ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶଲ କରି ଭୁଲ କରିଦେଲେ କି ଶହବାଜ? ପାକିସ୍ତାନରେ ହୋଇପାରେ ନେତୃତ୍ୱ ପରିବର୍ତ୍ତନ, ଯାଇପାରେ ରାଷ୍ଟ୍ରପତିଙ୍କ ପଦ

ଇସଲାମାବାଦ,୯।୭: ପାକିସ୍ତାନର ରାଜନୀତିରେ ପୁଣି ଥରେ ହଇଚଇ ସୃଷ୍ଟି ହୋଇଛି। ଦେଶର ସେନା ଏବଂ ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏକ ବଡ଼ ଖେଳ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି।
ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀଙ୍କୁ ହଟାଇ ଫିଲ୍ଡ ମାର୍ଶାଲ ଅସୀମ ମୁନିର କ୍ଷମତା ହାତକୁ ନେଇପାରନ୍ତି ବୋଲି କଳ୍ପନାଜଳ୍ପନା ଜୋର ଧରିଛି। କିନ୍ତୁ ପାକିସ୍ତାନ କ’ଣ ଆଉ ଏକ ସାମରିକ ବିଦ୍ରୋହର ଦ୍ୱାରଦେଶରେ ଅଛି ବୋଲି ଏବେ ପ୍ରଶ୍ନ ଉଠୁଛି।
ଗତ କିଛି ସପ୍ତାହ ମଧ୍ୟରେ ଏପରି ଅନେକ ଘଟଣା ଘଟିଛି, ଯାହା ଏହି ଗୁଜବକୁ ଆହୁରି ବଢାଇ ଦେଇଛି। ଦେଶର ବାତାବରଣରେ ଉତ୍ତେଜନା ଏବଂ ରାଜନୈତିକ ବୟାନବାଜି ଏହି ଆଲୋଚନାକୁ ଆହୁରି ତୀବ୍ର କରିଛି। ଏହି ରାଜନୈତିକ ଝଡ଼ ପଛରେ ସତ୍ୟ କ’ଣ? ଭାରତର ପଡ଼ୋଶୀ ଦେଶ ପୁଣି ଥରେ କ୍ଷମତାର ଏକ ନୂତନ ଯୁଗରେ ପାଦ ଦେବାକୁ ଯାଉଛି କି?
ପାକିସ୍ତାନ ସରକାର ମେ’ ମାସରେ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଥିଲା। ଜେନେରାଲ ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦବୀ ଦିଆଯାଇଥିଲା। ପାକିସ୍ତାନର ଇତିହାସରେ ଏହା ଦ୍ୱିତୀୟ ଥର, ଯେତେବେଳେ ଜଣେ ସାମରିକ ଅଧିକାରୀ ଏହି ପଦବୀ ପାଇଛନ୍ତି। ପୂର୍ବରୁ, ଜେନେରାଲ ଆୟୁବ ଖାନ ୧୯୫୯ରେ ନିଜକୁ ଫିଲ୍ଡ ମାର୍ଶାଲ କରିଥିଲେ। ସେହି ସମୟରେ ପାକିସ୍ତାନ ସେନା ଦ୍ୱାରା ଶାସିତ ହେଉଥିଲା।
ମୁନିରଙ୍କ ପଦୋନ୍ନତି ଉପରେ ପ୍ରଶ୍ନ ଉଠିଥିଲା। ଭାରତର ‘ଅପରେଶନ ସିନ୍ଦୂର’ ପରେ ଏହି ଘୋଷଣା ହୋଇଥିଲା। ଜୁନ ମାସରେ ଜେନେରାଲ ମୁନିର ଆମେରିକା ଗସ୍ତ କରିଥିଲେ ଏବଂ ସେଠାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ବୈଠକ ଅନନ୍ୟ ଥିଲା, କାରଣ ପ୍ରଥମ ଥର ପାଇଁ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ହ୍ବାଇଟ ହାଉସକୁ ନିମନ୍ତ୍ରଣ କରାଯାଇଥିଲା।
ଏହି ବୈଠକ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଥିଲା। ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଏହି ବୈଠକ ମୁନିରଙ୍କ ବର୍ଦ୍ଧିତ ଶକ୍ତି ଏବଂ ରାଜନୈତିକ ମହତ୍ତ୍ୱାକାଂକ୍ଷାର ପ୍ରମାଣ। ଏହା ପରେ, ମୁନିର ଏକ ବିଦ୍ରୋହ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଅଧିକ ତୀବ୍ର ହୋଇଗଲା।
ପାକିସ୍ତାନୀ ସାମ୍ବାଦିକ ଏଜାଜ ସଇଦ କହିଛନ୍ତି, ‘ରାଷ୍ଟ୍ରପତି ଜରଦାରୀଙ୍କୁ ହଟାଇବା ପାଇଁ ପ୍ରୟାସ ତୀବ୍ର ହେଉଛି। ଅନେକ ଲୋକ ଚାହାଁନ୍ତି ଯେ ଜରଦାରୀ ନିଜେ ଇସ୍ତଫା ଦିଅନ୍ତୁ। ଏଥିପାଇଁ ରାଜନୈତିକ ହେରଫେର ଆରମ୍ଭ ହୋଇଛି।’
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମଧ୍ୟ ଏପରି ଖବର ଭାଇରାଲ ହେଉଛି। ଜଣେ ୟୁଜର ଲେଖିଛନ୍ତି, ‘ସୂତ୍ର କହୁଛି ଯେ ମୁନିର ଜରଦାରୀଙ୍କ ବିରୁଦ୍ଧରେ ‘ନୀରବ ବିଦ୍ରୋହ’ ଯୋଜନା କରୁଛନ୍ତି। ଜରଦାରୀ ତାଇୱାନରେ ଚାଇନାକୁ ସମର୍ଥନ କରନ୍ତି, ଯେତେବେଳେ ମୁନିରଙ୍କର ଆମେରିକା ସହିତ ଏକ ଗୁପ୍ତ ଚୁକ୍ତି ଅଛି। ତାଙ୍କର ଲକ୍ଷ୍ୟ ହେଉଛି CPECକୁ ଶେଷ କରିବା, ଯାହା ବି ହେଉ।’
ପାକିସ୍ତାନ ରାଜନୀତିରେ ଏହି ଅସ୍ଥିରତା ନୂଆ ନୁହେଁ। ଦେଶର ଅତୀତ ଅନେକ ବିଦ୍ରୋହ ଏବଂ ରାଜନୈତିକ ପରିବର୍ତ୍ତନରେ ପରିପୂର୍ଣ୍ଣ। କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଜେନେରାଲ ମୁନିରଙ୍କ ପଦୋନ୍ନତି, ତାଙ୍କର ଆମେରିକା ଗସ୍ତ ଏବଂ ବିଲାୱଲଙ୍କ ବୟାନ ରାଜନୈତିକ ପରିବେଶକୁ ଆହୁରି ଉଷ୍ମ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri