ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ରିଲ୍ସ ନୁହେଁ, ପରିବେଶ ସଚେତନତା ଜରୁରୀ

ଯୁବପିଢ଼ି ଚାହିଁଲେ ପରିବେଶ ପ୍ରଦୂଷଣ ରୋକିପାରିବେ
ଆମେ ଦୈନନ୍ଦିନ ଜୀବନରେ ଜଳ ଓ ବାୟୁ ବ୍ୟବହାର କରୁଛୁ। ଯଦି ଜଳ ଓ ବାୟୁ ପ୍ରଦୂଷିତ ହେବ, ତେବେ ବଞ୍ଚତ୍ବା କଷ୍ଟକର ହୋଇଯିବ। ଆମ ଶରୀରରେ ଆହୁରି ନୂଆ ନୂଆ ରୋଗ ଦେଖିବାକୁ ମିଳିବ। ଶିଳ୍ପାନୁଷ୍ଠାନଗୁଡ଼ିକ ସିଧାସଳଖ ଭାବେ ଆବର୍ଜନାକୁ ନଦୀନାଳରେ ପକାଉଛନ୍ତି। ଫଳରେ ଜଳ ବିଷାକ୍ତ ହେବା ସହ ପ୍ରଦୂଷିତ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଆମକୁ ସ୍ଥାୟୀ ବାଟ ବାହାର କରିବାକୁ ହେବ। ଯୁବପିଢ଼ିମାନେ ଚାହିଁଲେ ପରିବେଶ ପ୍ରଦୂଷଣକୁ ରୋକିପାରିବେ। ନିଜେ ସତର୍କ ହେବା ସହିତ ଅନ୍ୟମାନଙ୍କୁ ସତର୍କ ଓ ସଚେତନ କରିବାକୁ ପଡ଼ିବ।

ରିଲ୍ସ ନୁହେଁ, ପରିବେଶ ସଚେତନତା ଜରୁରୀ

ସୁସ୍ଥ ପରିବେଶ ସୃଷ୍ଟି ପାଇଁ ଆମର ଦୈନନ୍ଦିନ ଜୀବନଶୈଳୀ ଓ କାର୍ଯ୍ୟଧାରାକୁ ବଦଳାଇବାକୁ ପଡ଼ିବ। କେବଳ ରିଲ୍ସ କଲେ ହେବ ନାହିଁ, ନିଜେ ସତର୍କ ରହି ଲୋକଙ୍କୁ ସଚେତନ କରିବାକୁ ପଡ଼ିବ। ବ୍ୟାପକ ଗଛ ଲଗାଇବା ସହ ତା’ର ରକ୍ଷଣାବେକ୍ଷଣ ନେବା। ପାଣି ଓ ବିଦ୍ୟୁତ୍‌କୁ ଆବଶ୍ୟକ ମୁତାବକ ବ୍ୟବହାର କରିବା। ନିଜ ଘରୁ ବାହାରୁ ଥିବା ଶୁଖିଲା ଏବଂ ଓଦା ଅଳିଆ ଆବର୍ଜନାକୁ ଅଲଗା ଅଲଗା ଡଷ୍ଟବିନ୍‌ରେ ରଖିବା। ଏଆଇ ଟେକ୍ନୋଲୋଜି ବ୍ୟବହାର କରି ଆମେ ଜଳବାୟୁର ତାପମାତ୍ରା ଜାଣିବା ସହିତ ପରିବେଶ ପ୍ରଦୂଷଣ ରୋକିବାକୁ ସଚେତନତା ପଦକ୍ଷେପ ନେବାକୁ ହେବ।

Dharitri – Odisha’s No.1 Odia Daily

Share