Dharitri Youth Conclave 2025: ପରିବେଶବିତ୍‌ କାର୍ତ୍ତିକ ଶଙ୍କର

ଧରିତ୍ରୀ ୟୁଥ୍‌ କନକ୍ଲେଭ ର ପଞ୍ଚମ ସଂସ୍କରଣ ନଭେମ୍ବର ୨୪ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ବିଶ୍ୱର ଯୁବ ଜଳବାୟୁ ପ୍ରବକ୍ତାମାନଙ୍କୁ ଏକତ୍ରିତ କରିବାର ଏକ ପ୍ରମୁଖ ମାଧ୍ୟମ ସାଜିଛି। ‘ଜଳବାୟୁ ପରିବର୍ତ୍ତନ: ଫାଇଣ୍ଡିଂ ସଲ୍ୟୁଶନ’ ବିଷୟବସ୍ତୁ ଆଧାରରେ ଆୟୋଜନ ହେବାକୁ ଥିବା ଏହି ସମ୍ମିଳନୀ ଯୁବପିଢ଼ିଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ବାଣ୍ଟିବା, ଅର୍ଥପୂର୍ଣ୍ଣ ଆଲୋଚନାରେ ସାମିଲହେବା ସହ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ କାର୍ଯ୍ୟକ୍ଷମ ସମାଧାନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟ୍‌ଫର୍ମ ଭାବେ କାର୍ଯ୍ୟ କରିବ। ବିଶ୍ୱ ପରିବେଶ ନୀତି ଏବଂ କାର୍ଯ୍ୟକୁ ସୁସଂଗଠନ ସହିତ ଭବିଷ୍ୟତ ପଦକ୍ଷେପ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବ। ଧରିତ୍ରୀ ଯୁବ ସମ୍ମିଳନୀ ଜଳବାୟୁ ପରିବର୍ତ୍ତନ ପାଇଁ ସୃଜନଶୀଳ ଏବଂ ପ୍ରଭାବଶାଳୀ ସମାଧାନ ବିକାଶ କରିବାରେ ଯୁବପିଢ଼ିଙ୍କ ମଧ୍ୟରେ ସମ୍ଭାବନା ସୃଷ୍ଟି କରିବାରେ ସହାୟକ ହେବ। ଏହି କନ୍‌କ୍ଲେଭ୍‌ରେ ବିଶେଷଜ୍ଞଙ୍କ ପ୍ୟାନେଲ୍‌ ଆଲୋଚନା ସହିତ ପ୍ରମୁଖ ପରିବେଶବିତ୍‌ ଏବଂ ସଂଗଠନ ସହ ନେଟୱର୍କିଂ ସୁଯୋଗ ପ୍ରଦାନ କରାଯିବ। ଅଂଶଗ୍ରହଣକାରୀମାନେ ପ୍ରସିଦ୍ଧ ବିଶେଷଜ୍ଞମାନଙ୍କଠାରୁ ଶିଖିବା, ଚିନ୍ତାଧାରା ଆଦାନପ୍ରଦାନ କରିବା ଆଦିର ସୁଯୋଗ ପାଇବେ। ଏଥି ସହ ସନ୍ଧ୍ୟାରେ ପ୍ରସିଦ୍ଧ ସଙ୍ଗୀତଜ୍ଞଙ୍କ ଦ୍ୱାରା ପରିବେଶ ବିଷୟବସ୍ତୁ ଉପରେ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଆୟୋଜନ ହେବ।

ଜଣେ ଆଗ ଧାଡ଼ିର ପରିବେଶବିତ୍‌ ଭାବେ ବେଶ୍‌ ଜଣାଶୁଣା କାର୍ତ୍ତିକ ଶଙ୍କର। ତାଙ୍କର ଗବେଷଣା ପର୍ବତ ଓ ସାମୁଦ୍ରିକ ଉଭୟ ପ୍ରଣାଳୀ ଉପରେ ଆଧାରିତ। କାର୍ତ୍ତିକ ଗତ ୨୦ବର୍ଷ ଧରି ସେ ସାମୁଦ୍ରିକ କଇଁଛ ସଂରକ୍ଷଣ ପାଇଁ କାର୍ଯ୍ୟ କରୁଛନ୍ତି। ବିଶେଷକରି ସେ ଓଡ଼ିଶା ଉପକୂଳରେ ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କ ଉପରେ ଗବେଷଣା କରୁଛନ୍ତି। ଏହା ସାମୁଦ୍ରିକ ସଂରକ୍ଷଣ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।
