୨୦ ହଜାର ଡଲାରର ହୀରା ଉପହାର

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୪ା୧: ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତବେଳେ ସେଠାକାର ରାଷ୍ଟ୍ରପତିଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ୍‌ଙ୍କୁ ୨୦,୦୦୦ ଡଲାର (ପ୍ରାୟ ୧୭.୧୫ ଲକ୍ଷ ଟଙ୍କା) ମୂଲ୍ୟର ଏକ ହୀରା ଉପହାର ଦେଇଥିଲେ। ଲାବ୍‌ରେ ପ୍ରସ୍ତୁତ ତଥା ସୁରଟ୍‌ରେ ପଲିଶ୍‌ କରାଯାଇଥିବା ୭.୫ କ୍ୟାରେଟ୍‌ର ଏହି ସବୁଜ ହୀରାକୁ କାଗଜ ମଣ୍ଡରେ ତିଆରି ଏକ ବକ୍ସ ‘କର୍‌-ଏ-କାଲାମଦାନି’ରେ ରଖାଯାଇଛି।
ଅଫିସ୍‌ ଅଫ୍‌ ଦି ଚିଫ୍‌ ଅଫ୍‌ ପ୍ରୋଟୋକଲ ପକ୍ଷରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦି ୨୦୨୩ ଜୁନ୍‌ରେ ଆମେରିକାକୁ ପ୍ରଥମ ସରକାରୀ ଗସ୍ତରେ ଯାଇଥିବାବେଳେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଫାଷ୍ଟ ଲେଡି ଜିଲ୍‌ ବାଇଡେନ୍‌ ତାଙ୍କୁ ଆପ୍ୟାୟିତ କରିଥିଲେ। ମୋଦି ଭାରତ ସରକାରଙ୍କ ପକ୍ଷରୁ ଜୋ ବାଇଡେନ୍‌ଙ୍କୁ ଚନ୍ଦନକାଠରେ ନିର୍ମିତ ଏକ ବକ୍ସ ଉପହାର ଦେଇଥିଲେ। ସେଥିରେ ଗଣେଶଙ୍କ ମୂର୍ତ୍ତି, ଦୀପ ଓ ‘ଦଶ ଦାନମ୍‌’ ରହିଥିଲା। ସେହିପରି ‘ଦି ଟେନ୍‌ ପ୍ରିନ୍ସିପାଲ ଉପନିଷଦ୍‌ସ’ ଶୀର୍ଷକ ପୁସ୍ତକର ପ୍ରଥମ ସଂସ୍କରଣରୁ ଗୋଟିଏ କପି ମଧ୍ୟ ଜିଲ୍‌ଙ୍କୁ ମୋଦି ଦେଇଥିଲେ। ବାଇଡେନ୍‌ ଦମ୍ପତି ଏହା ବଦଳରେ ମୋଦିଙ୍କୁ ହାତରେ ତିଆରି ଏକ ଆମେରିକୀୟ ପ୍ରାଚୀନ ପୁସ୍ତକ, କ୍ୟାମେରା ଏବଂ ରୋବର୍ଟ ଫ୍ରୋଷ୍ଟଙ୍କ କବିତା ସଙ୍କଳନ ଉପହାର ଦେଇଥିଲେ।
ପ୍ରଧାନମନ୍ତ୍ରୀ ଜିଲ୍‌କୁ ଦେଇଥିବା ହୀରା ଉପହାରକୁ ସେ ବ୍ୟବହାର କରିପାରିବେ ନାହିଁ। ଆସନ୍ତା ୨୦ରେ ବାଇଡେନ୍‌ ଦମ୍ପତି ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପୂର୍ବରୁ ଏହାକୁ ହସ୍ତାନ୍ତର କରିବା ପରେ ନ୍ୟାଶନାଲ ଆର୍କାଇଭ୍ସରେ ରଖାଯିବ। ଜିଲ୍‌ ଚାହିଁଲେ ଏହାକୁ କିଣିପାରିବେ। କାରଣ ଆମେରିକାର ଆଇନ ଅନୁସାରେ ୪୮୦ ଡଲାରରୁ ଅଧିକ ମୂଲ୍ୟର ବିଦେଶୀ ଉପହାରକୁ ରାଷ୍ଟ୍ରପତି କିମ୍ବା ତାଙ୍କ ସ୍ତ୍ରୀ କିଣିବା ଉପରେ କଟକଣା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri