ଇସ୍ତଫା ଦେବା ପରେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଲେ ଧର୍ମେନ୍ଦ୍ର! ଭାଜପାରେ ହେବ…

ଭୁବନେଶ୍ବର,୨୮।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି । ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ ୧୧ଟାରେ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ।

ପ୍ରକାଶଥାଉକି, ସୋମବାର ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ପହଞ୍ଚିବା ପରେ ତାଙ୍କୁ ଭାଜପା ଏବଂ ଏନଡିଏ ପକ୍ଷରୁ ସ୍ବାଗତ କରାଯାଇଥିଲା । ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ୍‌ ନାରା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ, ଓଡ଼ିଶାରେ ଧର୍ମେନ୍ଦ୍ରଙ୍କ ସ୍ବାଗତ ପାଇଁ ଭାଜପା ପ୍ରସ୍ତୁତି କରିଥିଲା ।

 

Dharitri – Odisha’s No.1 Odia Daily