Posted inଜାତୀୟ

ରାହୁଲ କରିଥିଲେ କି କଳାଜାଦୁ, ମହାରାଷ୍ଟ୍ରରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୨୩।୬: ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ‘ଖଟାଖଟ’ ମନ୍ତବ୍ୟ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ହେଲେ ଏହି ମନ୍ତବ୍ୟ ଏବେ ତାଙ୍କୁ ଅସୁବିଧାରେ ପକାଇଛି। ପୁଣେରେ ବ୍ଲାକ ମ୍ୟାଜିକ ଆକ୍ଟ ୨୦୧୩ ଅଧିନରେ ତାଙ୍କ ନାଁରେ ଅଭିଯୋଗ ହୋଇଛି। ତେବେ ଆସନ୍ତୁ ଜାଣିବା ବ୍ଲାକ୍‌ ମ୍ୟାଜିକ ଆକ୍ଟ କ’ଣ ଓ ରାହୁଲ ଗାନ୍ଧୀ ଏଥିରେ କେମିତି ଫସିଲେ।

ରାହୁଲ ନିର୍ବାଚନ ଅଭିଭାଷଣ ସମୟରେ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଖଟାଖଟ ପହଞ୍ଚିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯାହାକୁ ନେଇ ପୁଣେର ଆରତୀ ସଚିନ କଣ୍ଡ୍ରେ ନାମକ ଜଣେ ମହିଳା ଠକେଇ ଅଭିଯୋଗ କରି ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ଭାରତରେ ଯାଦୁ କିମ୍ବା କଳା ଯାଦୁ ବନ୍ଦ କରିବାକୁ କୌଣସି କେନ୍ଦ୍ରୀୟ ନିୟମ ନାହିଁ। କିନ୍ତୁ ଅନେକ ରାଜ୍ୟରେ ଏହା ବିରୋଧରେ ଅଲଗା ଆଇନ ପ୍ରଣୟନ କରାଯାଇଛି। ସେହିଭଳି ମହାରାଷ୍ଟ୍ରରେ Maharashtra Prevention and Eradication of Human Sacrifice and other Inhuman, Evil and Aghori Practices and Black Magic Act, 2013 ରହିଛି। ଏହି ଆଇନରେ ସମୁଦାୟ ୧୨ଟି ଧାରା ଅଛି, ଯାହା ବିଭିନ୍ନ ଅପରାଧ ଚିହ୍ନଟ କରେ। ଏହି ନିୟମ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ଅଭିଯୋଗ ପଞ୍ଜିକୃତ ହୋଇଛି।

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀ କହିଥିଲେ ଯେ, କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବା ମାତ୍ରେ ପ୍ରତି ମାସର ପ୍ରଥମ ଦିନରେ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଜୁଲାଇ ୧ ସକାଳେ ଗରିବ ଜନସାଧାରଣ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବେ। ମ୍ୟାଜିକ ପରି ୮୫୦୦ଟଙ୍କା ଆପଣଙ୍କ ଖାତାରେ ପହଞ୍ଚିବ। ସେହିପରି ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର, ଡିସେମ୍ବରା ପ୍ରଥମ ଦିନରେ ହିଁ ଆପଣଙ୍କୁ ୮୫୦୦ଟଙ୍କା ଏମିତି ହିଁ ଖଟାଖଟ ଖଟାଖଟ ଖଟାଖଟ ପହଞ୍ଚିବ।

ଅଭିଯୋଗକାରୀଙ୍କ କହିବାନୁସାରେ, ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତି ଏହିପରି ମନେହୁଏ ଯେ ଲକ୍ଷ ଲକ୍ଷ ଗରିବ ଭାରତୀୟ ମ୍ୟାଜିକ ଭାବେ ଟଙ୍କା ପାଇବେ। ଟେଲିଭିଜନରେ ତଥା ଫେସବୁକ ଏବଂ ହ୍ବାଟସପ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଦାବିଗୁଡିକ ବ୍ୟାପକ ଭାବରେ ପ୍ରସାରିତ ହୋଇଥିଲା ଯାହା ଦ୍ୱାରା ଅନେକ ମହିଳା ଭାବିଥିଲେ ଯେ ରାହୁଲ ଗାନ୍ଧୀ କଳା ଯାଦୁ କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ।

ଫ୍ରି ପ୍ରେସ ଜର୍ଣ୍ଣାଲକୁ ସୂଚନା ଦେଇ ସତ୍ୟ ମୁଲେ କହିଛନ୍ତି, ଅନ୍ଧ ବିଶ୍ୱାସ ଏବଂ ପ୍ରତାରଣା ମାଧ୍ୟମରେ ଭୋଟ ପାଇବା ଭାରତରେ ଏକ ଅପରାଧ, ଯାହା ବ୍ଲାକ ମ୍ୟାଜିକ ପ୍ରତିରୋଧ ଆଇନ ଏବଂ ଧାରା ୪୧୫ (ପ୍ରତାରଣା) ଏବଂ ୪୨୦ (ପ୍ରତାରଣା ଏବଂ ଅସାଧୁ ଭାବରେ ହାସଲ କରିବା) ଅନୁଯାୟୀ ଦଣ୍ଡନୀୟ।

୨୬ ଅଗଷ୍ଟ ୨୦୧୩ରୁ ମହାରାଷ୍ଟ୍ରରେ ବ୍ଲାକ ମ୍ୟାଜିକ ଆକ୍ଟ ଲାଗୁ ହୋଇଛି। ଯେଉଁମାନେ ଏହି ନିୟମ ଭାଙ୍ଗନ୍ତି ସେମାନଙ୍କ ପାଇଁ ସର୍ବନିମ୍ନ ୬ ମାସ ଏବଂ ସର୍ବାଧିକ ୭ ବର୍ଷ ଜେଲ ବ୍ୟବସ୍ଥା ରହିଛି। ଏହି ଅପରାଧ ଜାମିନହୀନ ହେବ। ଜରିମାନା ୫ହଜାରରୁ ୫୦ ହଜାର ଟଙ୍କା ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri