ସରୁନି ଧରାକୋଟ-ଜାନବିଲି ରାସ୍ତା ନିର୍ମାଣ

ଧରାକୋଟ,୧୨ା୬ (ଡି.ଏନ୍‌.ଏ): ଧରାକୋଟ-ଜାନବିଲି ୫ କିମି ରାସ୍ତା ସଂପ୍ରତି ନିର୍ମାଣ ଚାଲିଛି। ଦୀର୍ଘଦିନ ହେଲା ଠିକାଦାର ଅଧପନ୍ତରିଆ ଭାବରେ ଛାଡ଼ିଦେଇ ଚାଲିଯାଇଛନ୍ତି। ବାରମ୍ବାର ଅଭିଯୋଗ ପରେ ବିଭାଗ ତରଫରୁ ଠିକାଦାରଙ୍କୁ ତୁରନ୍ତ ନିମାଣ କାର୍ଯ୍ୟ ଆରମ୍ଭ ପାଇଁ ଚିଠି ଲେଖାଯାଇଛି। ହେଲେ ଏହା ମଧ୍ୟରେ ନୂତନ ଭାବେ ନିର୍ମାଣ କରାଯାଇଥିବା ପିଚୁ ରାସ୍ତା ଭରିଯାନ ଚଳାଚଳ ଯୋଗୁଁ ଧସିଯାଇଛି। ଏଣୁ ନିମ୍ନମାନର ନିର୍ମାଣ କାର୍ଯ୍ୟ ସହ ରାସ୍ତାର ସ୍ଥାୟିତ୍ୱ ନ଼େଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭଞ୍ଜନଗର ପୂର୍ତ୍ତ ବିଭାଗ ଅଧିନରେ ରହିଛି ଧରାକୋଟ-ଜାନବିଲି ରାସ୍ତା । ଏହି ରାସ୍ତା ନର୍ମାଣ କାର୍ଯ୍ୟ ପାଇଁ ୬ କୋଟି ଟଙ୍କା ମଞ୍ଜୁର ହେବା ପରେ ବର୍ତ୍ତମାନ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ୫ କିମି ରାସ୍ତା ଅଧାପନ୍ତରିଆ ଭାବେ ଦୀର୍ଘ ଦିନ ହେଲା ପଡିରହିଛି। ମେଡିକାଲ ଠାରୁ ଥାନା ପର୍ଯ୍ୟନ୍ତ ପ୍ରାୟ ୫ ଶହ ମିଟର ରାସ୍ତା ନିର୍ମାଣ କାର୍ଯ୍ୟ ସରିଛି । ହେଲେ ଥାନା ସମ୍ମୁଖରେ ଗୋଲେଇ ଛକ ଭାରି ଯାନ ଚଳାଚଳ ଯୋଗୁଁ ଧସିଯାଇଛି । ନିର୍ମାଣର ଏକ ମାସ ଯାଇନି ରାସ୍ତା ଧସି ନଷ୍ଟ ହୋଇଗଲାଣି। ସୋରଡା ପୂର୍ତ୍ତ ବିଭାଗ ଉପଖଣ୍ଡ ସହ ବଡଗଡ ସେକ୍ସନର ପଦାଧିକାରୀ ଏହାର ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି । ହେଲେ ରାସ୍ତା କାହିଁକି ଧସିଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ ସଦ୍ୟ ନିର୍ମିତ ରାସ୍ତାର ଗୋଲେଇ ଛକ ଅଂଶ ସଂକୀର୍ଣ୍ଣ ହୋଇଥିବାରୁ ଅଧିକ ଭାର ନେଇ ଯାଉଥିବା ଗାଡ଼ି ଚାପରେ ଧସିଯାଇଛି । ଏହାର ପୁନଃ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ପଟରେ ଦୀର୍ଘ ଦୁଇମାସରୁ ଅଧିକ ସମୟ ହେଲା ବ୍ରିଜ ଠାରୁ ନେଳିଆ ବନ୍ଧ ପର୍ଯ୍ୟନ୍ତ ୧୫୦୦ ମିଟର ରାସ୍ତା ମେଟାଲିଙ୍ଗ କରି ଛାଡ଼ି ଦିଆଯାଇଛି। ପିଚୁ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ରାସ୍ତା ସାରା ମେଟାଲ ଉଠିଯାଇ ପ୍ରତିଦିନ ଦୁର୍ଘଟଣା ଘଟୁଛି। ଏଣୁ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri