ନନ୍ଦିଗ୍ରାମରେ ଦିଦି ଆଗରେ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ କ୍ଲିନ୍‌ ସ୍ବିପ୍‌ କରିଛି। ଶାସକ ତୃଣମୂଳ ୨୧୧ ଆସନରେ ଆଗେଇଥିବାବେଳେ ଭାଜପା ୭୭ ଆସନରେ ଆଗୁଆ ରହିଛି। ସେହିପରି ନନ୍ଦିଗ୍ରାମରେ ସପ୍ତମ ରାଉଣ୍ଡ ଭୋଟ ଗଣନା ପର୍ଯ୍ୟନ୍ତ ପଛରେ ପଡ଼ିଯାଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ୮୦୦୦ ଭୋଟରେ ଆଗୁଆ ରହିଛନ୍ତି। ୧୬ ରାଉଣ୍ଡ ଭୋଟ ଗଣତିରେ ଏହି ଫଳାଫଳ ମିଳିଛି। ରାଜ୍ୟରେ ପୁଣି ଥରେ ତୃଣମୂଳ ସରକାର ଗଠନ କରିବା ପ୍ରାୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

Share