Posted inଫୁରସତ

ମନ୍ଦିର ନିର୍ମାଣବେଳେ ଧର୍ମ-ନିରଞ୍ଜନ ଦେବତା ପୂଜା

ସିଦ୍ଧିଦୁର୍ଗା ପାହାଡ଼ରୁ ପଥର କଟାହୋଇ ଆସି ପହଞ୍ଚତ୍ବା ପର୍ଯ୍ୟନ୍ତ ବୀର ବଡ଼ଜେନାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା। ବୀର ବଡ଼ଜେନାଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କର ଶୃଙ୍ଖଳିତ କାର୍ଯ୍ୟନିର୍ବାହ ପାଇଁ ତିନିତୋଳା ସୁନାର ୨ଟି ହାତଖଡ଼ୁ (ବ୍ରେସ୍‌ଲେଟ) ଦିଆଯାଇଥିଲା। ପଥରଗୁଡ଼ିକ ଭେଳାରେ ଲଦାଯାଇଥିଲା ମହାନଦୀ ବକ୍ଷରେ। ଗଭୀର ଜଳକୁ ଭେଳା ଆସିବା ପରେ ଚାପରେ ଲଦାଗଲା। ଚାପ ଦୟାନଦୀରେ ପହଞ୍ଚତ୍ ସୋଲନଦୀ-ଉଦିପୁରଦଣ୍ଡା ଦେଇ ପଦ୍ମତୋଳା ଗଣ୍ଡରେ ପହଞ୍ଚତ୍ଥିଲା। ଆଗରୁ ନିଷ୍ପତ୍ତି ହୋଇଥିଲା ବାଣେଶ୍ୱରନାସୀର ସିଦ୍ଧିଦୁର୍ଗା ପାହାଡ଼ରୁ ପଥର କାଟିବା ପାଇଁ ସ୍ଥାନୀୟ ପଥୁରିଆଙ୍କ ସାହାଯ୍ୟ ନିଆଯିବ। ସେଠାରେ ପଥୁରିଆ ତଥା ପଥରଶିଳ୍ପୀ ଥିଲେ। ସେଇମାନଙ୍କୁ ଖର୍ଚ୍ଚ ବାବଦ ସୁନାମାଢ଼ ଭରଣା କରାଯାଇଥିଲା। ଏବେ ବି ପାହାଡ଼ ଅଞ୍ଚଳରେ ପଥୁରିଆମାନଙ୍କ ଜନବସତି ରହିଥିବାର ଜଣାଯାଏ।
ପୂର୍ବରୁ ପୋଥି ବର୍ଣ୍ଣନା ଆଧାରରେ ସୂଚନା ଦେଇଥିଲୁ କୋଣାର୍କଠାରେ ଅରୁଣସ୍ତମ୍ଭ ନିର୍ମାଣ ପାଇଁ ୩୦ ହାତ ଲମ୍ବା ମୁଗୁନି ପଥର ଆସିଥିଲା। ବିଶ୍ୱନାଥ ମୁଣ୍ଡିଆ କଥା ସେଇ ପ୍ରସଙ୍ଗରେ ଜଡ଼ିତ ଥିଲା। ପୋଥିର ପତ୍ର ସଂ.-୨୬ରୁ ଜଣାପଡୁଛି ନୀଳଗିରିରୁ ୨୮ ହାତର ମୁଗୁନି ପଥର ଆସିଥିଲା ‘ବିଶ୍ୱକାଣ୍ଡ ଖମ୍ବ’ ପାଇଁ। ଆମେ ଏକଥା ଲେଖୁଛୁ ଏଇଥିପାଇଁ ଯେ ବହୁ ଲେଖକ ‘ବିଶ୍ୱକାଣ୍ଡ ଖମ୍ବ’କୁ ଅରୁଣସ୍ତମ୍ଭ ସହିତ ଚିହ୍ନିତ କରିଛନ୍ତି। ଅରୁଣସ୍ତମ୍ଭ ପାଇଁ ଭିନ୍ନ ଭିନ୍ନ ଲମ୍ବର ଦୁଇଟି ପଥର ଆସିବ କାହିଁକି ବୁଝାପଡ଼ୁନି। ‘ବିଶ୍ୱକାଣ୍ଡ ଖମ୍ବ’ ମନ୍ଦିରର ଭଦ୍ରପୀଠ ସହିତ ସଂଲଗ୍ନ ହୋଇଥିଲା। ଭଦ୍ରପୀଠ ‘ବିଜୟ ସିଂହ ଦ୍ୱାର’ ସାମନାରେ ନିର୍ମାଣ ହୋଇଥିଲା। ସେଇ ଦ୍ୱାର ସାମନାରେ ‘ବିଶ୍ୱକାଣ୍ଡ ଖମ୍ବ’ ଲାଗିଥିଲା। ଏ ବିଷୟରେ ଉଠୁଥିବା ଶଙ୍କା ଆଗକୁ ସମାଧାନ ହେବ।
