ଶାଢି ଚିରିବା ପରେ ସେଦିନ ଏମିତି ରାଣ ଖାଇଥିଲେ ଦିଦି

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଜାନୁୟାରୀ ୧୯୫୫ରେ ପଶ୍ଚିମବଙ୍ଗର ରାଜଧାନୀ କଲିକତା (ବର୍ତ୍ତମାନ କୋଲକାତା)ର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମମତା ୧୫ ବର୍ଷ ବୟସରେ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ସେହି ବର୍ଷ ସେ ମଧ୍ୟ ରାଜନୀତିରେ ପ୍ରବେଶ କରିଥିଲେ। ତାଙ୍କ ପିତା ପ୍ରୋମିଲେଶ୍ୱର ବାନାର୍ଜୀ ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ। ମମତାଙ୍କୁ ୧୭ ବର୍ଷ ହୋଇଥିବାବେଳେ ଚିକିତ୍ସା ସୁବିଧା ଅଭାବରୁ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। ମମତା ବାନାର୍ଜୀଙ୍କ ରାଜନୈତିକ ଯାତ୍ରା ତୃଣମୂଳ ସ୍ତରରୁ ଆରମ୍ଭ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ସଂଘର୍ଷମୟ ଥିଲା। ଯଦିଓ ମମତା ତାଙ୍କର ସଫଳ ରାଜନୀତି ଏବଂ ସରଳତା ପାଇଁ ବିଖ୍ୟାତ, କିନ୍ତୁ ଦିଦି ନାମରେ ଜଣାଶୁଣା ମମତା ମଧ୍ୟ ସମାନ ଭାବରେ ଜିଦ୍‌ଖୋର୍‌, ନିର୍ଭୀକ।
ମମତା ମାତ୍ର ୧୫ ବର୍ଷ ବୟସରୁ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ। ଜୁଲାଇ ୧୯୯୩ରେ, ସେ ଯୁବ କଂଗ୍ରେସ ସଭାପତି ଥିବାବେଳେ ରାଜ୍ୟ ସଚିବାଳୟ ରାଇଟର୍ସ ବିଲଡିଂ ଅଭିଯାନରେ ପୋଲିସର ଗୁଳିରେ ୧୩ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଏହି ପୋଲିସ ଆକ୍ରମଣରେ ମମତା ରାଗି ଯାଇଥିଲେ। କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ଏହି ଆକ୍ରମଣର ଯଥାର୍ଥତା ଦେଇଥିଲେ।
୧୯୯୩ର ପ୍ରାରମ୍ଭ ଦିନରେ ମମତା ନଦିଆ ଜିଲାର ଭିନ୍ନ ଭିନ୍ନ ବଳାତ୍କାର ପୀଡିତାଙ୍କ ସହ ରାଇଟର୍ସ ବିଲଡିଂକୁ ଯାଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କୁ ଭେଟିବା ପାଇଁ ତାଙ୍କ ଚାମ୍ବର ଦ୍ୱାର ସମ୍ମୁଖରେ ଏକ ଧାରଣାରେ ବସିଥିଲେ। କେବଳ ରାଜନୈତିକ ସମ୍ପର୍କ ହେତୁ ଅପରାଧୀଙ୍କୁ ଗିରଫ କରାଯାଉ ନାହିଁ ବୋଲି ମମତା ଅଭିଯୋଗ କରିଥିଲେ। ସେ ସେତେବେଳେ କେନ୍ଦ୍ର ମନ୍ତ୍ରୀ ଥିଲେ କିନ୍ତୁ ବସୁ ତାଙ୍କୁ ଭେଟି ନ ଥିଲେ। ମହିଳା ପୋଲିସ ତାଙ୍କୁ ଏବଂ ନୀଡିତାଙ୍କୁ ସିଡ଼ିରୁ ଟାଣି ନେଇ ପୋଲିସ ମୁଖ୍ୟାଳୟ ଲାଲବାଜରକୁ ନେଇ ଯାଇଥିଲେ। ଏହି ସମୟରେ ତାଙ୍କ ଶାଢି ମଧ୍ୟ ଚିରି ଯାଇଥିଲା।
ମମତା ସେହି ଦିନ ସେହି ସ୍ଥାନରେ ଶପଥ ନେଇଥିଲେ ଯେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ପୁନର୍ବାର ଏହି କୋଠାକୁ ଯିବେ। ଶେଷରେ, ପ୍ରାୟ ୧୮ବର୍ଷ ପରେ, ୨୦ ମେ ୨୦୧୧ରେ, ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଏହି ଐତିହାସିକ ଲାଲ ଭବନରେ ପ୍ରବେଶ କଲେ। କୁହାଯାଏ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ମମତାଙ୍କ ରାଜନୀତିରେ ଏତେ ବିରକ୍ତ ହୋଇଥିଲେ ଯେ ସେ ତାଙ୍କ ନାମକୁ ସର୍ବସାଧାରଣରେ ମଧ୍ୟ ନେଉ ନ ଥିଲେ। ଏହା ପରିବର୍ତ୍ତେ, ସେ ସର୍ବଦା ମମତାଙ୍କୁ ‘ସେହି ଲେଡି’ ବୋଲି ସମ୍ବୋଧନ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri