ହ୍ୟାଟ୍ରିକ୍‌ ମୁହାଁ ଦିଦି: ଲାଭରେ ଭାଜପା…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୨୦୬ ଆସନରେ ଆଗେଇଥିବାବେଳେ ଭାଜପା ୮୩ ଆସନରେ ଆଗୁଆ ରହିଛି। ସେହିପରି ଲେଫ୍ଟ ମେଣ୍ଟ ୧ଟି ଆସନରେ ଅଗୁଆ ରହିଛି। ଅନ୍ୟ ଦଳ ୨ ଆସନରେ ଆଗୁଅ ରହିଛନ୍ତି। ରାଜ୍ୟର ୨୯୨ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୪୭ ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ରାଜ୍ୟରେ କ୍ଷମତା ଦଖଲ କରିବା ପ୍ରାୟ ନିଶ୍ଚିତ ହୋଇଛି। ଏହା ଦ୍ୱାରାରେ ମମତା ଦିଦି କ୍ଷମତା ଦଖଲରେ ହ୍ୟାଟ୍ରିକ କରିବାକୁ ଯାଉଛନ୍ତି। ଭାଜପା ପରାଜିିତ ହେଲେ ମଧ୍ୟ ଲାଭରେ ରହିଛି। ଗତ ଥର ବିଧାନସଭା ନିର୍ବାଚନରେ ଭାଜପା ୩ଟି ଆସନରେ ସଫଳ ରହିଥିଲା। ମାତ୍ର ଚଳିତ ଥର ରାଜ୍ୟରେ ଭାଜପା ଦ୍ୱିତୀୟ ସ୍ଥାନରେ ରହିବାକୁ ଯାଉଛି।

Share