ଆବଶ୍ୟକ ଅନୁଯାୟୀ ଭଣ୍ଡାର (କୋଣାଦିତ୍ୟ)ର ହିସାବପତ୍ର ଦେଖାଯାଉଥିଲା। ସେଥିରେ କେତେ ଶସ୍ୟ ଅଛି, କାଠବାକ୍ସଗୁଡ଼ିକରେ ବସ୍ତ୍ର କେତେ ଅଛି, ଏପରି କି କତାଦଉଡ଼ି, ରାଶିତେଲ, ଝୁଣାବସ୍ତାର ହିସାବ ତଦାରଖ କରାଯାଉଥିଲା। କେତେବେଳେ କେଉଁ ଦରବ ଆବଶ୍ୟକ ହେବ ତାକୁ ନିଘା ରଖୁଥିଲେ। ବନ୍ଦ ବାକ୍ସରେ ବଡ଼ମାଢ଼ ସୁନା, ଛୋଟ ସୁନାମାଢ଼, ରୁପାର ଟଙ୍କା, ଗେଡ଼ିମୁଦ୍ରା, ସୁନାର କୁରୁଜାତକ କେତେ ମହଜୁଦ ଥିଲା ତାହା ତାଲିକାଭୁକ୍ତ ହେଉଥିଲା। ଗଜପତି କୋଣାର୍କ ଆସିବା ପୂର୍ବରୁ ପ୍ରସ୍ତୁତ ରହୁଥିଲେ ସମସ୍ତେ।
ଭଣ୍ଡାର ହିସାବ ସମୟରେ କାଠ ଭଣ୍ଡାର ଓ ପଥର ଭଣ୍ଡାରର ହିସାବ ହେଉଥିଲା। କାମ ସ୍ଥାନରେ କେତେ ପଥର ଅଛି, ମନ୍ଦିରର କେଉଁ ପାର୍ଶ୍ୱରେ କେତେ ପଥର କେଉଁ କିସମର ଅଛି ଏବଂ କାମ ପାଇଁ ଶିଳ୍ପୀମାନେ କେତେ ପଥର ରଖିଛନ୍ତି ତା’ର ହିସାବ ହେଉଥିଲା। ଉଦ୍ଦେଶ୍ୟ ଥିଲା କୌଣସି କାମ ପାଇଁ ପଥର ନିଅଣ୍ଟ ନ ହେଉ। ହିସାବରୁ ଜଣାପଡ଼ିବ କେଉଁ ପ୍ରକାର ପଥର ଆଉ ଆସିବ। ପୋଥିରୁ ମନ୍ଦିର ନିର୍ମାଣର ହାରାହାରି ଚାରିବର୍ଷ ପରେ ୧,୬୨୮ ଖଣ୍ଡ ବିଭିନ୍ନ କିସମର (ବଡ଼ସାନ ମିଶାଇ) ପଥର ମହଜୁଦ ରହିଥିଲା।
ଭଣ୍ଡାର ହିସାବ କାର୍ଯ୍ୟରେ ବସାଉଠାଘରେ ହିସାବ ନିଆଯାଉଥିଲା। ଏହି ଘରେ ‘ଧର୍ମ ନିରଞ୍ଜନ ଦେବତା’ କାନ୍ଧିଆହୋଇ ଯାଇପାରୁଥିବା ଏକ ବିମାନରେ ବିଜେ କରିଥିଲେ। ଆବଶ୍ୟକ ଅନୁଯାୟୀ ପଖଜ ଓ ଢୋଲ ବି ରହିଥିଲା। ତାହା ବି ହିସାବ ତାଲିକାରେ ଦରଜ ହୋଇଥିଲା। କେବଳ ଏତିକି ନୁହେଁ ମହାଶ୍ରମ (ଗଜପତି)ଙ୍କ ଶିବିର, ରୂପାସଗଡ଼ ଶିବିର, ମଠ ପରିସର, ଦେଉଳି ଶିବିର ଓ ସୂତ୍ରଧରଙ୍କ ଶିବିରରେ କ’ଣ କ’ଣ ରହିଥିଲା ତାହା ବି ତାଲିକାଭୁକ୍ତ ହୋଇଥିବାର ଜଣାଯାଏ। କୋଣାର୍କଠାରେ ଥିବା ମଠରେ ସେତେବେଳେ ମହନ୍ତ ଥିଲେ ବେଣୁଧର ଦାସ। ସେ ମଠରେ ଶ୍ରୀଦଧିବାମନ (ଶ୍ରୀଜଗନ୍ନାଥ)ଙ୍କୁ ପୂଜା କରୁଥିବାବେଳେ, ସୂତ୍ରଧର ଶିବେଇ ସାନ୍ତରା ନିଜ ଶିବିରରେ ଯୋଗାସନରେ ବସିଥିବା ଶ୍ରୀନୃସିଂହଙ୍କ ବିଗ୍ରହ ପୂଜା କରୁଥିଲେ। ସତ୍ୟବାଦୀ ନିକଟ ବଳପୁରର ଶ୍ରୀବାଲୁଙ୍କେଶ୍ୱର ମନ୍ଦିରରୁ ଏହି ଯୋଗାସନ ବିଗ୍ରହ ଶିବେଇ ସାନ୍ତରା ପୂଜା କରିବା ପାଇଁ ଆଣିଥିଲେ। ଶ୍ରୀବାଲୁଙ୍କେଶ୍ୱର ଶିବମନ୍ଦିର ତତ୍କାଳୀନ ସମୟର ବହୁ ପୂର୍ବରୁ ନିର୍ମିତ ହୋଇସାରିଥିଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri