ନୂଆଦିଲ୍ଲୀ,୧୪।୨: ଶ୍ରୀଲଙ୍କାର ଉଇକେଟକିପର-ବ୍ୟାଟ୍ସମ୍ୟାନ୍ କୁସାଲ ମେଣ୍ଡିସ ପୁଣି ଥରେ ଶତକ ହାସଲ କରି ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି। କଲମ୍ବୋରେ ଖେଳାଯାଉଥିବା ଦ୍ୱିତୀୟ ତଥା ଶେଷ ଏକଦିବସୀୟ ମ୍ୟାଚ୍ରେ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ଶତକ ମାରିଛନ୍ତି। ୧୧୫ ବଲ୍ରେ ସେ ୧୦୧ ରନ୍ କରିଛନ୍ତି। ମେଣ୍ଡିସ୍ଙ୍କ ଷ୍ଟ୍ରାଇକ ରେଟ୍ ୮୭ରୁ ଅଧିକ ରହିଛି। ବଡ଼ କଥା ହେଉଛି ଏହି ଖେଳାଳି ତାଙ୍କ ଇନିଂସରେ ଗୋଟିଏ ବି ଛକା ନ ମାରି ଶତକ ହାସଲ କରିଛନ୍ତି। କେବଳ ସେତିକି ନୁହେଁ ସେ ୧୧୫ ବଲ୍ରୁ ୫୦ ବଲ୍ରେ ଗୋଟିଏ ବି ରନ୍ କରି ନ ଥିଲେ।
ଯେତେବେଳେ ମେଣ୍ଡିସ କ୍ରିଜ୍କୁ ଆସିଥିଲେ, ସେତେବେଳେ ଅଷ୍ଟ୍ରେଲିୟ ଦ୍ରୁତ ବୋଲରମାନେ ଦବ୍ଦବା ରହିଥିଲା। ମଇଦାନରୁ ଲାଭ ମିଳୁଥିବାରୁ ଶ୍ରୀଲଙ୍କା ଶୀଘ୍ର ପଥୁମ୍ ନିସାଙ୍କାଙ୍କ ଉଇକେଟ ହରାଇଥିଲା। ଏହି ଖେଳାଳି ୨୦ ବଲ୍ରେ ମାତ୍ର ୬ ରନ କରିପାରିଥିଲେ। ଏହା ପରେ ମେଣ୍ଡିସ ଏବଂ ନିଶାନ ମାଦୁଷ୍କା ଚମତ୍କାର ବ୍ୟାଟିଂ କରି ଶ୍ରୀଲଙ୍କାକୁ ବଡ଼ ସ୍କୋର ଆଡ଼କୁ ନେଇଥିଲେ। ମାତ୍ର ନିଜର ଇନିଂସରେ ମେଣ୍ଡିସ ଅନେକ ଡଟ୍ ବଲ ଖେଳିଥିଲେ। ମୋଟାମୋଟି ଦେଖିଲେ ସେ ତାଙ୍କ ଇନିଂସରେ ମୋଟ ୫୦ ବଲ୍ରେ କୌଣସି ରନ୍ କରିପାରି ନ ଥିଲେ। ଏହା ସତ୍ତ୍ୱେ ମେଣ୍ଡିସ ୫୦ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୧୩ ବଲ୍ରେ ଶତକ ହାସଲ କରିବାରେ ସଫଳ ହୋଇଥିଲେ।
ମେଣ୍ଡିସଙ୍କ ଶତକ ଯୋଗୁ ଶ୍ରୀଲଙ୍କା ୫୦ ଓଭରରେ ୨୮୧ ରନ୍ କରିପାରିଛିା। ଅଧିନାୟକ ଚରିତ ଅସଲାଙ୍କା ମଧ୍ୟ ୭୮ ରନର ଏକ ଚମତ୍କାର ଇନିଂସ ଖେଳିଛନ୍ତି । ମାଦୁଷ୍କା ୫୧ ରନ କରିଛନ୍ତି। ଜାନିଥ ଲିଆନାଗେ ମଧ୍ୟ ୩୨ ରନର ଅପରାଜିତ ଇନିଂସ ଖେଳିଛନ୍ତି। ମେଣ୍ଡିସଙ୍କ ଶତକ ସ୍ବତନ୍ତ୍ର ଥିଲା କାରଣ ସେ ୨୦୨୦ ପରଠାରୁ ସମସ୍ତ ଫର୍ମାଟରେ ୮ଟି ଶତକ ମାରିିଛନ୍ତି। ତାଙ୍କର ODIରେ ମୋଟ ୫ଟି ଶତକ ଅଛି। ଏହା ବ୍ୟତୀତ ସେ ଟେଷ୍ଟରେ ୧୦ଟି ଶତକ ମଧ୍ୟ ମାରିଛନ୍ତି। ଶ୍ରୀଲଙ୍କା ଦଳ ପ୍ରଥମ ODIରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସିରିଜରେ ୧-୦ରେ ଆଗୁଆ ଅଛି। ଏମିତିରେ ଯଦି ଦଳ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ଜିତିଯାଏ ତେବେ ମେଣ୍ଡିସ ହିରୋ ସାଜିବେ।


