Categories: ଖେଳ

ଆଇପିଏଲ ଇତିହାସରେ ପ୍ରଥମ ଥର ଘଟିଲା ଏମିତି

ମୁମ୍ବାଇ,୨୧।୪: ଏଠାରେ ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି, ଯାହା ଆଇପିଏଲ ଇତିହାସରେ କଦାପି ଘଟି ନ ଥିଲା। ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରଥମ ଥର ପାଇଁ କେକେଆର ସ୍ପିନର ସୁନୀଲ ନାରିନଙ୍କୁ ଚୌକା ମାରିଛନ୍ତି। ୨୦୧୨ରେ ଆଇପିଏଲରେ ପଦାର୍ପଣ କରିଥିବା ନାରିନଙ୍କ ବଲରେ ଏହି ମ୍ୟାଚ୍‌ ପୂର୍ବରୁ ଧୋନୀ କଦାପି ଚୌକା କିମ୍ବା ଛକା ମାରି ନ ଥିଲେ। ଦୀର୍ଘ ୯ ବର୍ଷ ମଧ୍ୟରେ ନାରିନଙ୍କ ୬୫ଟି ବଲ ଖେଳିବା ପରେ ପ୍ରଥମ ଥର ଚୌକା ଲଗାଇଛନ୍ତି ଧୋନୀ।

Share