ଆଜି ଢେଙ୍କାନାଳ ବନ୍ଦ

ଢେଙ୍କାନାଳ ଅଫିସ, ୨୨ା୭: ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଛି। ବର୍ଷାରେ ରାସ୍ତା ମରଣଯନ୍ତା ପାଲଟିଥିବାବେଳେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏହାର ପ୍ରତିବାଦରେ ଜିଲା ଓକିଲ ସଂଘର ଆହ୍ବାନକ୍ରମେ ଶୁକ୍ରବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି। ଏହି ଅବସରରେ ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟରେ ୨ଘଣ୍ଟିଆ ରେଳରୋକୋ କରାଯିବ। ଏଥିସହ କଲେଜ ବାଇପାସ୍‌ ଓ କୋରିଆଁ ବାଇପାସ୍‌, ଭାପୁରଠାରେ ରାସ୍ତାରୋକୋ କରାଯାଇଛି। ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ ସହ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବନ୍ଦ ପାଳନ ବେଳେ ଜରୁରୀ ସେବା ଜାରି ରହିବ। ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଜିଲା ରାଜସ୍ବ ଅମଲା ସଂଘ ପକ୍ଷରୁ ଏହାକୁ ନୀରବ ସମର୍ଥନ ଘୋଷଣା କରାଯାଇଥିବା ସଭାପତି ବିଭୂତି ଭୂଷଣ ପଟ୍ଟନାୟକ କହିଛନ୍ତି। ବନ୍ଦ ପାଳନକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ାରେ ବାଘ ଆତଙ୍କ

ନୂଆପଡ଼ା ଅଫିସ,୨।୧୧: ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ନୂଆପଡା ସଦର ବ୍ଲକ କେନ୍ଦୁବାହାରା ପଞ୍ଚାୟତ ଜାମୁରସାଲେଭଟା ଗ୍ରାମରେ...

ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟ ରଥ

କୋଣାର୍କ,୨।୧(ଡି.ଏନ୍‌.ଏ.):ନବବର୍ଷର ଆରମ୍ଭ ଆଉ ସୂର୍ଯ୍ୟପୂଜାର ପ୍ରାଚୀନ ପରମ୍ପରା ସହ ଜଡ଼ିତ ପବିତ୍ର ଶାମ୍ବଦଶମୀ ଅବସରରେ ରବିବାର ଅର୍କକ୍ଷେତ୍ର କୋଣାର୍କ ଚଳଚଞ୍ଚଳ ହୋଇପଡ଼ିଥିଲା। କୃଷ୍ଣପୁତ୍ର ଶାମ୍ବଙ୍କ ସୂର୍ଯ୍ୟପୂଜାରେ...

ବନ୍ତ ବ୍ଲକ: ଘର ଉପରେ ମାଡି ବସିଲା ଗଛ

ବନ୍ତ,୨୧।୫(ଡି.ଏନ୍‌.ଏ.)-ବାତ୍ୟା ‘ଅମ୍ଫନ୍‌’ ପ୍ରଭାବରେ ଭଦ୍ରକ ଜିଲା ବନ୍ତ ବ୍ଲକର କେତେକ ସ୍ଥାନରେ ଗଛ ପଡି ଘର ଭାଙ୍ଗିଯାଇଛି। ଆପଣ୍ଡା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଅଧିନ ବସନ୍ତିଆ...

୧୪ରୁ ଆହୁରି ବଢ଼ିବ ତାତି

ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟରେ ଦୁଇଦିନ ହେବ ପାରଦ ଉପର ମୁହାଁ ହୋଇଛି। କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଉପରକୁ ଉଠି ଯାଇଛି। ୧୦...

କାନ୍ଦିଲେ ଅପରାଜିତା

ପୁରୀ ଅଫିସ,୨୭।୪: ମହାପ୍ରଭୁଙ୍କ ଦର୍ଶନ ପାଇଁ ବାହାରିଥିବା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ଐତିହ୍ୟ...

ଜାତିଭିତ୍ତିକ ଜନଗଣନା ଉପରେ ବିଜେଡିର ଗୁରୁତ୍ୱ

ଭୁବନେଶ୍ୱର,୬ା୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟ ବଜେଟ ଅଧିବେଶନ ପ୍ରାରମ୍ଭରେ ବକ୍ତବ୍ୟ ରଖି ବାବା ସାହେବ ଆମ୍ବେଡ଼କରଙ୍କ ପ୍ରଦର୍ଶିତ ସାମାଜିକ ନ୍ୟାୟ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ।...

ଅଖିମୁଠି ଅନୁକୂଳ ଲାଗି ବିହନ ନାହିଁ, ଖରିଫ ଧାନଚାଷ ପ୍ରଭାବିତ ଆଶଙ୍କା

ଭଦ୍ରକ ଅଫିସ,୨୬ା୪ : ଲକ୍‌ଡାଉନ୍‌ ସମୟରେ କୃଷିକ୍ଷେତ୍ର ଯେମିତି ପ୍ରଭାବିତ ନ ହେବ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ହେଲେ...

ବିଦ୍ୟୁତ୍‌ କାଟ୍‌ ନ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ପ୍ରବଳ ତାତି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଜୁଳି ବିତରଣ କମ୍ପାନୀଗୁଡ଼ିକ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ...

Advertisement
Archives

Model This Week