ସଂରକ୍ଷଣ, ପ୍ରାକୃତିକ ସମ୍ପଦ ପରିଚାଳନା ଏବଂ ସ୍ଥାୟୀ ବିକାଶ ପାଇଁ କାମ କରୁଥିବା ସଂଗଠନ ‘ଦକ୍ଷିନ୍‌ ଫାଉଣ୍ଡେଶନ୍‌’ର ସେ ପ୍ରତିଷ୍ଠାତା ଟ୍ରଷ୍ଟି । ବର୍ତ୍ତମାନ ବାଙ୍ଗାଲୋରର ଭାରତୀୟ ବିଜ୍ଞାନ ସଂସ୍ଥାନ (ଆଇଆଇଏସ୍‌ସି)ର ପରିବେଶ ବିଜ୍ଞାନ କେନ୍ଦ୍ର (ସିଇଏସ୍‌)ରେ ସେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ସେଠାରେ ବେଙ୍ଗ, ସରୀସୃପ, ପକ୍ଷୀ, ଉଦ୍ଭିଦ ଏବଂ ରିଫ୍‌ ମାଛ ସହିତ ଅନ୍ୟ ସାମୁଦ୍ରିକ ଜୀବଙ୍କ ଉପରେ ଛାତ୍ରଙ୍କ ଦ୍ୱାରା କରାଯାଉଥିବା ଗବେଷଣାକୁ ତଦାରଖ କରୁଛନ୍ତି। ସେ ଭାରତରେ ସାମୁଦ୍ରିକ କଇଁଛ ସଂରକ୍ଷଣର ଐତିହାସିକ ବିବରଣୀ ସମ୍ପନ୍ନ ‘ଫ୍ରମ୍‌ ସୁପ୍‌ ଟୁ ସୁପରଷ୍ଟାର’ ପୁସ୍ତକର ଲେଖକ। ଏଥିସହିତ କାର୍ତ୍ତିକ ଅବସର ସମୟରେ ପିଲାଙ୍କ କାହାଣୀ ମାଧ୍ୟମରେ ସେମାନଙ୍କ ମନକୁ ଭିନ୍ନ ରାଇଜକୁ ନେବାକୁ ଚେଷ୍ଟା କରନ୍ତି; ଯେଉଁଥିରେ ‘ଲୋରିସ୍‌ ମ୍ୟାଜିକାଲ ମିଷ୍ଟ୍ରି’, ‘ଟର୍ଟଲ ଷ୍ଟୋରି’, ‘ଦି ଆଡ୍‌ଭେଞ୍ଚର୍ସ ଅଫ୍‌ ଫିଲାଉଟସ ଫ୍ରଗ୍‌’ ଏବଂ ‘ମୁନ୍‌ଲାଇଟ ଇନ୍‌ ଦି ସି’ ଅନ୍ତର୍ଭୁକ୍ତ। ପରିବେଶର ସଂରକ୍ଷଣ, ସ୍ଥାୟୀ ଜୀବିକା, ସାମାଜିକ ବିକାଶ ଆଦିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ କାର୍ତ୍ତିକ ‘ଦକ୍ଷିନ୍‌ ଫାଉଣ୍ଡେଶନ୍‌’ ଜରିଆରେ ଆଗକୁ ବଢ଼ି ଚାଲିଛନ୍ତି।
ନଭେମ୍ବର ୨୪ରେ ଧରିତ୍ରୀ ପକ୍ଷରୁ ଅନୁଷ୍ଠିତ ‘ଯୁବ ସମ୍ମିଳନୀ ୨୦୨୫’ରେ କାର୍ତ୍ତିକ ଶଙ୍କର ପ୍ୟାନେଲିଷ୍ଟ ଭାବରେ ଯୋଗଦେବେ। ତାଙ୍କର ବିଶେଷ ଅଭିଜ୍ଞତା ଏବଂ ଅନ୍ତର୍ଦୃଷ୍ଟି ଧରିତ୍ରୀ ଯୁବ ସମ୍ମିଳନୀକୁ ସମୃଦ୍ଧ କରିବ, ଯାହା ପରବର୍ତ୍ତୀ ପିଢ଼ିର ଜଳବାୟୁ ସଂରକ୍ଷଣର ଅଗ୍ରଗାମୀଙ୍କୁ ପ୍ରେରଣା ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri