Categories: ଖେଳ

ନିଜ ଷ୍ଟାଇଲରେ ମ୍ୟାଚ୍‌ ଶେଷ କଲେ ଧୋନୀ, ପ୍ଲେ-ଅପ୍‌ରେ ସିଏସ୍‌କେ

ଶାରଜା,୩୦।୯: ମହେନ୍ଦ୍ର ସିଂ ଧୋନୀ ନିଜ ଷ୍ଟାଇଲରେ ଛକା ମାରି ମ୍ୟାଚ୍‌ ଶେଷ କରିଛନ୍ତି। ଏହି ବିଜୟ ସହ ସିଏସ୍‌କେ ପଏଣ୍ଟ ସଂଖ୍ୟା ପହଞ୍ଚିଛି ୧୮ରେ। ଚଳିତ ଆଇପିଏଲ୍‌ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପ୍ରଥମ ଦଳ ଭାବେ କ୍ୱାଲିଫାୟର୍ସ ପର୍ଯ୍ୟାୟ ଲାଗି ଯୋଗ୍ୟତା ଅର୍ଜନ କରିଛି। ଏହାକୁ ମିଶାଇ ଆଇପିଏଲ ଇତିହାସରେ ସିଏସ୍‌କେ ୧୧ତମ ଥର ପାଇଁ ସ୍ଥାନ ପକ୍କା କରିଛି କ୍ୱାଲିଫାୟର୍ସରେ। ସନରାଇଜର୍ସ ହାଇଦ୍ରାବାଦ୍‌ ପକ୍ଷରୁ ଧାର୍ଯ୍ୟ ୧୩୫ ରନ୍‌ର ସାଧାରଣ ବିଜୟ ଲକ୍ଷ୍ୟକୁ ଅନ୍ତିମ ଓଭରରେ ହାସଲ କରିନେଇଥିଲା ଚେନ୍ନାଇ।

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଏହି ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ କରିଥିଲେ ବୋଲରମାନେ। ଜୋଶ ହାଜେଲଉଡ୍‌ (୩ ଉଇକେଟ), ଡ୍ବେନ ବ୍ରାଭୋ (୨) କ୍ରମାଗତ ବ୍ୟବଧାନରେ ଉଇକେଟ ନେବାରୁ ସନରାଇଜର୍ସ ହାଇଦ୍ରାବାଦ୍‌ ୨୦ ଓଭରରେ ୭ ଉଇକେଟ ହରାଇ ୧୩୪ ରନ୍‌ କରିଛି। ଜବାବରେ ସିଏସ୍‌କେକୁ ୭୫ ରନ୍‌ର ଆରମ୍ଭ ଦେଇଥିଲେ ଋତୁରାଜ ଗାଏକ୍ୱାଡ (୪୫) ଓ ଫାଫ ଡୁ’ପ୍ଲେସି (୪୧)। ଦଳୀୟ ସ୍କୋର ୧୦୦ ଅତିକ୍ରମ କରିବା ପରେ କ୍ରମାଗତ ୩ ବ୍ୟାଟ୍ସମ୍ୟାନ ନିଜ ଭୁଲ କାରଣରୁ ପ୍ୟାଭିଲିଅନ ଫେରିଥିଲେ। ଶେଷ ଆଡ଼କୁ ଅମ୍ବାତି ରାୟୁଡୁ (୧୭*) ଓ ଧୋନୀ (୧୪*) ଦଳକୁ ମ୍ୟାଚ୍‌ ଜିତାଇଥିଲେ। ସନରାଇଜର୍ସ ପକ୍ଷରୁ ୩ ଉଇକେଟ ନେଇଥିଲେ ଜାସନ ହୋଲ୍ଡର।

Share