Posted inଖେଳ

ଅବସର ଚର୍ଚ୍ଚା ଭିତରେ ଚମକାଇଲା ଧୋନୀଙ୍କ ବୟାନ, କହିଲେ ପ୍ରଥମ ଥର…

ଚେନ୍ନାଇ, ୧।୫: ଭାରତୀୟ କ୍ରିକେଟର ମହାନାୟକ ତଥା ଚେନ୍ନାଇ ସୁପର କିଙ୍ଗସ (ସିଏସକେ)ର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କ ଆଇପିଏଲ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଇପିଏଲ ୨୦୨୫ରେ ସିଏସକେର ଭାଗ୍ୟ ଖରାପ ରହିଥିବା ବେଳେ ଧୋନୀଙ୍କ ଅବସର ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାରେ। ତେବେ, ପଞ୍ଜାବ କିଙ୍ଗସ ବିପକ୍ଷରେ ମ୍ୟାଚ ପରେ ଧୋନୀ ଏକ ରୋମାଞ୍ଚକର ଉତ୍ତର ଦେଇ ପ୍ରଶଂସକଙ୍କ ମନରେ ଉତ୍ସାହ ଭରିଛନ୍ତି।

ଚଳିତ ଆଇପିଏଲ ସିଜନରେ ସିଏସକେର ପ୍ରଦର୍ଶନ ନିରାଶାଜନକ ରହିଛି। ୧୦ ଟି ଟିମ ମଧ୍ୟରୁ ସିଏସକେ ପଏଣ୍ଟ ତାଲିକାରେ ନବମ ସ୍ଥାନରେ ରହିଛି, ମାତ୍ର ଦୁଇଟି ମ୍ୟାଚରେ ଜିତିଛି। ଏହା ମଧ୍ୟରେ MS Dhoniଙ୍କୁ ନେଇ ପ୍ରଶ୍ନ ଉଠିଛି ଯେ, ଆଗାମୀ ସିଜନରେ ସେ ଖେଳିବେ କି ନାହିଁ? ଏକ ସାମ୍ବାଦିକ ସମ୍ମିଳନୀରେ ଧୋନୀଙ୍କୁ ଏହି ପ୍ରଶ୍ନ ପଚାରାଯାଇଥିଲା, ଏବଂ ତାଙ୍କର ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

MS Dhoni କହିଛନ୍ତି, “ମୁଁ ଏବେ ଏ ବିଷୟରେ ଅଧିକ ଚିନ୍ତା କରୁନାହିଁ… ମୋତେ ଖେଳିବାରେ ଆନନ୍ଦ ମିଳୁଛି, ଏବଂ ଆଗାମୀ ଦିନରେ କଣ ହେବ, ତାହା ସମୟ କହିବ।” ଧୋନୀ ଆହୁରି ମଧ୍ୟ ସିଏସକେର ଚଳିତ ସିଜନର ପ୍ରଦର୍ଶନ ବିଷୟରେ ମତ ରଖିଛନ୍ତି। ସେ କହିଛନ୍ତି, “ଆମେ ଘରୋଇ ମାଟିରେ ଭଲ ଖେଳି ପାରିନାହୁଁ, ଯାହା ଆମ ପାଇଁ ନିରାଶାଜନକ। ସାଧାରଣତଃ ଆମେ ଟିମରେ ଅଧିକ ପରିବର୍ତ୍ତନ କରୁନାହୁଁ, କିନ୍ତୁ ଏହି ସିଜନରେ ଆମେ ଅନେକ ପରିବର୍ତ୍ତନ କରିଛୁ। ଏହା କାରଣ ଆମ ଅଧିକାଂଶ ଖେଳାଳି ଭଲ ପ୍ରଦର୍ଶନ କରିପାରି ନାହାନ୍ତି।” ସେ ଆହୁରି ମଧ୍ୟ ନିଲାମୀ ପରେ ଟିମ ଗଠନରେ ହୋଇଥିବା କିଛି ତ୍ରୁଟିକୁ ମଧ୍ୟ ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ, ସିଏସକେର ପୂର୍ବତନ ଖେଳାଳି ସୁରେଶ ରାଇନା ଦାବି କରିଛନ୍ତି ଯେ ଧୋନି ଆଇପିଏଲ ୨୦୨୬ରେ ମଧ୍ୟ ଖେଳିବେ। ରାଇନା କହିଛନ୍ତି, “MS Dhoni ଆଗାମୀ ସିଜନ ପାଇଁ ନିଶ୍ଚିତ ଭାବେ ଫେରିବେ। ସେ ଟିମକୁ ନେତୃତ୍ୱ ଦେବା ସହ ପ୍ରଶଂସକଙ୍କ ପାଇଁ ଖେଳ ଜାରି ରଖିବେ।” ରାଇନା ଆହୁରି ମଧ୍ୟ ସିଏସକେର ନିଲାମୀ ରଣନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି, ଏବଂ ପରବର୍ତ୍ତୀ ସିଜନରେ ଟିମର ପୁନର୍ଗଠନ ପାଇଁ ପରାମର୍ଶ ଦେଇଛନ୍ତି।

MS Dhoniଙ୍କ ବୟସ ୪୩ ବର୍ଷ ହୋଇଥିଲେ ମଧ୍ୟ, ସେ ଉଇକେଟ କିପିଂ ଏବଂ ନେତୃତ୍ୱରେ ନିଜର ଦକ୍ଷତା ଦେଖାଇ ଚାଲିଛନ୍ତି। ସିଏସକେର ମୁଖ୍ୟ କାର୍ଯ୍ୟର୍ନିବାହୀ କାଶୀ ବିଶ୍ୱନାଥନ ମଧ୍ୟ ଧୋନିଙ୍କ ଫେରିବା ସମ୍ଭାବନା ଉପରେ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଧୋନିଙ୍କ ପାଇଁ ସିଏସକେର ଦ୍ୱାର ସବୁବେଳେ ଖୋଲା ରହିଛି। ଆମେ ତାଙ୍କ ନିଷ୍ପତ୍ତିର ଅପେକ୍ଷା କରୁଛୁ।”


Enter your email to get our daily news in your inbox.

All Right Reserved By Dharitri.Com

ତାଳମପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ, ବିଧାନସଭାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ

ଥୁଆମୂଳ ରାମପୁର,୧୫।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର…

ବ୍ୟବସାୟ କରିବାକୁ ଯାଉଥିଲେ, ସକାଳୁ ଘଟିଲା ବଡ଼ ଦୁର୍ଘଟଣା

ଭଞ୍ଜନଗର,୧୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଛକ ନିକଟରେ ରବିବାର ସକାଳେ ଏକ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଗୋପାଳ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ କମର୍ସିଆଲ LPG ସିଲିଣ୍ଡର…

ନୂଆଦିଲ୍‌ଲୀ,୧୫।୩: ରାଜ୍ୟ ସରକାର ଏଲପିଜି ସଙ୍କଟ ଭିତରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବାଣିଜି୍ୟକ ସିଲିଣ୍ଡର ବଣ୍ଟନ ପାଇଁ ଏକ ନୀତି ଜାରି କରିଛନ୍ତି। ଏହି ନୀତି…

ସ୍ତ୍ରୀ, ବୋହୂ ,ନାତୁଣୀଙ୍କୁ ହତ୍ୟା ଘଟଣା : ମେଡିକାଲରେ ଅଭିଯୁକ୍ତଙ୍କ ମୃତ୍ୟୁ 

ଦେବଗଡ଼,୧୫।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ସେ ବିଷ ଖାଇ ଗୁରୁତର ଥିବାରୁ ବୁର୍ଲା ମେଡିକାଲରେ …

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଆମେରିକା ସାମରିକ ଘାଟି ନିକଟରେ ଉ.କୋରିଆର ୧୦ ମିସାଇଲ ମାଡ଼, ଥରିଲେ ଟ୍ରମ୍ପ!

ସିଓଲ,୧୫ା୩: ଇରାନ୍‌ ଉପରେ ଆମେରିକାର ଘନ ଘନ ଆକ୍ରମଣ ଭିତରେ ଉତ୍ତର କୋରିଆ ପୂର୍ୱ ସାଗର ଉପକୂଳରେ ଆମେରିକାର ସେନା ଘାଟି ନିକଟରେ ୧୦ କ୍ଷେପଣାସ୍ତ୍ର ମାଡ଼…

ସେନା ପଠାଇଲା ଆମେରିକା, ଏବେ ବିଶ୍ୱଯୁଦ୍ଧ ଥୟ!

ଓ୍ୱାଶିଂଟନ୍‌ ,୧୫ା୩: ଇରାନ୍‌ର ଖାର୍ଗ ଦ୍ୱୀପ ଉପରେ ଆମେରିକାର ଆକ୍ରମଣ ପରେ ଇରାନ୍‌ ଆହୁରି ପ୍ରତିଶୋଧ ପରାୟଣ ହୋଇପଡ଼ିଛି। ପୂର୍ୱରୁ ଆମେରିକା ଉପରେ ପରୋକ୍ଷରେ ଚାପ ସୃଷ୍ଟି…

ଆଜିଠୁ ୪ ଦିନ ଝଡ଼ବର୍ଷା

ଭୁବନେଶ୍ୱର, ୧୫ା୩(ବନ୍ଦନା ସେଠୀ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଶନିବାର ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡାରେ ସର୍ୱାଧିକ ତାପମାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri