Posted inଫୁରସତ

ପରିବାରର ସହାୟତା ପାଇଁ ବିକୁଥିଲେ ପକୁଡି; ଛିଡା କଲେ ଦେଶର ନଂ୧ କମ୍ପାନୀ

ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ବଜାର ପୁଞ୍ଜୀକରଣ ସୋମବାର ୧୧.୫ ଲକ୍ଷ କୋଟି ଟଙ୍କା ଟପିଛି। କମ୍ପାନୀ ସ୍ଥାପନା କରିଥିବା ଧୀରୁ ଭାଇ ଅମ୍ବାନୀଙ୍କର ଏହି ଦିନଟି ପୁଣ୍ୟତିଥି। ଏହାକୁ ଏକ ସଂଯୋଗ କୁହାଯାଇପାରେ। ଧୀରୁ ଭାଇ ଅମ୍ବାନୀ ପ୍ରତିଷ୍ଠା କରିଥିବା ଏହି କମ୍ପାନୀ ଆଜି ଦେଶର ଏକ ପ୍ରମୁଖ ବାଣିଜି୍ୟକ ଗ୍ରୁପ ଭାବେ ପ୍ରତିଷ୍ଠା ଲାଭ କରିଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏତେ ବଡ କମ୍ପାନୀ ସ୍ଥାପନ କରିଥିା ଧୀରୁ ଭାଇ ଅମ୍ବାନୀ ଆର୍ଥତ୍କ ଅନାଟନର ଶିକାର ହୋଇ ନିଜ ପଢା ଶେଷ କରି ପାରିନ ଥିଲେ। ସେ କେବଳ ହାଇସ୍କୁଲ ପର୍ଯ୍ୟନ୍ତ ହିଁ ଶିକ୍ଷା ଲାଭ କରିଥିଲେ। ତା’ପରଠାରୁ ସେ ଛୋଟମୋଟ କାମ କରିବା ଆରମ୍ଭ କରିଦେଲେ। ୧୯୩୨ ଡିସେମ୍ବର ୨୮ରେ ଡିସେମ୍ବରରେ ସେ ଜନ୍ମ ହୋଇଥିବା ବେଳେ ୨୦୦୨ ଜୁଲାଇ ୬ରେ ତାଙ୍କର ପରଲୋକ ଘଟିଥିଲା। ସେ ଗୁଜରାଟର ଏକ ଛୋଟ ଗାଁ ଚୋରବାଡରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ଗୋବରଧନ ଦାସ ଅମ୍ବାନୀ ଜଣେ ସ୍କୁଲ ଶିକ୍ଷକ ଥିଲେ। ପୁତ୍ର ସନ୍ତାନଙ୍କ ମଧ୍ୟରେ ସେ ତୃତୀୟ ଥିଲେ। ପରିବାର ଆର୍ଥତ୍କ ସ୍ବଚ୍ଛଳ ନ ଥିବା ଯୋଗୁ ଧୀରୁ ଭାଇ ଅମ୍ବାନୀ ଛୋଟ ବେଳୁ ହିଁ ପରିବାରର ସହାୟତା କରିବାକୁ ଆଗେଇ ଆସିଥିଲେ। ପରିବାରର ସହାୟତା କରିବା ଲାଗି ଗିରନାର ପାହାଡ ନିକଟବର୍ତ୍ତୀ ସ୍ଥାନରେ ଧୀରୁ ଭାଇ ପକୁଡି ବିକୁଥିଲେ। ସେଠାରେ ତାଙ୍କ ଆୟ ତୀର୍ଥ ଯାତ୍ରୀଙ୍କ ଉପରେ ନିର୍ଭର କରୁଥିଲା।


ୟେମେନରେ ଚାକିରି
ଧୀରେ ଭାଇ ୧୬ ବର୍ଷ ବୟସରେ ଚାକିରି ଲାଗି ୟେମେନ ଚାଲିଗଲେ। କିନ୍ତୁ ସେ କିଛି ବଡ କରିବାକୁ ଚାହୁଁଥିଲେ। ସେଥି ଲାଗି ତାଙ୍କୁ ଭାରତ ଫେରିବାକୁ ପଡିଲା। ମୁମ୍ବାଇରେ ସେ ବ୍ୟବସାୟ କାରବାର ଆରମ୍ଭ କଲେ। ୧୯୫୮ରେ ୧୫ ହଜାର ଟଙ୍କାର ପୁଞ୍ଜି ସହ ରିଲାଏନ୍ସ କମର୍ସିଆଲ କର୍ପୋରେଶନ ନାମରେ ଏକ ଅଫିସ ଖୋଲିଲେ। ପ୍ରଥମେ ନିଜକୁ ସେ ମସଲା ବ୍ୟବସାୟୀ ନାମରେ ଲଞ୍ଚ କରିଥିଲେ। ତାଙ୍କ କାର୍ଯ୍ୟାଳୟରେ ଗୋଟିଏ ଟେବୁଲ, ଦୁଇ ଚୌକି, ଗୋଟିଏ ରାଇଟିଂ ପ୍ୟାଡ, ୨ଟି ପେନ, ଗୋଟିଏ ଇଙ୍କପଟ, ଜଳପାତ୍ର ଏବଂ ଗିଲାସ ରହିଥିଲା। ତାଙ୍କ କାର୍ଯ୍ୟାଳୟରେ କୌଣସି ଫୋନ ନ ଥିଲା। ନିଜର ଚିହ୍ନା ଜଣେ ଡାକ୍ତରଙ୍କୁ ପଇସା ଦେଇ ସେ ତାଙ୍କ ଫୋନ ବ୍ୟବହାର କରୁଥିଲେ।


ବିମଲ ବ୍ରାଣ୍ଡର ଶୁଭାରମ୍ଭ
କାରବାରକୁ ବଢାଇବା ସହ ଅଧିକ ଲାଭ ଆଶାରେ ଧୀରୁ ଭାଇ ନରୋଦାରେ ଏକ ବସ୍ତ୍ର ଉତ୍ପାଦନ ୟୁନିଟ ସ୍ଥାପନ କଲେ। ଏହା ପରଠାରୁ ସେ କେବେ ପଛକୁ ଚାହିଁ ନାହାନ୍ତି। ଧୀରୁ ଭାଇ ବିମଳ ବ୍ରାଣ୍ଡର ସ୍ଥାପନ କରିଥିଲେ ଯାହା ତାଙ୍କର ବଡ ଭାଇ ରମଣି କଲାଲ ଅମ୍ବାନୀ ପୁଅ ବିମଲ ଅମ୍ବାନୀଙ୍କ ନାମକୁ ନେଇ ରଖାଯାଇଥିଲା। ୧୯୭୭ରେ ସେହି କମ୍ପାନୀ ଆଇପିଓ ଆଣିଥିଲା। ଏଥିରେ ୫୮ ହଜାରରୁ ଉର୍ଦ୍ଧ୍ୱ ନିବେଶକ ଅଂଶ ଗ୍ରହଣ କରିଥିଲେ। ଷ୍ଟକ ମାର୍କେଟ ଦଲାଲ ମାନେ ତାଙ୍କୁ ଅନେକ ହଇରାଣ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ଏମିତି ଚାଲ୍‌ ଖେଳିଲେ ଯେ, ଷ୍ଟକ ବଜାର ୩ ଦିନ ବନ୍ଦ ହୋଇଯାଇଥିଲା। ରିଲାଏନ୍ସର ଶେୟାର ମୂଲ୍ୟ ସବୁଠାରୁ ଉଚ୍ଚକୁ ଚାଲିଗଲା। ଯେଉଁ ମାନେ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିଲେ ସେମାନେ ଧୀରୁ ଭାଇଙ୍କ ସାମ୍ନାରେ ନତମସ୍ତକ ହେବାକୁ ପଡିଲା। ୯୦ ଦଶକ ଆସିବା ପର୍ଯ୍ୟନ୍ତ ସେ ୨୪ ଲକ୍ଷ ନିବେଶକଙ୍କୁ ନିଜ ସହ ଯୋଡି ପାରିଥିଲେ। ସେହି ସମୟରେ ରିଲାଏନ୍ସର ବାର୍ଷିକ ସାଧାରଣ ବୈଠକ ମୁମ୍ବାଇ ଷ୍ଟାଡିୟମରେ ହେଉଥିଲା।


ପେଟ୍ରୋକେମିକାଲ କାରବାର
ୟେମେନରେ ବର୍ମା ସେଲ୍‌ କମ୍ପାନୀରେ କାମ କରୁଥିବା ବେଳେ ଏକ ପେଟ୍ରୋକେମିକାଲ କମ୍ପାନୀ ସ୍ଥାପନ କରିବା ଲାଗି ଧୀରୁ ଭାଇ ମନସ୍ଥ କରିଥିଲେ। ଯାହାକୁ ସେ ବହୁତ କମ୍‌ ସମୟ ମଧ୍ୟରେ ପୂରା କରିଥିଲେ। ଥରେ ଗୁଜରାଟର ପାତାଳଗଙ୍ଗା ନଦୀ କୂଳରେ ରହିଥିବା ତାଙ୍କର ପେଟ୍ରୋକେମିକାଲ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଗଲା। ପ୍ରକଳ୍ପ ଠିକ କରାଇବା ଲାଗି ଯେତିକି ଦିନ ଲାଗିଥାନ୍ତା ତାର ଗୋଟିଏ ଦିନ ଆଗରୁ ଇଞ୍ଜିନିୟରମାନେ ପ୍ରକଳ୍ପକୁ ଠିକ କଲେ। ଧୀରୁ ଭାଇ କହୁଥିଲେ ଯଦି ସେ ନକରାତ୍ମକ କିମ୍ବା ହତାଶାପୁର୍ଣ୍ଣ ବାତାବରଣ ତିଆରି କରିବେ କର୍ମଚାରୀଙ୍କ ଉପରେ ଏହାର ପ୍ରଭାବ ପଡିବ।
ରିଲାଏନ୍ସର ସାମ୍ରାଜ୍ୟ
ପିତା ଧୀରୁ ଭାଇ ଅମ୍ବାନୀ ଯେଉଁ କମ୍ପାନୀକୁ ରକ୍ତ ଝାଳ ବୁହାଇ ଛିଡା କରିଥିଲେ ତାଙ୍କ ପୁଅ ମୁକେଶ ଅମ୍ବାନୀ ଏହାକୁ ଦେଶର ଟପ୍‌ କମ୍ପାନୀ ସ୍ଥାନରେ ପହଞ୍ଚାଇଲେ। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦେଶର ସବୁଠୁ ବଡ କମ୍ପାନୀ। ଦୁନିଆର ବଡ ବଡ କମ୍ପାନୀ ରିଲାଏନ୍ସର ଜିଓ ପ୍ଲାଟଫର୍ମରେ ନିବେଶ କରିଛନ୍ତି। ରିଲାଏନ୍ସ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ନେଟ ଋଣ ମୁକ୍ତ କମ୍ପାନୀ ହୋଇ ପାରିଛି। ଟେଲିକମ ସହ ଜିଓ ମାର୍ଟ ଦ୍ୱାରା ରିଟେଲ ବିଜନେସରେ କମ୍ପାନୀ ଏବେ ଆଗକୁ ବଢିବାକୁ ପାଦ କାଢିଛି। ବିଏସ୍‌ଇରେ ସୋମବାର କମ୍ପାନୀର ଶେୟାର ମୂଲ୍ୟରେ ୨.୫୫% ବୃଦ୍ଧି ଘଟି ୧୮୩୩.୧୦ ଟଙ୍କାର ରେକର୍ଡ କରିଛି। ସେହିଭଳି ଏନ୍‌ଏସ୍‌ଇରେ ଏହା ୧୮୩୩.୫୦ ଟଙ୍କାର ରେକର୍ଡ ସ୍ତରରେ ରହିଛି। କମ୍ପାନୀର ବଜାର ପୁଞ୍ଜିକରଣ ୨୬୧୦୫ କୋଟି ଟଙ୍କା ବଢିବା ଯୋଗୁ ୧୧.୫୯ ଲକ୍ଷ କୋଟି ଟଙ୍କା ଟପିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri