ମଧୁମେହ ଓ ଆମ ଜୀବନଶୈଳୀ

ପ୍ରଫେସର ଡା. ଉମେଶ ଚନ୍ଦ୍ର ପାତ୍ର

 

ଗତ ୧୦-୧୫ ବର୍ଷ ମଧ୍ୟରେ ଭାରତରେ ରୋଗୀ ବୋଝ ଏବେ ସଂକ୍ରାମକ ରୋଗଠାରୁ ଅଣସଂକ୍ରାମକ ରୋଗ ଆଡ଼କୁ ଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ଦେଶରେ ୬କୋଟିରୁ ଊର୍ଦ୍ଧ୍ୱ ଜନତା ମଧୁମେହରେ ଆକ୍ରାନ୍ତ। ବିଜ୍ଞାନ ପତ୍ରିକା ଦି ଲାନ୍‌ସେଟର ରିପୋର୍ଟ ଅନୁଯାୟୀ ୧୯୮୦ରୁ ୨୦୨୧ ମସିହା ମଧ୍ୟରେ ଭାରତରେ ପୁରୁଷଙ୍କଠାରେ ମଧୁମେହ ୩.୭ ପ୍ରତିଶତରୁ ୯.୧ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ମହିଳାଙ୍କଠାରେ ମଧୁମେହ ୪.୬ ପ୍ରତିଶତରୁ ୮.୩ ପ୍ରତିଶତକୁ ବୃଦ୍ଧି ପାଇଛି। ବିଶେଷଜ୍ଞମାନଙ୍କ ମତ ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ଆସନ୍ତା ଦୁଇ ଦଶକ ମଧ୍ୟରେ ୧୨କୋଟିକୁ ଛୁଇଁବ। ମଧୁମେହ ଓ ତଜ୍ଜନିତ ସ୍ବାସ୍ଥ୍ୟ ସମସ୍ୟା ଦିଗରେ ଗବେଷଣା କରୁଥିବା ସଂସ୍ଥା ପାର୍ଟନରଶିପ୍‌ ଟୁ ଫାଇଟ କ୍ରୋନିକ ଡିଜିଜ୍‌ ବା ପିଏଫ୍‌ସିଡିର ଅଧ୍ୟକ୍ଷ ଡ. କେନେ୍‌ଥ ଥ୍ରୋପେ ଏ ନେଇ ନିଜର ଚିନ୍ତାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଟାଇପ୍‌-୨ ଡାଇବେଟିସ୍‌ ମାନବ ଇତିହାସର ସବୁଠାରୁ ବଡ଼ ଜନସ୍ବାସ୍ଥ୍ୟ ପ୍ରସଙ୍ଗ ଓ ସର୍ବବୃହତ୍‌ ମହାମାରୀ ପାଲଟିବାକୁ ଯାଉଛି। ଏହା ଆର୍ଥିକ ବିକାଶ କ୍ଷେତ୍ରରେ ମଧ୍ୟ ସବୁଠାରୁ ବଡ଼ ପ୍ରତିବନ୍ଧକ ହେବ। ଏହାଛଡ଼ା ଏହି ରୋଗର ନିରାକରଣ ଓ ନିୟନ୍ତ୍ରଣ ପାଇଁ ମଧ୍ୟ ବିପୁଳ ଅର୍ଥ ବ୍ୟୟ ହେବ। ଆକଳନ ଅନୁଯାୟୀ ମଧୁମେହ ଓ ତଜ୍ଜନିତ ସ୍ବାସ୍ଥ୍ୟ ସମସ୍ୟାର ଚିକିତ୍ସା ପାଇଁ ବର୍ତ୍ତମାନ ୨୧୫-୩୭୫ ବିଲିୟନ ଡଲାର ବ୍ୟୟ ହେଉଛି। ଏହି ପରିମାଣ ଦିନକୁ ଦିନ ବଢ଼ୁଛି।
ଭାରତୀୟ ସହରାଞ୍ଚଳରେ ତ୍ରୁଟିପୂର୍ଣ୍ଣ ଆଧୁନିକ ଜୀବନଶୈଳୀ ମଧୁମେହ, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ଓ କେତେକ କ୍ୟାନ୍‌ସର ପରି ଅଣ ସଂକ୍ରାମକ ରୋଗ ପାଇଁ ମୁଖ୍ୟତଃ ଦାୟୀ। ସତେଜ ଖାଦ୍ୟ ତୁଳନାରେ ଅଧିକ ପରିମାଣର ପ୍ରକ୍ରିୟାକୃତ ଓ ଫ୍ୟାଟ ବିଶିଷ୍ଟ ଖାଦ୍ୟ ସହ ଶାରୀରିକ ପରିଶ୍ରମ ଅଭାବ ମଧୁମେହର ଆଶଙ୍କାକୁ ବହୁଗୁଣିତ କରିଛି ଭାରତୀୟ ସହରମାନଙ୍କରେ। ଏହି ଖାଦ୍ୟ ମେଦବହୁଳତାର କାରଣ ହେଉଛି। ମେଦ ବହୁଳତା ମଧ୍ୟ ମଧୁମେହ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ। ମେଦ ବହୁଳତା ମଧୁମେହର ଆଶଙ୍କା ଦ୍ୱିଗୁଣିତ କରୁଛି। ଜଣେ ଠିକ୍‌ ଓଜନର ବ୍ୟକ୍ତି ତୁଳନାରେ ଅତ୍ୟଧିକ ମୋଟାଲୋକର ମଧୁମେହ ଆଶଙ୍କା ପ୍ରାୟ ଦଶଗୁଣ ବଢ଼ିଯାଏ। ସଚେତନତାର ଅଭାବ, ସ୍ବାସ୍ଥ୍ୟ ଉପରେ ନଜରର ଅଭାବ, ରୋଗ ପରୀକ୍ଷାରେ ବିଳମ୍ବ ସହ ଚିକିତ୍ସାରେ ଅବହେଳା – ସବୁ ମିଶି ମଧୁମେହକୁ ମହାମାରୀରେ ପରିଣତ କରିବାକୁ ଯାଉଛି। ଭାରତରେ ଯେତେ ଲୋକ ମଧୁମେହରେ ପୀଡ଼ିତ ସେମାନଙ୍କ ମଧ୍ୟରୁ ମାତ୍ର ୫୦ ପ୍ରତିଶତ ହିଁ ନିଜ ରୋଗ ବିଷୟରେ ଜାଣନ୍ତି। ଅନେକ ମଧୁମେହୀ କେବେ ନିଜର ଶର୍କରା ପରୀକ୍ଷା ମଧ୍ୟ କରି ନ ଥାନ୍ତି। ଏହାଛଡ଼ା ଅନ୍ୟ ଏକ ବିପଦ ଭାରତୀୟମାନଙ୍କର ଜିନ୍‌କୁ ନେଇ। ଭାରତୀୟ ଗୁଣସୂତ୍ରରେ ଏହି ରୋଗ ଅଧିକ ଲୁଚି ରହିଥାଏ ପାଶ୍ଚାତ୍ୟ ଦେଶର ବାସିନ୍ଦାଙ୍କ ତୁଳନାରେ। ଅର୍ଥାତ୍‌ ପ୍ରାକ୍‌ ମଧୁମେହ ପରିସ୍ଥିତି ଏଠାରେ ଅଧିକ। କିନ୍ତୁ ଶୀଘ୍ର ଚିହ୍ନଟ ନ ହେବା କାରଣରୁ ଏହା ମଧୁମେହରେ ପରିଣତ ହେବାକୁ ବିଳମ୍ବ ହେଉନି। ଭାରତରେ ପରିବେଶ, କନେଟିକ୍‌, ଆଭ୍ୟନ୍ତରୀଣ ଶାରୀରିକ ସଂରଚନା ଓ ପାଚନକ୍ରିୟାରେ ତ୍ରୁଟି ସବୁମିଶି ମଧୁମେହୀଙ୍କ ସଂଖ୍ୟା ବୃଦ୍ଧି କରିଥାଏ। ଚଳିତବର୍ଷ ଆଦ୍ୟଭାଗରେ ପ୍ରକାଶିତ ଡାଇବେଟିସ୍‌ ମେଡିସିନ ଅଧ୍ୟୟନ ଅନୁଯାୟୀ ଦକ୍ଷିଣ ଏସୀୟ ପୁରୁଷ ଓ ମହିଳା ଉଭୟେ ମଧୁମେହପ୍ରବଣ। ସମାନ ବୟସ ଓ ଜୀବନ ମାନର ଧଳା ୟୁରୋପୀୟଙ୍କ ତୁଳନାରେ ଦକ୍ଷିଣ ଏସୀୟଙ୍କର ମଧୁମେହ ଆଶଙ୍କା ୩-୪ଗୁଣ ଅଧିକ। ଟାଇପ୍‌-୨ ଡାଇବେଟିସ ପାଶ୍ଚାତ୍ୟବାସୀଙ୍କ ତୁଳନାରେ ଦକ୍ଷିଣ ଏସୀୟମାନଙ୍କୁ ଏକ ଦଶନ୍ଧି ପୂର୍ବରୁ ଯନ୍ତ୍ରଣା ଦେବା ଆରମ୍ଭ କରିଥାଏ। ମଧୁମେହଜନିତ କିଡ୍‌ନୀ ସମସ୍ୟା ମଧ୍ୟ ଦକ୍ଷିଣ ଏସୀୟମାନଙ୍କୁ ଦଶବର୍ଷ ଆଗୁଆ ଆକ୍ରମଣ କରିଥାଏ। ମଧୁମେହ ନିରାକରଣର ମୁଖ୍ୟ ଅଙ୍ଗ ସଚେତନତା। ତେଣୁ ଜାତୀୟ ସ୍ତରରେ ଏକ ପ୍ରଭାବଶାଳୀ ସ୍ବଳ୍ପବ୍ୟୟୀ, ରୂପାୟନ ଓ କ୍ରିୟାଶୀଳ ଯୋଗୁ ରଣନୀତି ଆବଶ୍ୟକ ମଧୁମେହକୁ ଅଟକାଇବା ପାଇଁ ଜରୁରୀ ବୋଲି କହିଛନ୍ତି ଡ. ଥ୍ରୋପେ। ଆମ ଦେଶର ଜାତୀୟ ସ୍ବାସ୍ଥ୍ୟ ନୀତି ୨୦୧୭ ଓ ଡ. ଥ୍ରୋପେଙ୍କ ଅନୁଷ୍ଠାନ ମଧ୍ୟରେ ଏକ ବୁଝାମଣା ହୋଇଛି। ଥ୍ରୋପେଙ୍କ ଅନୁଷ୍ଠାନ ମଧୁମେହର ବୃଦ୍ଧିକୁ ଅଟକାଇବା ସହ ଏହାକୁ ହ୍ରାସ କରିବା ଦିଗରେ ଅଭିଯାନରେ ସାମିଲ। ଏଥିପାଇଁ ସରକାର, ଏନ୍‌ଜିଓ ଓ କର୍ପୋରେଟ କ୍ଷେତ୍ରରେ ମଧ୍ୟ ଅନୁବନ୍ଧନ ଜରୁରୀ ବୋଲି ଡ. ଥ୍ରୋପେଙ୍କ ମତ। ସ୍ବାସ୍ଥ୍ୟସେବା କର୍ମୀଙ୍କୁ ତାଲିମ ଦେବା ସହ ସେମାନଙ୍କୁ ଡାକ୍ତରୀ ଶିକ୍ଷା, ରୋଗ ଚିହ୍ନଟ ଉପକରଣ, ପ୍ରତିଷେଧକ ସେବା ଯୋଗାଇବା ନିମନ୍ତେ ପବ୍ଲିକ-ପ୍ରାଇଭେଟ ସହଯୋଗିତା ସବୁଠାରୁ ଅଧିକ କାମ୍ୟ ବୋଲି ସେ କହିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ନୀତି ୨୦୧୭ରେ ମଧୁମେହ ଚିହ୍ନଟକୁ ଗୁରୁତ୍ୱ ଦିଆଯାଇଛି। ମାତ୍ର ସଚେତନତା ଅଭାବରୁ ଲୋକମାନେ ରୋଗ ଚିହ୍ନଟ ପାଇଁ ଆସୁନାହାନ୍ତି। ତେଣୁ ଏ କ୍ଷେତ୍ରରେ ସବୁଠାରୁ ଜରୁରୀ ସଚେତନତା।
ଅନ୍ତଃରାଷ୍ଟ୍ରୀୟ ମଧୁମେହ ସଂଘର ସୂଚନା ଅନୁଯାୟୀ ଟାଇପ-୨ ମଧୁମେହ ଓ ମେଦ ବହୁଳତାର ଶିକାର ବ୍ୟକ୍ତିବିଶେଷଙ୍କ ପାଇଁ ବାରିଆଟ୍ରିକ୍‌ ସର୍ଜରି ବା ଓଜନ ନିୟନ୍ତ୍ରଣ ଅସ୍ତ୍ରୋପଚାର ଏକ ଉପଯୋଗୀ ଚିକିତ୍ସା। ଔଷଧ ଓ ଅନ୍ୟାନ୍ୟ ଉପଚାର ଦ୍ୱାରା ମଧ୍ୟ ସହଜରେ ଓଜନ ହ୍ରାସ ଅସ୍ତ୍ରୋପଚାର ପରି ସୁଫଳ ମିଳିବା ସମ୍ଭବ ନୁହେଁ। ଗତ ଦୁଇଦଶକ ଧରି ମଧୁମେହଙ୍କ ନିମନ୍ତେ ଏଣ୍ଡୋସ୍କୋପିକ୍‌ ଡାଇବେଟିକ୍‌ ସର୍ଜରି ସବୁଠାରୁ ସଫଳ ଚିକିତ୍ସା ପଦ୍ଧତି ଭାବରେ ପରିଗଣିତ ହେଉଛି। ଡାଇବେଟିସ୍‌ ବିଶ୍ୱରେ କିଡ୍‌ନୀ ଅଚଳ ହେବାର ମୁଖ୍ୟ କାରଣ। ଏହାଛଡ଼ା ଘା’ ନ ଶୁଖିବା ଯୋଗୁ ହଜାର ହଜାର ମଧୁମେହୀ ନିଜର ହାତ ବା ଗୋଡ଼ ହରାଇଥାନ୍ତି। ତେବେ ଏହା ବୟସ୍କମାନଙ୍କର ଦୃଷ୍ଟିହୀନତାର ମୁଖ୍ୟ କାରଣ। ପ୍ରାୟ ୫ ଅୟୁତ ବୟସ୍କଙ୍କର ଚକ୍ଷୁ ନଷ୍ଟ ହେବାର କାରଣ ଏହି ମଧୁମେହ। ଏହାଛଡ଼ା ମଧୁମେହ ଅନେକାଂଶରେ ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ଓ ହୃଦ୍‌ଘାତର କାରଣ। ଶୁଣା ନ ଯିବା ମଧ୍ୟ ମଧୁମେହ କାରଣରୁ ହୋଇଥାଏ। ତେଣୁ ମଧୁମେହୀମାନେ ନିୟମିତ ଭାବରେ ପାଦ, ଚକ୍ଷୁ ଓ ଇଏନ୍‌ଟି ବିଶାରଦଙ୍କ ପରାମର୍ଶ ନେବା ଆବଶ୍ୟକ। ମଧୁମେହର ସବୁଠାରୁ ଯନ୍ତ୍ରଣାଦାୟକ ପାର୍ଶ୍ୱ ପ୍ରଭାବ ଭୋଗ କରେ ପାଦ। ମଧୁମେହରେ ପାଦକୁ ରକ୍ତ ସଞ୍ଚାଳନ କମ୍‌ ହୋଇଯାଏ। ଏହାକୁ କୁହାଯାଏ ଗିଫ୍ଟେରାଲ ଭସ୍କୁଲାର ଡିଜିଜ୍‌।
ମଧୁମେହ ମୁଖ୍ୟତଃ ଏକ ଜୀବନଶୈଳୀ ରୋଗ। ତେଣୁ ଏହାର ନିରାକରଣ ସମ୍ଭବ। ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ସହ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିଥାଏ। ଏହା ହିଁ ମଧୁମେହକୁ ନିୟନ୍ତ୍ରଣ କରିବା ଓ ଅଟକାଇବା ନିମନ୍ତେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
– ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri