Posted inଜାତୀୟ

ହରିୟାଣାରେ ଧର୍ମେନ୍ଦ୍ରଙ୍କ କମାଲ, ଭାଜପାର ହ୍ୟାଟ୍ରିକ ବିଜୟ

ଚଣ୍ଡିଗଡ,୮।୧୦: ଭାରତୀୟ ଜନତା ପାର୍ଟି ଏକଜିଟ୍‌ ପୋଲ୍‌କୁ ଭୁଲ ପ୍ରମାଣିତ କରି ହରିୟାଣାରେ ପ୍ରଚଣ୍ଡ ବହୁମତ ସହ ହ୍ୟାଟ୍ରିକ ବିଜୟ ହାସଲ କରିଛି। ଭାଜପା ଯେଉଁଠି ୧୦ବର୍ଷ ଧରି କ୍ଷମତାସୀନ ଥିଲା ସେଠାରେ ପୁଣି ବହୁମତ ହାସଲ କରି କ୍ଷମତାକୁ ଫେରିଛି। ଭାଜପା ରାଜ୍ୟରେ ୯୦ ବିଧାନସଭା ଆସନରୁ ୪୯ ହାତେଇଥିବାବେଳେ କଂଗ୍ରେସ ୩୯ଟି ଆସନ ପାଇ ପାରିଛି। ହରିୟାଣା ବିଧାନସଭା ନିର୍ବାଚନରେ ଭାଜପା ଚମତ୍କାର ପ୍ରଦର୍ଶନ କରିଛି। କୁହାଯାଉଥିଲା କି, ଭାଜପା ବିରୋଧରେ ୩ଟି ମୁଖ୍ୟ ପ୍ରସଙ୍ଗ ମୁଣ୍ଡ ଟେକିଥିଲା। ଆଉ ଏଥିପାଇଁ ଦଳ ବଡ଼ ପରାଜୟର ସମ୍ମୁଖୀନ ହୋଇଥାନ୍ତା। ହେଲେ ସବୁ ପରେ ବି ବିରୋଧୀ କଂଗ୍ରେସକୁ ପରାଜିତ କରି ଭାଜପା ପ୍ରଚଣ୍ଡ ବିଜୟ ହାସଲ କରିଛି। ହରିୟାଣାରେ କିଷାନ, ଯବାନ, ପେହେଲବାନ ୩ଟି ବଡ଼ ପ୍ରସଙ୍ଗ ଭାଜପା ବିରୋଧରେ ମୁଣ୍ଡ ଟେକିଥିବାବେଳେ ଏସବୁକୁ ଡେଇଁ ଦଳ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ତେବେ ଏହାର ଶ୍ରେୟ ଏମିତି ଜଣେ ନେତାଙ୍କୁ ଯାଉଛି ଯିଏକି ନିର୍ବାଚନ ବିଜୟୀ କ୍ଷେତ୍ରରେ ବଡ଼ ଯୋଗଦାନ ଦେଇଛନ୍ତି।

ସେ ବ୍ୟକ୍ତି ଜଣକ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯିଏକି ମୋଦିଙ୍କ ‘ଉଜ୍ଜଳା ମ୍ୟାନ’ ଭାବେ ମଧ୍ୟ ପରିଚିତ। ଓଡ଼ିଶାର ନେତା ଧର୍ମେନ୍ଦ୍ର ପ୍ରଧାନ ଦୀର୍ଘ ଏକ ଦଶନ୍ଧି ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରମୁଖ ସହଯୋଗୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। କେବଳ ହରିୟାଣା ନୁହେଁ ଏହା ପୂର୍ବରୁ ସେ ବିହାର, ତ୍ରିପୁରା, ଛତିଶଗଡ, କର୍ନାଟକ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ଓଡ଼ିଶା ବିଧାନସଭା ନିର୍ବାଚନର ସଫଳତା ପୂର୍ବକ ନେତୃତ୍ୱ ନେଇଛନ୍ତି। ନିକଟରେ ହୋଇଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଏପରି ଷ୍ଟାଟ୍ରେଜି ପ୍ଲାନ କରିଥିଲେ ଯେ, ଯାହାଦ୍ୱାରା ଭାଜପା ପ୍ରଚଣ୍ଡ ବହୁମତ ହାସଲ କରିଥିଲା। ସେହିପରି ଓଡ଼ିଶା ପରି ହରିୟାଣାରେ ଜିତିବା ଏକରକମ କଷ୍ଟକର ବ୍ୟାପାର ଥିଲା। ସେଠାରେ ସେ ବ୍ୟାକ୍‌ଫୁଟ୍‌ରେ ରହି ଦଳକୁ ବଳ ଯୋଗାଇଥିଲେ। ସେ ହରିୟାଣାରେ ପ୍ରଭାରୀ ରୂପେ ନିଯୁକ୍ତି ହୋଇଥିଲେ। ଦଳର ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ସହ ଘୋଷଣା ପତ୍ର ମଧ୍ୟ ସେ ନିଜେ ପ୍ରସ୍ତୁତ କରିଥିଲେ।

ତେବେ ଚଳିତ ନିର୍ବାଚନରେ ହରିୟାଣାରେ ଭାଜପା ବିରୋଧରେ ଲହର ଜାରି ରହିଥିଲା। ବହୁ ରାଜନୈତିକ ବିଶେଷଜ୍ଞ ମଧ୍ୟ ଭାଜପା ହାରିବା ନେଇ ଭବିଷ୍ୟବାଣୀ କରିଥିଲେ। ଯାହାକୁ ନେଇ ଧର୍ମେନ୍ଦ୍ର ଓ ତାଙ୍କ ଟିମ୍‌ ବହୁ ବରିଷ୍ଠ ଓ ଅନୁଭବୀ ନେତାଙ୍କ ଟିକେଟ୍‌ କାଟି ଦେଇଥିଲେ। ସେ ଲାଇମଲାଇଟ୍‌ରୁ ଦୂରେଇ ରହି ଦଳୀୟ କନ୍ଦଳକୁ ସମାଧାନ କରିଥିଲେ। ଉଦାହରଣ ସ୍ବରପ ଯେତେବେଳ ପାର୍ଟିର ଅସନ୍ତୁଷ୍ଟ ନେତା ଅନୀଲ ବିଜ୍‌ ଶୀର୍ଷ ପଦ ପାଇଁ ଅଡି ବସିଥିଲେ ସେତେବେଳ ଧର୍ମେନ୍ଦ୍ର ପ୍ରଧାନ ଆଗକୁ ଆସି ସେହି କନ୍ଦଳ ସମାଧାନ କରିଥିଲେ। କୁହାଯାଉଛି ଯେ, ହରିୟାଣା ବିଜୟର ସବୁ ଶ୍ରେୟ ଧର୍ମେନ୍ଦ୍ରଙ୍କୁ ଯାଉଛି। ଗତ କିଛିଦିନ ଧରି ଭାଜପାର ଜାତୀୟ ସଭାପତି ରେସ୍‌ରେ ଥିବା ଧର୍ମେନ୍ଦ୍ରଙ୍କୁ ଏହି ସଫଳତା ପରେ କିଛି ବଡ଼ ଉପହାର ମଧ୍ୟ ମିଳିବ ବୋଲି କୁହାଯାଉଛି। ଦଳର ହାଇକମାଣ୍ଡ ଓ ପ୍ରଧାନମନ୍ତ୍ରୀ ମୋଦି ଧର୍ମେନ୍ଦ୍ରଙ୍କୁ ଜେପି ନଡ୍ଡାଙ୍କ ସ୍ଥାନ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

ଯୁଦ୍ଧ ଭିତରୁ ଏବେ ପର୍ଯ୍ୟନ୍ତ କେତେ ଭାରତୀୟ ସୁରକ୍ଷିତ ଫେରିଛନ୍ତି ସ୍ବଦେଶ ସରକାର ଦେଲେ ତଥ୍ୟ

ନୂଆଦିଲ୍ଲୀ,୮।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି…

ସରକାରୀ ଉଚ୍ଚ ମାଧ୍ୟମିକ ଛାତ୍ରାବାସରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ

ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri