Posted inଖେଳ

ଧାଓ୍ବନଙ୍କ ଶତକ: ଦିଲ୍ଲୀ ଶୀର୍ଷକୁ ଫେରିଲା

ଶାରଜା,୧୮।୧୦(ପି.ଟି.): ଅଭିଜ୍ଞ ଓପନର ଶିଖର ଧାଓ୍ବନଙ୍କ ଅପରାଜିତ ଶତକ (୧୦୧ରନ, ୫୮ ବଲ, ୧୪ ଚୌକା, ୧ ଛକା) ଓ ଡେଥ୍‌ ଓଭରରେ ଅକ୍ଷର ପଟେଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍‌ର ୩୪ତମ ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ସ୍ଥାନୀୟ ଶାରଜା କ୍ରିକେଟ ଷ୍ଟାଡିୟମରେ ଶନିବାର ଟସ୍‌ ଜିତି ଚେନ୍ନାଇ ୪ ଉଇକେଟ ହରାଇ ୧୭୯ ରନ ସଂଗ୍ରହ କରିଥିଲା। ଜବାବରେ ଦିଲ୍ଲୀ ୧୯.୫ ଓଭରରେ ୫ ଉଇକେଟ ହରାଇ ୧୮୫ ରନ କରି ବିଜୟୀ ହୋଇଛି। ଏଥିସହ ଦିଲ୍ଲୀ ୯ଟି ମ୍ୟାଚ୍‌ ଖେଳି ୭ ବିଜୟ ଓ ୨ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷକୁ ଉଠିଛି। ମ୍ୟାଚ୍‌ ବିଜୟୀ ଶତକ ହାସଲ କରିଥିବା ଧାଓନ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୮୦ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ଦିଲ୍ଳୀ ଆରମ୍ଭରୁ ପୃଥ୍ବୀ ଶ’ଙ୍କୁ ହରାଇଥିଲା। ପୃଥ୍ବୀ ଖାତା ଖୋଲିବା ପୂର୍ବରୁ ଦୀପକ ଚହରଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଅଭିଜ୍ଞ ଅଜିଙ୍କ୍ୟ ରାହାନେ ୮ ରନ କରିଥିବା ବେଳେ ପଏଣ୍ଟରେ ସାମ କୁରାନଙ୍କୁ କ୍ୟାଚ୍‌ ଦେଇ ଚହରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଅଧିନାୟକ ଶ୍ରେୟାସ ଆୟାର ଗୋଟିଏ ଲେଖାଏ ଛକା ଓ ଚୌକା ସହ ୨୩ ବଲରୁ ୨୩ ରନ କରି ଡ୍ବେନ ବ୍ରାଭୋଙ୍କ ବଲ୍‌ରେ ଲଙ୍ଗ୍‌ଅନ୍‌ରେ ଫାଫ୍‌ ଡୁପ୍ଲେସିଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଦ୍ୱିତୀୟ ଉଇକେଟରେ ଶିଖର ଧାଓ୍ବନ ଓ ଆୟାର ୪୪ ବଲରୁ ୬୮ ରନ ସଂଗ୍ରହ କରିଥିଲେ। ଏହାପରେ ଧାଓ୍ବନ ଓ ମାର୍କସ ଷ୍ଟୋଇନିସ୍‌ ଚତୁର୍ଥ ଉଇକେଟରେ ଦ୍ରୁତ ୨୫ ବଲରୁ ୪୩ ରନ ସଂଗ୍ରହ କରିଥିଲେ। ତେବେ ଷ୍ଟୋଇନିସ୍‌ ୧ ଚୌକା, ୨ ଛକା ସହ ୧୪ ବଲରୁ ୨୪ ରନ କରି ଶାର୍ଦ୍ଦୁଳ ଠାକୁରଙ୍କ ବଲ୍‌ରେ ମିଡ୍‌ ଉଇକେଟରେ ଅମ୍ବାତି ରାୟୁଡୁଙ୍କୁ କ୍ୟାଚ୍‌ ଦେଇଥିଲେ। ଏହାପରେ ଆଲେକ୍ସ କାରେ ୪ ରନ କରି ଆଉଟ ହୋଇଥିଲେ। ଓପନିଂ କରିବାକୁ ଆସି ଧାଓ୍ବନ ଶତକ ହାସଲ କରିବା ସହ ଅପରାଜିତ ରହିଥିଲେ। ଅକ୍ଷର ୫ ବଲରୁ ୩ ଛକା ସହ ୨୧ ରନକରି ଦଳକୁ ଜିତାଇଥିଲେ। ବୋଲିଂରେ ଚେନ୍ନାଇ ତରଫରୁ ଚହର ୨, ସାମ କୁରାନ, ଠାକୁର ଓ ବ୍ରାଭୋ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଚେନ୍ନାଇ ଖାତା ଖୋଲିବା ପୂର୍ବରୁ ଓପନର ସାମ୍‌ କୁରାନଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। କୁରାନ କୌଣସି ରନ ନ କରି ଥାର୍ଡମ୍ୟାନ ବାଉଣ୍ଡାରିରେ ଏନ୍‌ରିଚ୍‌ ନୋର୍ଜେଙ୍କୁ କ୍ୟାଚ୍‌ ଦେଇ ତୁଷାର ଦେଶପାଣ୍ଡେଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହାପରେ ଦ୍ୱିତୀୟ ଉଇକେଟରେ ଅନ୍ୟତମ ଓପନର ଡୁପ୍ଲେସି ଓ ସେନ୍‌ ଓ୍ବାଟସନ ୬୭ ବଲରୁ ୮୭ ରନକରି ସ୍ଥିତି ସମ୍ଭାଳିଥିଲେ। ଓ୍ବାଟସନ ୨୮ ବଲରୁ ୬ ଚୌକା ସହ ୩୬ ରନ କରିଥିବା ବେଳେ ଲାଇନ୍‌ ମିସ୍‌ କରି ନୋର୍ଜେଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଡୁପ୍ଲେସି ୪୭ ବଲରୁ ୬ ଚୌକା ଓ ୨ ଛକା ସହ ୫୮ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ କାଗିସୋ ରାବାଡାଙ୍କ ବଲ୍‌ରେ ଲଙ୍ଗ୍‌ ଅନ୍‌ରେ ଧାଓ୍ବନଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମାତ୍ର ୩ ରନ କରିଥିବା ବେଳେ ସେ ଉଇକେଟକିପର ଆଲେକ୍ସ କାରେଙ୍କୁ କ୍ୟାଚ୍‌ ଦେଇ ନୋର୍ଜେଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ରାୟୁଡୁ ଓ ରବୀନ୍ଦ୍ର ଜାଡେଜା ଦ୍ରୁତ ଗତିରେ ବ୍ୟାଟିଂ କରି ପଞ୍ଚମ ଉଇକେଟରେ ମାତ୍ର ୨୧ଟି ବଲ ଖେଳି ଅପରାଜିତ ଦ୍ରୁତ ୫୦ ରନ ସଂଗ୍ରହ କରିଥିଲେ। ରାୟୁଡୁ ୨୫ଟି ବଲ୍‌ ଖେଳି ୧ ଚୌକା ଓ ୪ ଛକା ସହ ୪୫ ଏବଂ ଜାଡେଜା ମାତ୍ର ୧୩ଟି ବଲରୁ ୪ ଛକା ସହ ୩୩ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଦିଲ୍ଲୀ ତରଫରୁ ନୋର୍ଜେ ୨, ଦେଶପାଣ୍ଡେ ଓ ରାବାଡା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୧୭୯/୪
(ଡୁପ୍ଲେସି- ୫୮, ରାୟୁଡୁ- ୪୫*, ଓ୍ବାଟସନ- ୩୬, ଜାଡେଜା- ୩୩*, ନୋର୍ଜେ- ୨/୪୪, ଦେଶପାଣ୍ଡେ- ୧/୩୯, ରାବାଡା- ୧/ ୩୩)।
ଦିଲ୍ଲୀ କ୍ୟାପିଟାଲ୍ସ ୧୯.୫ ଓଭରରେ ୧୮୫/୫
(ଧାଓ୍ବନ- ୧୦୧*, ଆୟାର- ୨୩, ଷ୍ଟୋଇନିସ୍‌- ୨୪ , ଅକ୍ଷର-୨୧*, ଦୀପକ ଚହର- ୨/୧୮, ଠାକୁର- ୧/୩୯, କୁରାନ- ୧/୩୫, ବ୍ରାଭୋ- ୧/୨୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri