ଢେଙ୍କାନାଳରେ ୪ ପର୍ଯ୍ୟାୟରେ ଭୋଟ

ଢେଙ୍କାନାଳ ଅଫିସ, ୧୨।୧ – ଢେଙ୍କାନାଳ ଜିଲାରେ ୪ ପର୍ଯ୍ୟାୟରେ ଫେବୃୟାରୀ ୧୬, ୧୮, ୨୦, ୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ହିନ୍ଦୋଳ ଏବଂ ଗଁଦିଆ ବ୍ଲକରେ ୧୬, ସଦର ଏବଂ ଓଡ଼ାପଡ଼ା ବ୍ଲକରେ ୧୮, ପରଜଙ୍ଗ ଏବଂ କାମାକ୍ଷାନଗର ବ୍ଲକରେ ୨୦, କଙ୍କଡ଼ାହାଡ଼ ଏବଂ ଭୁବନ ବ୍ଲକରେ ୨୨ ତାରିଖରେ ମତଦାନ ହେବ।
ହିନ୍ଦୋଳ ବ୍ଲକର ୪ ଜିଲା ପରିଷଦ, ୩୫ ସରପଞ୍ଚ ଏବଂ ସମିତି ସଭ୍ୟ, ୪୪୬ ୱାର୍ଡସଭ୍ୟ ପଦବୀରେ ନିର୍ବାଚନ ହେବାକୁ ଥିବାବେଳେ ୧ଲକ୍ଷ ୩୨ହଜାର ୩୦୪ ଭୋଟର ମତଦାନ ସାବ୍ୟସ୍ତ କରିବେ। ଗଁଦିଆ ବ୍ଲକର ୪ ଜିଲା ପରିଷଦ, ୨୯ ସରପଞ୍ଚ ଓ ସମିତି ସଭ୍ୟ ସାଙ୍ଗକୁ ୪୨୬ ଓ୍ବାର୍ଡସଭ୍ୟ ପଦବୀ ପାଇଁ ଭୋଟ ହେବ। ୧ଲକ୍ଷ ୨୧ହଜାର ୮୫୬ ଭୋଟର ସେମାନଙ୍କ ମନପସନ୍ଦର ପ୍ରତିନିଧି ବାଛିବେ। ସେହିପରି ଓଡ଼ାପଡ଼ା ବ୍ଲକର ୩ ଜିଲା ପରିଷଦ, ୨୮ ସରପଞ୍ଚ ଓ ସମିତି ସଭ୍ୟ, ୪୧୯ ୱାର୍ଡମେମ୍ବର ପଦବୀରେ ନିର୍ବାଚନ ହେବ। ବ୍ଲକରେ ୧ଲକ୍ଷ ୧୦ହଜାର ୩୨୦ ଭୋଟର ରହିଛନ୍ତି। ସଦର ବ୍ଲକରେ ୪ ଜିଲା ପରିଷଦ, ୩୦ ସରପଞ୍ଚ ଓ ସମିତି ସଭ୍ୟ, ୩୯୯ ୱାର୍ଡମେମ୍ବର ପଦବୀ ପାଇଁ ନିର୍ବାଚନ ହେବ। ବ୍ଲକର ମତଦାତା ସଂଖ୍ୟା ୧ଲକ୍ଷ ୧୮ହଜାର ୨୬୯।
ପରଜଙ୍ଗ ବ୍ଲକରେ ୩ ଜିଲା ପରିଷଦ, ୨୯ ସରପଞ୍ଚ ଓ ସମିତି ସଭ୍ୟ, ୩୬୧ ୱାର୍ଡମେମ୍ବର ପଦବୀରେ ୧ଲକ୍ଷ ୭ହଜାର ୬୧୭ ଭୋଟର ମତଦାନ ସାବ୍ୟସ୍ତ କରିବେ। କାମାକ୍ଷାନଗର ବ୍ଲକର ୩ ଜିଲା ପରିଷଦ, ୨୨ ସରପଞ୍ଚ ଓ ସମିତି ସଭ୍ୟ, ୨୯୬ ୱାର୍ଡମେମ୍ବରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୧,୩୪୪ ଭୋଟର। କଙ୍କଡ଼ାହାଡ଼ ବ୍ଲକର ୩ ଜିଲା ପରିଷଦ, ୨୧ ସରପଞ୍ଚ ଓ ସମିତି ସଭ୍ୟ, ୨୭୬ ୱାର୍ଡମେମ୍ବର ପଦବୀରେ ଭୋଟ ହେବାକୁ ଥିବାବେଳେ ୮୩,୨୦୦ ଭୋଟର ରହିଛନ୍ତି। ସେହିପରି ଭୁବନ ବ୍ଲକରେ ୩ ଜିଲା ପରିଷଦ, ୧୮ ସରପଞ୍ଚ ଓ ସମିତି ସଭ୍ୟ, ୨୫୮ ୱାର୍ଡସଭ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ବ୍ଲକରେ ୮୨,୭୪୭ ଭୋଟର ସେମାନଙ୍କ ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିବେ।
ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ଆଶାୟୀ ପ୍ରାର୍ଥୀ ଜାନୁୟାରୀ ୧୭ରୁ ୨୧ ଯାଏ ନାମାଙ୍କନ ଦାଖଲ କରିପାରିବେ। ଏଥିଲାଗି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ସମୟ ଧାର୍ଯ୍ୟ କରାଯାଇଛି। ୨୨ରେ ଯାଞ୍ଚ ପରେ ୨୩ରେ ପ୍ରାର୍ଥୀପତ୍ର ତାଲିକା ପ୍ରକାଶିତ ହେବ। ୨୫ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ଦିନ ଧାର୍ଯ୍ୟ କରାଯାଇଥିବାବେଳେସେହିଦିନ ଚୂଡ଼ାନ୍ତ ତାଲିକା ପ୍ରକାଶିତ ହେବ। ସେହିପରି ଜିଲା ପରିଷଦ ପାଇଁ ଜାନୁୟାରୀ ୧୭ରୁ ୨୧ ଯାଏ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥତ୍ପତ୍ର ଦାଖଲ ହେବ। ୨୨ରେ ଯାଞ୍ଚ, ୨୩ରେ ତାଲିକା ପ୍ରକାଶ, ୨୫ ତାରିଖ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଏବଂ ଅପରାହ୍ନ ୩ଟା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ। ନିର୍ଦ୍ଧାରିତ ଦିବସରେ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏ ଭୋଟଗ୍ରହଣ ହେବ ବୋଲି ଜିଲା ପଞ୍ଚାୟତ ଅଧିକାରୀ ଚନ୍ଦ୍ରଶେଖର ମହାରଣା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri