Posted inଖେଳ

Unbelievable: ୫୦ ବଲ୍‌ରେ ଗୋଟିଏ ବି ରନ୍‌ କରି ନ ଥିଲେ, ତଥାପି ଶତକ ମାରି ବୋଲର୍‌ଙ୍କୁ ଘାଇଲା କରିଦେଲେ ଏହି ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୪।୨: ଶ୍ରୀଲଙ୍କାର ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ କୁସାଲ ମେଣ୍ଡିସ ପୁଣି ଥରେ ଶତକ ହାସଲ କରି ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି। କଲମ୍ବୋରେ ଖେଳାଯାଉଥିବା ଦ୍ୱିତୀୟ ତଥା ଶେଷ ଏକଦିବସୀୟ ମ୍ୟାଚ୍‌ରେ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ଶତକ ମାରିଛନ୍ତି। ୧୧୫ ବଲ୍‌ରେ ସେ ୧୦୧ ରନ୍‌ କରିଛନ୍ତି। ମେଣ୍ଡିସ୍‌ଙ୍କ ଷ୍ଟ୍ରାଇକ ରେଟ୍‌ ୮୭ରୁ ଅଧିକ ରହିଛି। ବଡ଼ କଥା ହେଉଛି ଏହି ଖେଳାଳି ତାଙ୍କ ଇନିଂସରେ ଗୋଟିଏ ବି ଛକା ନ ମାରି ଶତକ ହାସଲ କରିଛନ୍ତି। କେବଳ ସେତିକି ନୁହେଁ ସେ ୧୧୫ ବଲ୍‌ରୁ ୫୦ ବଲ୍‌ରେ ଗୋଟିଏ ବି ରନ୍‌ କରି ନ ଥିଲେ।

ଯେତେବେଳେ ମେଣ୍ଡିସ କ୍ରିଜ୍‌କୁ ଆସିଥିଲେ, ସେତେବେଳେ ଅଷ୍ଟ୍ରେଲିୟ ଦ୍ରୁତ ବୋଲରମାନେ ଦବ୍‌ଦବା ରହିଥିଲା। ମଇଦାନରୁ ଲାଭ ମିଳୁଥିବାରୁ ଶ୍ରୀଲଙ୍କା ଶୀଘ୍ର ପଥୁମ୍‌ ନିସାଙ୍କାଙ୍କ ଉଇକେଟ ହରାଇଥିଲା। ଏହି ଖେଳାଳି ୨୦ ବଲ୍‌ରେ ମାତ୍ର ୬ ରନ କରିପାରିଥିଲେ। ଏହା ପରେ ମେଣ୍ଡିସ ଏବଂ ନିଶାନ ମାଦୁଷ୍କା ଚମତ୍କାର ବ୍ୟାଟିଂ କରି ଶ୍ରୀଲଙ୍କାକୁ ବଡ଼ ସ୍କୋର ଆଡ଼କୁ ନେଇଥିଲେ। ମାତ୍ର ନିଜର ଇନିଂସରେ ମେଣ୍ଡିସ ଅନେକ ଡଟ୍‌ ବଲ ଖେଳିଥିଲେ। ମୋଟାମୋଟି ଦେଖିଲେ ସେ ତାଙ୍କ ଇନିଂସରେ ମୋଟ ୫୦ ବଲ୍‌ରେ କୌଣସି ରନ୍‌ କରିପାରି ନ ଥିଲେ। ଏହା ସତ୍ତ୍ୱେ ମେଣ୍ଡିସ ୫୦ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୧୩ ବଲ୍‌ରେ ଶତକ ହାସଲ କରିବାରେ ସଫଳ ହୋଇଥିଲେ।

ମେଣ୍ଡିସଙ୍କ ଶତକ ଯୋଗୁ ଶ୍ରୀଲଙ୍କା ୫୦ ଓଭରରେ ୨୮୧ ରନ୍‌ କରିପାରିଛିା। ଅଧିନାୟକ ଚରିତ ଅସଲାଙ୍କା ମଧ୍ୟ ୭୮ ରନର ଏକ ଚମତ୍କାର ଇନିଂସ ଖେଳିଛନ୍ତି । ମାଦୁଷ୍କା ୫୧ ରନ କରିଛନ୍ତି। ଜାନିଥ ଲିଆନାଗେ ମଧ୍ୟ ୩୨ ରନର ଅପରାଜିତ ଇନିଂସ ଖେଳିଛନ୍ତି। ମେଣ୍ଡିସଙ୍କ ଶତକ ସ୍ବତନ୍ତ୍ର ଥିଲା କାରଣ ସେ ୨୦୨୦ ପରଠାରୁ ସମସ୍ତ ଫର୍ମାଟରେ ୮ଟି ଶତକ ମାରିିଛନ୍ତି। ତାଙ୍କର ODIରେ ମୋଟ ୫ଟି ଶତକ ଅଛି। ଏହା ବ୍ୟତୀତ ସେ ଟେଷ୍ଟରେ ୧୦ଟି ଶତକ ମଧ୍ୟ ମାରିଛନ୍ତି। ଶ୍ରୀଲଙ୍କା ଦଳ ପ୍ରଥମ ODIରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସିରିଜରେ ୧-୦ରେ ଆଗୁଆ ଅଛି। ଏମିତିରେ ଯଦି ଦଳ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ଜିତିଯାଏ ତେବେ ମେଣ୍ଡିସ ହିରୋ ସାଜିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?