ଟ୍ରେନିଂ ପୂର୍ବରୁ ମିଟିଂରେ ଧୋନୀ ନିଷ୍ପତ୍ତି ଶୁଣାଇଥିଲେ

ନୂଆଦିଲ୍ଲୀ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଅଧିନାୟକ ପଦରୁ ଓହରି ଯାଇଛନ୍ତି ମହେନ୍ଦ୍ର ସିଂ ଧୋନୀ। ଧୋନୀ ଦଳର ନେତୃତ୍ୱ ହସ୍ତାନ୍ତର ପାଇଁ ଚିନ୍ତା କରୁଥିଲେ। ଗୁରୁବାର ଟ୍ରେନିଂ ପୂର୍ବରୁ ଟିମ୍‌ ମିଟିଂ ବସିଥିଲା। ମିଟିଂ ବେଳେ ସେ ତାଙ୍କର ନିଷ୍ପତ୍ତି ଶୁଣାଇଥିଲେ ବୋଲି ସିଇଓ କାସି ବିଶ୍ୱନାଥନ କହିଛନ୍ତି।

ଜାଡେଜାଙ୍କୁ ଅଧିନାୟକ ଭାର ପ୍ରଦାନ କରିବା ଲାଗି ଉଚିତ ସମୟ ଆସି ଯାଇଛି। ଆଉ ଜାଡେଜା ଏବେ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ତାଙ୍କୁ ସିଏସ୍‌କେର ନେତୃତ୍ୱ ଭାର ଦେବା ଲାଗି ଏହାଠାରୁ ଅଧିକ ଭଲ ସମୟ ମିଳିବ ନାହିଁ। ଏହା ଚିନ୍ତା କରି ଧୋନୀ ଏଭଳି ନିଷ୍ପତ୍ତି ନେଇଥିବା ବିଶ୍ୱନାଥନ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଧୋନୀ ଏବଂ ରାଇନାଙ୍କ ପରେ ତୃତୀୟ ଖେଳାଳି ଭାବେ ଜାଡେଜା ଚେନ୍ନାଇ ସୁପର କିଙ୍ଗ୍ସ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି।

Share