ଢେଙ୍କାନାଳ ବିଜେଡି କନ୍ଦଳ ଜଳଜଳ

ଢେଙ୍କାନାଳ ଅଫିସ, ୧୦।୪: ଢେଙ୍କାନାଳ ବିଜେଡିରେ ଅନ୍ତଃକନ୍ଦଳ ଭୟଙ୍କର ରୂପ ନେଲାଣି। ପଞ୍ଚାୟତ ଏବଂ ପୌର ନିର୍ବାଚନ ପୂର୍ବରୁ ଭୋଟ ପ୍ରଭାବିତ ହେବା ଆଶଙ୍କାରେ ଏହାକୁ କୌଣସି ମତେ ଚପାଇ ଦିଆଯାଇଥିବାବେଳେ ଏବେ ତାହା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଏମ୍‌ପି ମହେଶ ସାହୁ ଏବଂ ବିଧାୟକ ସୁଧୀର ସାମଲଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ଏହାର ପ୍ରମୁଖ କାରଣ ବୋଲି କର୍ମୀମହଲରେ ଖୋଲାଖୋଲି ଆଲୋଚନା ହେବା ପ୍ରସଙ୍ଗର ଗଭୀରତାକୁ ସୂଚାଉଛି। ତେବେ ଦଳରେ ସମନ୍ବୟ ଅଭାବ ଥିବା ଏମ୍‌ପି କହୁଥିବାବେଳେ ଦଳବିରୋଧୀଙ୍କୁ ପ୍ରଶ୍ରୟ ଦିଆଯିବନାହିଁ ବୋଲି ବିଧାୟକ ଇଙ୍ଗିତ କରିଛନ୍ତି। ଦଳର ଦୁଇ ବରିଷ୍ଠ ନେତାଙ୍କ ଏଭଳି ମନ୍ତବ୍ୟ ଜିଲା ବିଜେଡିରେ କିଛି ଗଡ଼ବଡ଼ ଥିବା ସ୍ପଷ୍ଟ କରିଛି।
ଉଲ୍ଲେଖଯୋଗ୍ୟ, ନଗରପାଳ ଜୟନ୍ତୀ ପାତ୍ର, ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ଭାଜପାର ବିଜୟୀ କାଉନ୍‌ସିଲର ଏବଂ ପରାଜିତ ପ୍ରାର୍ଥୀମାନେ ଗତ ଶୁକ୍ରବାର ଏମ୍‌ପିଙ୍କୁ ତାଙ୍କ ଢେଙ୍କାନାଳସ୍ଥିତ ଆବାସିକ କାର୍ଯ୍ୟାଳୟରେ ସାକ୍ଷାତ୍‌ କରିଥିଲେ। ସେମାନଙ୍କୁ ଏମ୍‌ପି ସମ୍ବର୍ଦ୍ଧିତ କରିଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଶନିବାର ବିଜେଡିର ୧୪ କାଉନସିଲର୍‌ଙ୍କୁ ଭେଟିବା ପାଇଁ ଏମ୍‌ପି ଆମନ୍ତ୍ରଣ କରିଥିବାବେଳେ କେବଳ ବଂଶୀଧର ଦଳେଇ ଆସିଥିଲେ। ଉପନଗରପାଳଙ୍କ ସମେତ ୧୩ଜଣ କାଉନ୍‌ସିଲରଙ୍କ ଅନୁପସ୍ଥିତି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଜପା ପ୍ରାର୍ଥୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍‌ କରି ଏମ୍‌ପି ସମ୍ବର୍ଦ୍ଧିତ କରିବା ଘଟଣାକୁ ବିଧାୟକଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ପୌର ନିର୍ବାଚନ ପ୍ରଚାରବେଳେ ହାତଗଣତି ଓ୍ବାର୍ଡରେ ଏମ୍‌ପିଙ୍କୁ ଦେଖିବାକୁ ମିଳିଥିଲା। କାମାକ୍ଷାନଗର, ଭୁବନ ଏନ୍‌ଏସିକୁ ବାଦ୍‌ଦେଲେ ଢେଙ୍କାନାଳର ଅଧିକାଂଶ ଓ୍ବାର୍ଡରେ ସେ ପ୍ରଚାର କରି ନ ଥିଲେ। ସେହିପରି ୧୪ନଂ. ୱାର୍ଡରୁ ନିର୍ବାଚନରେ ହାରିଥିବା ବିଜେଡି ପ୍ରାର୍ଥୀ ରୁଦ୍ରାନ୍ତ ଦଳେଇ ଏମ୍‌ପିଙ୍କ ପ୍ରତିନିଧି ଅଛନ୍ତି। ଏହି ୱାର୍ଡରୁ ବିଜୟୀ ସ୍ବାଧୀନ ପ୍ରାର୍ଥୀ ବଂଶୀଧର ଦଳେଇ ବିଧାୟକଙ୍କ ଉପସ୍ଥିତିରେ ନିକଟରେ ବିଜେଡିରେ ସାମିଲ ହୋଇଛନ୍ତି, ଯାହାକୁ ଏମ୍‌ପିଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ବିରୋଧୀ ଭାଜପା ଦଳକୁ ପ୍ରଥମେ ଆଶୀର୍ବାଦ ଦେବା ପରେ ଆମକୁ ଡାକିବା ଉଚିତ ହେଲାନାହିଁ ବୋଲି ଜଣେ ବିଜେଡି କାଉନ୍‌ସିଲର ନିଜର ନାମ ଗୋପନ ରଖି କହିଛନ୍ତି। ଅନ୍ୟପଟେ ଏମ୍‌ପି ଓ ବିଧାୟକଙ୍କ ମଧ୍ୟରେ ଏଭଳି ଶୀତଳ ଯୁଦ୍ଧ ଦଳପାଇଁ ଶୁଭଙ୍କରୀ ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଏମ୍‌ପି ସାହୁ କୁହନ୍ତି, ଶନିବାର ଦଳର ବିଜୟୀ ଉପନଗରପାଳଙ୍କ ସମେତ ସମସ୍ତ କାଉନସିଲରଙ୍କୁ ଡକାଯାଇଥିଲା। ଦୀର୍ଘ ସମୟ ଅପେକ୍ଷା କରିବା ପରେ କେବଳ ଜଣେ କାଉନ୍‌ସିଲର ଆସିଥିଲେ। ଅନ୍ୟମାନେ କାହିଁକି ଆସିଲେ ନାହିଁ କିମ୍ବା ସେମାନଙ୍କୁ ଆସିବା ପାଇଁ କିଏ ମନାକଲେ ତାହା ଜଣାନାହିଁ। ଶୁକ୍ରବାର ଭାଜପା ନଗରପାଳ, ତାଙ୍କ ଦଳର ବିଜୟୀ କାଉନ୍‌ସିଲରଙ୍କ ସମେତ ପରାଜିତ ପ୍ରାର୍ଥୀମାନେ ଘଣ୍ଟାଏ ଅପେକ୍ଷା କରି ତାଙ୍କୁ ଭେଟିଥିଲେ। ପରିମଳ ବ୍ୟବସ୍ଥା ନ ସୁଧାରିଲେ ଏହାର ତୀବ୍ର ପ୍ରତିବାଦ କରାଯିବ ବୋଲି ସେ ତାଙ୍କୁ କହିଛନ୍ତି। ଯିଏ ଭଲ କାମ କରିବ ତାଙ୍କୁ ସହଯୋଗ କରାଯିବ। ଢେଙ୍କାନାଳ ପୌରାଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ଦେଲେ। ସାଂସଦ ଏବଂ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅର୍ଥ ବିନିଯୋଗ ହେଲା। ତଥାପି ସଫଳତା ମିଳିଲା ନାହିଁ। ଏହାର ଅର୍ଥ କେଉଁଠି ନା କେଉଁଠି ସମନ୍ବୟର ଅଭାବ ରହିଛି। କାମାକ୍ଷାନଗର ଏନ୍‌ଏସି ବୈଠକରେ ମଧ୍ୟ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ପାଇଁ କୁହାଯାଇଛି। ଏଠି କାହା ପ୍ରରୋଚନାରେ କାଉନସିଲରମାନେ ଆସିଲେନି ତାହା ଜାଣି ନ ଥିବା ଏମ୍‌ପି କହିଛନ୍ତି। ଏ ସଂକ୍ରାନ୍ତରେ ବିଧାୟକ ସାମଲ କୁହନ୍ତି, କିଏ କାହାକୁ ଡାକିଲା, କାହାକୁ ସହଯୋଗ ମାଗିଲା, ସେ ବିଷୟରେ କିଛି ଜଣାନାହିଁ। ବିଜେଡିରେ ସମନ୍ବୟ ରହିଛି। ଦଳରେ ସମସ୍ତେ ଏକଜୁଟ୍‌ ଅଛନ୍ତି। ହେଲେ କୌଣସି ପରିସ୍ଥିତିରେ ଦଳବିରୋଧୀଙ୍କୁ ବିଜେଡିରେ ପ୍ରଶ୍ରୟ ଦିଆଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri