ଢେଙ୍କାନାଳ ପୌରସଂସ୍ଥା ରୋଲ୍‌ ମଡେଲ

ଢେଙ୍କାନାଳ ଅଫିସ, ୩୦।୯ – ମଳପଙ୍କ ପରିଚାଳନାରେ ଢେଙ୍କାନାଳ ପୌରସଂସ୍ଥା ସମଗ୍ର ଦେଶରେ ରୋଲ୍‌ ମଡେଲ। ଏପରି ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ସମସ୍ତ ତଥ୍ୟାବଳୀ ଗ୍ରାମାଞ୍ଚଳରେ ପହଞ୍ଚାଇବା ମୂଳ ଉଦ୍ଦେଶ୍ୟ। ଏହି ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ଲାଗି ପ୍ରଶାସନ ବଦ୍ଧପରିକର ବୋଲି କହିଛନ୍ତି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ମଙ୍ଗଳବାର କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପର ଶୁଭାରମ୍ଭ କରି ସେ ଏହା କହିଛନ୍ତି।
ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ଓ. ନିଏଲସନ କହିଲେ, କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ ଏକ ପାଇଲଟ୍‌ ପ୍ରୋଜେକ୍ଟ। ଜିଲା ପ୍ରଶାସନ ଓ ସିପିଆଇଆର୍‌ ମିଳିତ ସହଯୋଗରେ ଏହା ଆରମ୍ଭ ହୋଇଛି। ୟୁନିସେଫ୍‌ ୱାଚ୍‌ ସ୍ପେସିଆଲିଷ୍ଟ ସୁଜୟୋ ମଜୁମଦାର କହିଲେ, ଭାରତ ସରକାର ସୁରକ୍ଷିତ ଓ ସହଜସାଧ୍ୟ ଜଳପରିମଳ ସାଧନ ଯୋଗାଉଛନ୍ତି। ଏହାକୁ ଆଧାର କରି ୟୁନିସେଫ୍‌ ପ୍ରଥମ କରି ଢେଙ୍କାନାଳ ଜିଲାରେ କଠିନ, ତରଳ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଆରମ୍ଭ କରିଛି। ଏହା ଅନ୍ୟ ଜିଲା ଓ ରାଜ୍ୟକୁ ମାର୍ଗଦର୍ଶନ ଦେବ। ପ୍ରୋଜେକ୍ଟ ଡାଇରେକ୍ଟର ସୁଭାଗତୋ ଦାସଗୁପ୍ତା କହିଲେ, ସ୍ବଚ୍ଛ ଭାରତ ମିଶନ-୨ ନିର୍ଦ୍ଦେଶାବଳୀ ଅନୁଯାୟୀ ମୁକ୍ତ ଶୌଚ ନିଷିଦ୍ଧାଞ୍ଚଳର ଶୌଚାଳୟଗୁଡ଼ିକୁ ଚିରସ୍ଥାୟୀ କରିବା ନିମନ୍ତେ ଏହା ଉଦ୍ଦିଷ୍ଟ। ସେଣ୍ଟର ଫର ପଲିସୀ ରିସର୍ଚ୍ଚ ଅଞ୍ଜୁ ଦ୍ୱିବେଦୀ ଦିଲ୍ଲୀରୁ ଭିଡିଓ କନଫରେନ୍ସ ମାଧ୍ୟମରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏ ସମ୍ପର୍କରେ ସୂଚନା ଦେଇ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, କୁହନ୍ତି, ରାଜ୍ୟରେ ଏକକାଳୀନ ୬ଟି ସ୍ଥାନରେ ଲିକ୍ୟୁଡ୍‌ ଓ୍ବେଷ୍ଟ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା। ହେଲେ ଏହାର ସଫଳ ପରିଚାଳନା କରିବାରେ ଢେଙ୍କାନାଳ ଆଦର୍ଶ ହୋଇଛି। ଏଥିପାଇଁ ପୌରସଂସ୍ଥା ଜାତୀୟ ଏବଂ ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ସେ ସୂଚନା ଦେଇଛନ୍ତି।
ପିଡି ଡିଆରଡିଏ ନରୋତ୍ତମ ବେହେରା, ସିଡିଏମ୍‌ଓ ଡା. ସୁଜାତାରାଣୀ ମିଶ୍ର, ସିପିଆଇଆର ପ୍ରକଳ୍ପ ସଂଯୋଜକ ସୁନୀଲ କୁମାର ମିଶ୍ର, ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ବିଜନ କୁମାର ଥମ୍ବ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri