Posted inଫୁରସତ

ଧୁନୁଚି ନୃତ୍ୟ

ସାରା ଦେଶରେ ଦଶହରା ବେଶ୍‌ ଧୁମ୍‌ଧାମ୍‌ରେ ପାଳିତ ହେଉଥିଲେ ହେଁ, ପଶ୍ଚିମବଙ୍ଗର ଏହା ମୁଖ୍ୟ ପର୍ବ। ଏଠାରେ ମା’ ଦୁର୍ଗାଙ୍କର ବହୁ ପୁରାତନ ପରମ୍ପରା ଦେଖିବାକୁ ମିଳେ। ସେଥିମଧ୍ୟରୁ ଗୋଟିଏ ହେଉଛି ଧୁନୁଚି ନୃତ୍ୟ। ଦୁର୍ଗା ପୂଜା ପଣ୍ଡାଲରେ ହେଉଥିବା ଏହି ନୃତ୍ୟକୁ ଦେଖିଲେ ସମସ୍ତଙ୍କ ନଜର ଅଟକିଯାଏ। କେବେ ଦୁଇ ହାତରେ ତ କେବେ ପାଟିରେ ଧୁନୁଚିକୁ ଧରି ନୃତ୍ୟ କରନ୍ତି ଉଭୟ ପୁରୁଷ ଓ ମହିଳା। ଧୁନୁଚିର ଉତ୍ତାପ, ସେଥିରୁ ନିର୍ଗତ ଧୁଆଁର ପ୍ରଭାବ ବି ପଡି ନ ଥାଏ ନୃତ୍ୟ କରୁଥିବା ମଣିଷ ଉପରେ। କାରଣ ମନରେ ତାଙ୍କର ଥାଏ ମା’ଙ୍କ ପ୍ରତି ଭକ୍ତି ଓ ସମର୍ପଣ ଭାବ। ବିନା ତାଲିମ୍‌ରେ ପରିବେଷଣ ହେଉଥିବା ଏହି ନୃତ୍ୟ ମନରେ ଉର୍ଜା ଭରିଥାଏ। ଶ୍ରଦ୍ଧା ଓ ପରମ୍ପରାର ଏକ ସୁନ୍ଦର ମିଶ୍ରଣ ହେଉଛି ଏହି ନୃତ୍ୟ।

ତିଆରି ଧୁନୁଚି(ଝୁଣାଦାନୀ)ରେ ନଡିଆ କତା, ଜଳନ୍ତା କୋଇଲା, କର୍ପୁର ଓ କିଛି ହବନ ସାମଗ୍ରୀ ପକାଇ ଜଳାଯାଇ ଧୂଆଁ କରାଯାଇଥାଏ। ଆଉ ଶ୍ରଦ୍ଧାଳୁମାନେ ସେହି ଧୁନୁଚିରେ ଥିବା ମାଟିର ହ୍ୟାଣ୍ଡେଲକୁ ଧରି ଢୋଲ ନଗାଡାର ତାଳେ ତାଳେ ନୃତ୍ୟ ପରିବେଷଣ କରନ୍ତି। ଅପୂର୍ବ ସନ୍ତୁଳନର ଦୃଶ୍ୟ ଦେଖିବାକୁ ମିଳେ ଏହି ନୃତ୍ୟରେ। କିଏ ଦୁଇ ହାତରେ ଧୁନୁଚି ଧରି ବିଭିନ୍ନ ପ୍ରକାରର ହସ୍ତ ଚାଳନା କରି ନୃତ୍ୟ କରନ୍ତି ତ କିଏ ପାଟିରେ ଧୁନୁଚି ଧରି ପୁଣି କିଏ ଥୋଡି ଉପରେ ଧୁନୁଚିକୁ ସନ୍ତୁଳନ ରକ୍ଷା କରି ରଖି ନୃତ୍ୟ କରନ୍ତି। ବିଶ୍ୱାସ କରାଯାଏ ଏହି ନୃତ୍ୟ ମା’ ଭବାନୀଙ୍କ ଶକ୍ତି ବୃଦ୍ଧି ପାଇଁ କରାଯାଇଥାଏ। ପୌରାଣିକ କଥା ଅନୁସାରେ ବଳଶାଳୀ ମହିଷାସୁରକୁ ମାରିବା ପାଇଁ କୌଣସି ଦେବତାଙ୍କ ପାଖରେ ଶକ୍ତି ନ ଥିଲା। ଏଣେ ମହିଷାସୁରର ଆତଙ୍କ ବଢି ବଢି ଚାଲିଥିଲା। ଏଥିରେ ସବୁ ଦେବଗଣ ଚିନ୍ତିତ ହୋଇପଡିଥିଲେ। ଆଉ ମା’ଙ୍କ ସ୍ତୁତି କରିଥିଲେ। ମା’ ମହିଷାସୁରର ବଦ୍ଧ କରିବା ପାଇଁ ରାଜି ହୋଇଥିଲେ। କୁହାଯାଏ ମା’ ଦୁର୍ଗା ମହିଷା ସୁରକୁ ବଦ୍ଧ କରିବା ପୂର୍ବରୁ ଧୁନୁଚି ନୃତ୍ୟ କରିଥିଲେ। ଆଉ ଏହାପରଠାରୁ ହିଁ ଧୁନୁଚି ନୃତ୍ୟର ପରମ୍ପରା ଆରମ୍ଭ ହୋଇଥିବା ବିଶ୍ୱାସ ରହିଛି। ଦୁର୍ଗା ପୂଜାରେ ସପ୍ତମୀଠାରୁ ଆରମ୍ଭ କରି ନବମୀ ପର୍ଯ୍ୟନ୍ତ ସନ୍ଧ୍ୟା ଅଳତୀ ସମୟରେ ଧୁନୁଚି ନୃତ୍ୟ ପରିବେଷଣ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri