହେଲେ ସୂଚନା ମୁତାବକ, ୨ ଜଣ ଛତିଶଗଡ଼ ନେତାଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ପ୍ରଚାରକୁ ଆସିଲେ ନାହିଁ। ଏପରିକି ଯେଉଁ ୨ ଜଣ ଦ୍ୱାରିକା ପ୍ରସାଦ ଯାଦବ ଏବଂ ଗୁରୁ ରୁଦ୍ରକୁମାର ଆସିଥିଲେ ସେମାନେ ଗୋଟିଏ ଦିନ ପ୍ରଚାର କରିଛନ୍ତି। ସେହିଭଳି ଆହୁରି ବହୁ ବଡ଼ ନେତାଙ୍କ ନାମ ତାଲିକାରେ ଥିବାବେଳେ ସେମାନେ ମଧ୍ୟ କେହି ଆସିଲେ ନାହିଁ। ଫଳରେ ତାଲିକାରେ ଥିବା ନେତାମାନେ ଆସିଲେନି ନା ଭକ୍ତ ଆଣିବାକୁ ଚାହିଁଲେ ନାହିଁ ତାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।
ଗୋଟିଏ ପଟେ ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ରଖିଥିବା ଛତିଶଗଡ଼ ନେତାମାନେ ଆସି ବହୁଳ ମାତ୍ରାରେ ସୀମାନ୍ତ ଗ୍ରାମଗୁଡ଼ିକରେ ବୁଲି ପ୍ରଚାର କରିଲେ। ଛତିଶଗଡ଼ର ବହୁ ଭାଜପା ନେତା ଖରିଆର୍‌ ରୋଡ୍‌ ଏନ୍‌ଏସି ଅଞ୍ଚଳରେ ଥିବା ହୋଟେଲ୍‌ରେ ରହି ନିତିଦିନିଆ ପ୍ରଚାର ଚଳାଇଲେ। ହେଲେ କଂଗ୍ରେସ ତାଲିକାରେ ଥିବା ତାଙ୍କ ଦଳର ଛତିଶଗଡ଼ ନେତାଙ୍କ ଦେଖା ମିଳିଲା ନାହିଁ। ଭାଜପା ପାଇଁ ପ୍ରଚାର କରିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆସି ଦୁଇଟି ସ୍ଥାନରେ ଜନସଭା କରି ପ୍ରଚାର କରି ଗଲେ। ହେଲେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ନାମ ଷ୍ଟାର ପ୍ରଚାରକ ତାଲିକାରେ ଥିବା ସତ୍ତ୍ୱେ ଥରୁଟିଏ ବି ଆସିଲେନାହିଁ। ସେହିପରି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡିଙ୍କ ନାମ କଂଗ୍ରେସ ପ୍ରଚାରକ ତାଲିକାରେ ରଖିଥିଲା, ସେ ଆସିବେ ବୋଲି ବାରମ୍ବାର ଦଳ ପକ୍ଷରୁ କୁହାଯାଉଥିବା ବେଳେ ଶେଷରେ ସିଏ ମଧ୍ୟ ଆସିଲେ ନାହିଁ। ସଚିନ ପାଇଲଟ ଏବଂ କହ୍ନେୟା କୁମାରଙ୍କ ନାମ ରଖାଯାଇଥିଲା। ସେମାନେ ଦୁହେଁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଲାଗି ପ୍ରଚାର କରିବାକୁ ଆସିବେ ବୋଲି କୁହାଯାଇଥିଲେ ସୁଦ୍ଧା ସେମାନେ ମଧ୍ୟ ଆସିଲେନାହିଁ। ସେମାନଙ୍କ ଭଳି କଂଗ୍ରେସର ତାଲିକା ଅନ୍ତର୍ଭୁକ୍ତ ମଲ୍ଲୁ ଭାଟି, ଅଳକା ଲାମ୍ବା, ଓ୍ବାଇଏନ୍‌ଏସ୍‌ ଲାଗୁରି, ଉଦୟଭାନୁ ଗିବ୍‌, ସେହେନଓ୍ବାଜ୍‌ ଚୌଧୁରୀ, ଜନକ ଧ୍ରୁବ, ଶିବକୁମାର ଦହରିଆ, ବରୁଣ ଚୌଧୁରୀ ଏମାନେ କେହି ନୂଆପଡ଼ା ପ୍ରଚାରରେ ସାମିଲ ହେଲେ ନାହିଁ।
ସୂଚନାଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନ ସମୟରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ଘାସିରାମ ମାଝୀ ୫୦,୯୪୧ ଖଣ୍ଡ ଭୋଟ୍‌ ପାଇ ବିଜେଡି ପ୍ରାର୍ଥୀ ହୋଇଥିବା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କଠାରୁ ୧୦,୮୮୧ ଖଣ୍ଡ ଭୋଟ୍‌ରେ ହାରିଥିଲେ। ଭାଜପା ସେଥର ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା। ଅଭିନନ୍ଦନଙ୍କୁ ୪୪,୮୧୪ ଖଣ୍ଡ ଭୋଟ୍‌ ମିଳିଥିଲା। ବର୍ତ୍ତମାନ ସରିଥିବା ନୂଆପଡ଼ା ଉପନିର୍ବାଚନରେ ଘାସିରାମଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଘାସିରାମ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ସେହି ନିର୍ବାଚନମଣ୍ଡଳୀରେ ଆଦିବାସୀ ଭୋଟ୍‌ ପ୍ରାୟ ୧ ଲକ୍ଷ ରହିଥିବା କୁହାଯାଉଛି। ତେଣୁ ଘାସିରାମ ଉପନିର୍ବାଚନରେ ସବୁଠାରୁ ଭଲ ପ୍ରାର୍ଥୀ ବୋଲି ଚର୍ଚ୍ଚା ହେବା ସ୍ବାଭାବିକ। ତେଣୁ ଏହି ଉପନିର୍ବାଚନରେ କଂଗ୍ରେସକୁ ମଜଭୁତ କରିବା ପାଇଁ ଭକ୍ତଙ୍କ ପାଖରେ ଏକ ଭଲ ସୁଯୋଗ ରହିଥିଲା। ଉପନିର୍ବାଚନରେ ପୂରା ରାଜ୍ୟରୁ ବଛା ବଛା ନେତାଙ୍କୁ ସେ ସାମିଲକରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରାଯାଇପାରିଥାଆନ୍ତା। ଏହା ହୋଇଥିଲେ ହୁଏତ ରାଜ୍ୟବ୍ୟାପୀ କଂଗ୍ରେସର ବହୁ ଯୁବ, ଛାତ୍ର ଏବଂ ବରିଷ୍ଠ ନେତାମାନେ ସାମିଲ ହୋଇ କଂଗ୍ରେସର ସାଙ୍ଗଠନିକ ସ୍ଥିତି ଭଲ ହେବାର ଏକ ବାର୍ତ୍ତା ଦେବାର ସୁଯୋଗ ପାଇପାରି ଥାଆନ୍ତେ। ହେଲେ ସେ ଅକ୍ଟୋବର ୧୫ରେ ଏକ ଚିଠି ଜାରି କରି ‘ସବୁକିଛି ବ୍ୟବସ୍ଥିତ’ କରିବା ନଁାରେ ଅନେକ ନେତାଙ୍କୁ ପରୋକ୍ଷରେ ନୂଆପଡ଼ା ଯିବାରୁ ଅଟକେଇ ଦେଇଥିଲେ। ନୂଆପଡ଼ା ନିର୍ବାଚନମଣ୍ଡଳୀ ଭକ୍ତ ପୂର୍ବରୁ ଲଢ଼ିଥିବା ଲୋକ ସଭା କ୍ଷେତ୍ର କଳାହାଣ୍ଡି ଅନ୍ତର୍ଗତ ହୋଇଥିବାରୁ ସେ ବାହାର ନେତାଙ୍କୁ ଆଣି ନିଜ ପତିଆରା ହାନି କରିବାକୁ ଚାହୁଁ ନ ଥିଲେ ବୋଲି କେତେଜଣ କଂଗ୍ରେସ ନେତା କହି ବୁଲିଲେ। ଭକ୍ତ ଅନେକ ସମୟରେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱଙ୍କ ବିଶ୍ୱାସଭାଜନ ହେବା ସହିତ ବିଭିନ୍ନ ରାଜ୍ୟର ପ୍ରଭାରୀ ଦାୟିତ୍ୱ ବିଗତ ଦିନରେ ତୁଲାଇଛନ୍ତି। ତେଣୁ କେନ୍ଦ୍ରର ଅନେକ ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି ବୋଲି ଜଣାଶୁଣା। ଯେତେବେଳେ କଂଗ୍ରେସର ଶୀର୍ଷ ନେତୃତ୍ୱ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୨୦୨୪ ନିର୍ବାଚନ ପରେ ୨ ଥର ଓଡ଼ିଶା ଆସି ସାରିଛନ୍ତି ସେତେବେଳେ ଉପନିର୍ବାଚନରେ ପ୍ରଚାର କରିବାକୁ ଛତିଶଗଡ଼ର ନେତା ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ନ ଆସିବା କଂଗ୍ରେସର ଭବିଷ୍ୟତକୁ ପୁନର୍ବାର ଅନ୍ଧାରକୁ ଠେଲିଦେବ ବୋଲି ଚର୍ଚ୍ଚା ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri