Categories: ଖେଳ

ଧୋନୀଙ୍କ ବ୍ୟାଟ୍‌ରେ ବାଜିଲାନି

ଦୁବାଇ,୪।୧୦ : ମ୍ୟାଚ୍‌ ଫିନିଶର ଭାବେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ ଶେଷ ପର୍ଯ୍ୟନ୍ତ ଛିଡ଼ା ହୋଇଥିଲେ। ୨୭ ବଲ ଖେଳିବା ପରେ ମଧ୍ୟ ତାଙ୍କ ବ୍ୟାଟରୁ ଗୋଟିଏ ହେଲେ ଚୌକା କିମ୍ବା ଛକା ବାହାରି ନ ଥିଲା। ଶେଷରେ ସେ ୧୮ ରନ୍‌ କରି ପ୍ୟାଭିଲିଅନ ଫେରିଥିଲେ। ତାଙ୍କ ଭଳି ରୁତୁରାଜ ଗାଏକ୍ୱାଡ (୧୩), ଫାଫ ଡୁ’ପ୍ଲେସି (୧୦), ରବିନ ଉଥପ୍ପା (୧୯) ଓ ମୋଇନ ଅଲି (୫) ବିଫଳ ହୋଇଥିଲେ। କିନ୍ତୁ ଶେଷ ଆଡ଼କୁ ଅମ୍ବାତି ରାୟୁଡୁ(୫୫* ରନ୍‌, ୫ ଚୌକା ଓ ୨ ଛକା)ଙ୍କ ଅର୍ଦ୍ଧଶତକୀୟ ପାଳି ଯୋଗୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୩୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

Share