ବାଇକ୍‌ରେ ଢେଙ୍କାନାଳରୁ ଲଦାଖ

ଢେଙ୍କାନାଳ ଅଫିସ, ୨୨ା୯: ବାଇକ୍‌ରେ ଢେଙ୍କାନାଳରୁ ଲେହ, ଲଦାଖ। ୧୮ ଦିନରେ ୬ ହଜାର ୩୩୩ କିଲୋମିଟର ଦୀର୍ଘପଥ। ଏଭଳି ଦୁଃସାହସିକ ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି ଢେଙ୍କାନାଳ ବାଇକର୍ସ କ୍ଲବର ସଂଯୋଜକ ମଳୟ ପଟ୍ଟନାୟକ। ଏହି କଷ୍ଟକର ଯାତ୍ରାରୁ ମଳୟ ସାଉଁଟିଛନ୍ତି ଅନନ୍ୟ ଅଭିଜ୍ଞତା। ଯାତ୍ରା ସାରି ସୁରକ୍ଷିତ ଭାବେ ଢେଙ୍କାନାଳରେ ପହଞ୍ଚତ୍ବା ପରେ ତାଙ୍କୁ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ।

ମଳୟଙ୍କ ଉଦ୍ୟମରେ ଗଠିତ ହୋଇଛି ଢେଙ୍କାନାଳ ବାଇକର୍ସ କ୍ଲବ। ଏଥିରେ ଯୋଡ଼ି ହୋଇଛନ୍ତି ବହୁ ଉତ୍ସାହୀ ଯୁବକ। ସଡ଼କ ସୁରକ୍ଷା, ସ୍ବଚ୍ଛ ଭାରତ ସମେତ ଅନ୍ୟ ସଚେତନଧର୍ମୀ ବାର୍ତ୍ତା ନେଇ ସେମାନେ ବାଇକ୍‌ରେ ଦେଶର ବିଭିନ୍ନ ସ୍ଥାନ ପରିକ୍ରମା କରୁଛନ୍ତି। ପର୍ଯ୍ୟଟନସ୍ଥଳୀ, ଭୌଗୋଳିକ ସ୍ଥିତି ବିଷୟରେ ଜ୍ଞାନ ଆହରଣ କରିବା ସହ ଅନ୍ୟକୁ ସଚେତନ କରାଉଛନ୍ତି। ଏହି କ୍ରମରେ ମଳୟଙ୍କ ଯାତ୍ରା ଆରମ୍ଭ ହୋଇଥିଲା ସେପ୍ଟେମ୍ବର ୨ରୁ। ସେ ଏକାକୀ ନିଜର ରୟାଲ ଏନ୍‌ଫିଲ୍ଡ ବାଇକ୍‌ରେ ଢେଙ୍କାନାଳରୁ ବାହାରିଥିଲେ। ବିହାରର ଔରଙ୍ଗାବାଦ, ଉତ୍ତରପ୍ରଦେଶର କରାବ, ପଞ୍ଜାବର ଚଣ୍ଡିଗଡ, ହିମାଞ୍ଚଳପ୍ରଦେଶର ମନାଲି, ଗନ୍‌ବୋରଞ୍ଜନ, ପୁରନେ, ଖାଲସି, ଲେହ, ନୁବରା, ପାନଗଙ୍ଗ୍‌, ଇଟାୱା, ଗାଜିପୁର, ଛତିଶଗଡ଼ର କାନ୍ସବେହଲ ଦେଇ ୧୯ ତାରିଖରେ ଯାତ୍ରା ଶେଷ କରିଛନ୍ତି। ଏଥିରେ କେବଳ ୨୧୧ ଲିଟର ପେଟ୍ରୋଲ ବାବଦକୁ ୨୧,୭୪୩ ଟଙ୍କା ଖର୍ଚ୍ଚ ହୋଇଛି। ଅଭିଜ୍ଞତା ସମ୍ପର୍କରେ ମଳୟ କୁହନ୍ତି, ଏହି ଦୁଃସାହସିକ ଯାତ୍ରା ସମୟରେ କଟକ ଅଞ୍ଚଳର ୨ଜଣ ଯୁବକ ଜିପ୍‌ରେ ଲଦାଖ ଅଞ୍ଚଳକୁ ଯାଇଥିଲେ। ଅପେକ୍ଷାକୃତ ଉଚ୍ଚ ସ୍ଥାନରେ ଅମ୍ଳଜାନସ୍ତର କମ୍‌ ଥିବାରୁ ଅସ୍ବାଭାବିକ ଲାଗିଥିଲା। ଲେହ, ଲଦାଖର ଜଳବାୟୁ ସହିତ ଖାପ ଖୁଆଇବା କଷ୍ଟକର ବ୍ୟାପାର। ମନରେ ଅଦମ୍ୟ ସାହସ ନେଇ ଏହି ଯାତ୍ରା କରିଥିଲେ, ଯାହା ସଫଳ ହୋଇଛି। ବିଭିନ୍ନ ସ୍ଥାନର ସଂସ୍କୃତି, ପରମ୍ପରା ସମ୍ପର୍କରେ ବହୁ ନୂଆ କଥା ଜାଣିବାକୁ ମିଳିଲା। ଉକ୍ତ ଅଞ୍ଚଳକୁ ପୁନର୍ବାର ବାଇକ୍‌ରେ ଯିବା ପାଇଁ ବାଇକର୍ସ କ୍ଲବର ସଦସ୍ୟଙ୍କୁ ଉତ୍ସାହିତ କରିବେ ବୋଲି ମଳୟ କହିଛନ୍ତି।

ସୂଚନାଯୋଗ୍ୟ, ମଳୟ ଜଣେ ସଫଳ ବ୍ୟାଡ୍‌ମିଣ୍ଟନ ଓ କ୍ରିକେଟ ଖେଳାଳି। ସେ ଜିଲା ବ୍ୟାଡ୍‌ମିଣ୍ଟନ ସଂଘର ସଭାପତି, କସ୍‌ମସ୍‌ କ୍ରିକେଟ କ୍ଲବର ବରିଷ୍ଠ ସଦସ୍ୟ ଏବଂ ଢେଙ୍କାନାଳ ବାଇକର୍ସ କ୍ଲବର ସଂଯୋଜକ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri