ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ଗଛ ଲଗାଇବା ପ୍ରତି ଅଧିକ ଧ୍ୟାନଦେବା, ନିୟମ ମାନି ଚଳିଲେ…

ଭୁବନେଶ୍ୱର,୧୬।୧୧: ବର୍ତ୍ତମାନ ବହୁତ ପରିମାଣରେ ଗଛ କଟାଯାଉଛି। କମ୍ପାନୀ, ବଡ଼ ବଡ଼ ଅଟ୍ଟାଳିକା ପାଇଁ ଆମକୁ ଗଛ କାଟିବାକୁ ପଡ଼ୁଛି। ସେଥିପାଇଁ ଜଳବାୟୁ ପରିବର୍ତ୍ତନ ହେଉଛି। ଖରାଦିନେ ଆମେ ବର୍ଷା ଏବଂ ଶୀତଦିନେ ଖରାକୁ ଅନୁଭବ କରୁଛୁ। ଆମକୁ ଅଧିକରୁ ଅଧିକ ଗଛ ଲଗାଇବା ଦିଗରେ ଗୁରୁତ୍ୱ ଦେବାକୁ ପଡ଼ିବ। ସେଥିରୁ ଆମେ ପ୍ରାକୃତିକ ଅମ୍ଳଜାନ ପାଇପାରିବା। ନଚେତ କିଛିବର୍ଷ ପରେ ଆମକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ପରିବେଶ ସୁରକ୍ଷା ଦିଗକୁ ଅଧିକ ନଜର ରଖିବାକୁ ପଡ଼ିବ।

ନଭ୍‌ପ୍ରୀତ୍‌ ଆରୋରା, ଅଭିନେତା

ନିୟମ ମାନି ଚଳିଲେ ପରିବେଶ ପ୍ରଦୂଷଣ ରୋକିପାରିବା
ପରିବେଶ ପ୍ରଦୂଷଣ କହିଲେ ଆମେ ବହୁତ କିଛି ପ୍ରଦୂଷଣକୁ ବୁଝୁ। ପରିବେଶକୁ ନଷ୍ଟ କରିବାରେ ମଣିଷ ସବୁବେଳେ ଆଗରେ ରହିବ। ତେବେ ଜଳ ପ୍ରଦୂଷଣ ପାଇଁ ଚିନ୍ତା ବଢ଼ୁଛି। ସେଥିପାଇଁ ବିଭିନ୍ନ ପ୍ରକାର ଚର୍ମ ରୋଗ ହେଉଛି। ଆମେ ଯଦି ଆମ ଅଞ୍ଚଳକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ନ କରିପାରିବା, ତେବେ ପ୍ରଦୂଷଣ କମ୍‌ କରିବାରେ ସହଯୋଗ କରିପାରିବା। ଭାରତରେ ପ୍ରଦୂଷଣ ଅନ୍ୟ ଦେଶଗୁଡିକ ତୁଳନାରେ ଅଧିକ ରହିଛି। ସେଥିପାଇଁ ଆମକୁ ନୀତି ଓ ଆଦର୍ଶକୁ ମାନି ଚଳିଲେ ହିଁ ପରିବେଶ ପ୍ରଦୂଷଣକୁ ରୋକି ପାରିବା।

ଜୟଜିତ ଦାଶ, ଅଭିନେତା

ସଚେତନ ହୋଇ କାର୍ଯ୍ୟକଲେ ପରିବେଶ ସୁରକ୍ଷିତ ରହିବ
ଦେଶରେ ଜନସଂଖ୍ୟା ବୃଦ୍ଧି ପାଇଛି। ସମସ୍ତଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଜଙ୍ଗଲ ସଫା କରି କଳକାରଖାନା ନିର୍ମାଣ କରାଯାଉଛି। ସେଥିପାଇଁ ପରିବେଶ ପ୍ରଦୂଷଣ ହେବାସହ ଜଳବାୟୂ ପରିବର୍ତ୍ତନ ହେଉଛି। ଏହାର ବିକଳ୍ପ ପଦକ୍ଷେପ ସ୍ବରୂପ ବ୍ୟାପକ ଗଛ ଲଗାଯିବା ଜରୁରୀ। ଘର ଚାରିପାଖରେ ଗଛ ଲଗାଇବା, ପ୍ଲାଷ୍ଟିକ ଓ ବିଭିନ୍ନ ପ୍ରକାର ଅଳିଆ ଆବର୍ଜନାକୁ ଏଣେତେଣେ ନ ପକାଇ ଡଷ୍ଟବିନର ବ୍ୟବହାର କରିବା ଓ ଏନେଇ ଲୋକଙ୍କୁ ସଚେତନ କରିବାକୁ ପଡ଼ିବ। ଲୋକେ ସଚେତନ ହେଲେ ପରିବେଶ ସୁରକ୍ଷିତ ରହିପାରିବ।

ଦୂତି ଚାନ୍ଦ, ଆଥ୍‌ଲେଟ

ସୁସ୍ଥ ପରିବେଶ ପାଇଁ ନିଜ ଘରୁ ଅଭିଯାନ ଆରମ୍ଭ ହେଉ
ବିଭିନ୍ନ ଅଳିଆ ଆବର୍ଜନା ପକାଇ ଆମେ ପରିବେଶକୁ ନଷ୍ଟ କରନ୍ତି। କିନ୍ତୁ ସେତିକି ଆମେ ପରିବେଶ ସୁରକ୍ଷା ଦିଗରେ ଧ୍ୟାନ ଦିଅନ୍ତି ନାହିଁ। ପ୍ରଦୂଷଣ ଯୋଗୁ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର
ସମ୍ମୁଖୀନ ହେବାକୁ ପଡ଼ୁଛି। ଜେନ୍‌-ଜିମାନେ ପରିବେଶ ପ୍ରଦୂଷଣ
ରୋକିବା ପାଇଁ କାମ କରୁଛନ୍ତି। ହେଲେ ସମସ୍ତଙ୍କୁ ଏହି
ଅଭିଯାନରେ ସାମିଲ ହେବାକୁ ପଡିବ। ନିଜେ ବଦଳିଲେ, ସମାଜ ବଦଳିବ। ତେଣୁ ସୁସ୍ଥ ପରିବେଶ ପାଇଁ ନିଜ ଘରୁ ପ୍ରଥମେ ଅଭିଯାନ ଆରମ୍ଭ ହେଉ।

ଅଙ୍କିତା ମହାନ୍ତି, ଅଭିନେତ୍ରୀ

Dharitri – Odisha’s No.1 Odia Daily

Share