Dharitri Youth Conclave 2025: ସବୁଜିମା ସୁରକ୍ଷାର ଅନନ୍ୟ ନାୟିକା ପରିବେଶବିତ୍‌ ଚାମୀ ମୁର୍ମୁ

ଧରିତ୍ରୀ ୟୁଥ୍‌ କନକ୍ଲେଭ ର ପଞ୍ଚମ ସଂସ୍କରଣ ନଭେମ୍ବର ୨୪ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ବିଶ୍ୱର ଯୁବ ଜଳବାୟୁ ପ୍ରବକ୍ତାମାନଙ୍କୁ ଏକତ୍ରିତ କରିବାର ଏକ ପ୍ରମୁଖ ମାଧ୍ୟମ ସାଜିଛି। ‘ଜଳବାୟୁ ପରିବର୍ତ୍ତନ: ଫାଇଣ୍ଡିଂ ସଲ୍ୟୁଶନ’ ବିଷୟବସ୍ତୁ ଆଧାରରେ ଆୟୋଜନ ହେବାକୁ ଥିବା ଏହି ସମ୍ମିଳନୀ ଯୁବପିଢ଼ିଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ବାଣ୍ଟିବା, ଅର୍ଥପୂର୍ଣ୍ଣ ଆଲୋଚନାରେ ସାମିଲହେବା ସହ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ କାର୍ଯ୍ୟକ୍ଷମ ସମାଧାନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟ୍‌ଫର୍ମ ଭାବେ କାର୍ଯ୍ୟ କରିବ। ବିଶ୍ୱ ପରିବେଶ ନୀତି ଏବଂ କାର୍ଯ୍ୟକୁ ସୁସଂଗଠନ ସହିତ ଭବିଷ୍ୟତ ପଦକ୍ଷେପ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବ। ଧରିତ୍ରୀ ଯୁବ ସମ୍ମିଳନୀ ଜଳବାୟୁ ପରିବର୍ତ୍ତନ ପାଇଁ ସୃଜନଶୀଳ ଏବଂ ପ୍ରଭାବଶାଳୀ ସମାଧାନ ବିକାଶ କରିବାରେ ଯୁବପିଢ଼ିଙ୍କ ମଧ୍ୟରେ ସମ୍ଭାବନା ସୃଷ୍ଟି କରିବାରେ ସହାୟକ ହେବ। ଏହି କନ୍‌କ୍ଲେଭ୍‌ରେ ବିଶେଷଜ୍ଞଙ୍କ ପ୍ୟାନେଲ୍‌ ଆଲୋଚନା ସହିତ ପ୍ରମୁଖ ପରିବେଶବିତ୍‌ ଏବଂ ସଂଗଠନ ସହ ନେଟୱର୍କିଂ ସୁଯୋଗ ପ୍ରଦାନ କରାଯିବ। ଅଂଶଗ୍ରହଣକାରୀମାନେ ପ୍ରସିଦ୍ଧ ବିଶେଷଜ୍ଞମାନଙ୍କଠାରୁ ଶିଖିବା, ଚିନ୍ତାଧାରା ଆଦାନପ୍ରଦାନ କରିବା ଆଦିର ସୁଯୋଗ ପାଇବେ। ଏଥି ସହ ସନ୍ଧ୍ୟାରେ ପ୍ରସିଦ୍ଧ ସଙ୍ଗୀତଜ୍ଞଙ୍କ ଦ୍ୱାରା ପରିବେଶ ବିଷୟବସ୍ତୁ ଉପରେ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଆୟୋଜନ ହେବ।

ଧରିତ୍ରୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ପରିବେଶକର୍ମୀ ଚାମୀ ମୁର୍ମୁ। ଗଛ ଲଗାଇବା କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରୟାସ ପାଇଁ ସାରା ଭାରତରେ ସେ ବେଶ୍‌ ଜଣାଶୁଣା। ୧୯୭୩ରେ ଜନ୍ମିତ ଚାମୀ ଝାଡ଼ଖଣ୍ଡର ଷଢ଼େଇକଳା ଖରସୁଆଁ ଜିଲାର ବାଗ୍ରାଇସାଇ ଗ୍ରାମର ବାସିନ୍ଦା। ୧୯୯୬ରେ ସେ ଆରମ୍ଭ କରିଥିଲେ ତାଙ୍କର ମିଶନ୍‌। ଇତି ମଧ୍ୟରେ ସେ ୫ଶହରୁ ଊର୍ଦ୍ଧ୍ୱ ଗ୍ରାମରେ ପ୍ରାୟ ୩୦ଲକ୍ଷରୁ ଊର୍ଦ୍ଧ୍ୱ ଗଛ ଲଗାଇ ସାରିଛନ୍ତି। ସେ କାଠମାଫିଆ ଏବଂ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଜଙ୍ଗଲ ସୁରକ୍ଷା ପାଇଁ ନିର୍ଭୀକ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କର ଏଭଳି ପ୍ରୟାସ ଜଙ୍ଗଲ କ୍ଷୟକୁ ପ୍ରତିହତ କରିବାରେ ସଫଳ ହୋଇଛି। ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ତାଙ୍କର ତୃଣମୂଳ ଆନ୍ଦୋଳନ ଏବେ ଏକ ବିପ୍ଳବରେ ପରିଣତ ହୋଇଛି। ହଜିଯାଇଥିବା ସବୁଜିମାର ପୁନରୁଦ୍ଧାର ଏବଂ ସମାଜ ପାଇଁ ସ୍ଥାୟୀ ଭବିଷ୍ୟତ ପ୍ରଦାନ ଆଶାରେ ଚାମୀ ପ୍ରଥମେ ତାଙ୍କ ଗ୍ରାମରେ ଚାରା ରୋପଣ ଆରମ୍ଭ କରିଥିଲେ। ପରେ ତାଙ୍କର ଏହି ପ୍ରୟାସକୁ ଅନ୍ୟମାନେ ପ୍ରୋତ୍ସାହିତ କରିଥିଲେ। ୨୦୨୦ରେ ସେ ପ୍ରାୟ ୩,୦୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ନେଇ ‘ସହଯୋଗୀ ମହିଳା ବାଗରାଇସାଇ’ ନାମକ ଏକ ସଂଗଠନ ଗଢ଼ିଛନ୍ତି। ଏହି ସଂଗଠନ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କାର୍ଯ୍ୟ କରୁଛି। ଛେଳି, କୁକୁଡ଼ା ପାଳନ ସହିତ ଆଧୁନିକ ଚାଷ ମାଧ୍ୟମରେ ଆତ୍ମନିର୍ଭର ହେବା ସହ ପରିବେଶ ସୁରକ୍ଷା ଏବଂ ସାମାଜିକ ସଶକ୍ତୀକରଣ ପାଇଁ ଉତ୍ସର୍ଗୀକୃତ। ତାଙ୍କର ଅବଦାନ କେବଳ ପରିବେଶକୁ ପୁନରୁଦ୍ଧାର କରିନାହିଁ ବରଂ ସମ୍ପ୍ରଦାୟ ନେତୃତ୍ୱାଧୀନ ସଂରକ୍ଷଣ ପ୍ରୟାସର ଗୁରୁତ୍ୱ ଉପରେ ସଚେତନତା ବୃଦ୍ଧି କରିଛି। ଏଭଳି ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଚାମୀଙ୍କୁ ୨୦୨୪ରେ ଭାରତର ‘ପଦ୍ମଶ୍ରୀ’ ଉପାଧିରେ ଭୂଷିତ କରାଯାଇଥିଲା। ଏହା ପୂର୍ବରୁ ୨୦୧୯ରେ ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଦ୍ୱାରା ‘ନାରୀ ଶକ୍ତି ପୁରସ୍କାର’ରେ ସେ ସମ୍ମାନିତ ହୋଇଥିଲେ। ସେହିପରି ଚାମୀ ତାଙ୍କର ସହଯୋଗୀ କର୍ମୀ ଯମୁନା ଟୁଡୁଙ୍କ ସହ ମିଶିବା ନେଇ ପୂର୍ବରୁ ଘୋଷଣା କରିଛନ୍ତି। ଯାହାଙ୍କ ସହ ସେ ଝାଡ଼ଖଣ୍ଡର ଜଙ୍ଗଲ ସୁରକ୍ଷା ପାଇଁ କାମ କରି ‘ଲେଡି ଟାର୍ଜନ’ ଉପାଧି ପାଇଥିଲେ। ଏହି ଦୁଇ ମହିଳା ଅଧିକ ସମ୍ପ୍ରଦାୟ ସହିତ ସହଯୋଗ କରି ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ପରିବେଶ ଆନ୍ଦୋଳନ ସୃଷ୍ଟି କରି ସେମାନଙ୍କର ପ୍ରଭାବକୁ ବିସ୍ତାର କରିବାକୁ ପ୍ରୟାସ ଜାରି ରଖିଛନ୍ତି।
ନଭେମ୍ବର ୨୪ରେ ଚାମୀ ମୁର୍ମୁ ଭୁବନେଶ୍ୱରରେ ଆୟୋଜିତ ‘ଧରିତ୍ରୀ’ ଯୁବ ସମ୍ମିଳନୀର ୫ମ ସଂସ୍କରଣରେ ‘ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର’ ପାଇବେ। ଏହି ପୁରସ୍କାର ପରିବେଶ ସଂରକ୍ଷଣରେ ତାଙ୍କର ଦଶନ୍ଧି ଧର ଜାରି ରହିଥିବା କାର୍ଯ୍ୟ ଏବଂ ଜଙ୍ଗଲ କ୍ଷୟ ବିରୋଧରେ ଲଢ଼େଇ, ବିଶେଷକରି ମହିଳାମାନଙ୍କୁ ସଶକ୍ତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନିତ କରୁଛି। ଧରିତ୍ରୀ ଯୁବ ସମ୍ମିଳନୀ ଉତ୍କୃଷ୍ଟ ପରିବର୍ତ୍ତନକାରୀଙ୍କୁ ସ୍ବୀକୃତି ଦେବା ଏବଂ ଏହି ପୁରସ୍କାର ତାଙ୍କ ଯାତ୍ରାରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବେ ଉଭା ହେବ।


Enter your email to get our daily news in your inbox.

All Right Reserved By Dharitri.Com

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

ଖୁସି ଖବର ଦେଲେ କିଆରା ଆଡଭାନୀ, ଦେଢ଼ ବର୍ଷ ପରେ ପୁଣି ଥରେ ଶେୟାର କଲେ ଏମିତି ଖବର

ମୁମ୍ବାଇ: ବଲିଉଡର ବିୟୁଟି ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନରେ ପୁଣିଥରେ ଖୁସିର ଆଗମନ ହୋଇଛି। ଏହି ଦମ୍ପତି ନିଜ ପ୍ରଶଂସକଙ୍କ ସହ ଏକ…

ପ୍ରିୟଙ୍କା-ରାହୁଲଙ୍କ ବିରୋଧରେ FIR; ଲାଗିଲା ଗୁରୁତର ଅଭିଯୋଗ!

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ଶୋଭାଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆକାଶବାଣୀ ଭବନରେ…

କେବେ ଭାବି ନ ଥିଲି ଏମିତି ଦିନ ଆସିବ: ଭାବବିହ୍ବଳ ହୋଇପଡ଼ିଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର…

Chanakya Niti: ଜୀବନରେ ସଫଳତା ପାଇବାକୁ ହେଲେ ମାନନ୍ତୁ ଏହି ୩ ବଡ଼ କଥା…

ଆଚାର୍ଯ୍ୟ ଚାଣକ୍ୟଙ୍କ ‘ଚାଣକ୍ୟ ନୀତି’ରେ ମାନବ ସମାଜ, ବ୍ୟକ୍ତିଗତ ବ୍ୟବହାର, ଏବଂ ଜୀବନରେ ସଫଳତା ପାଇଁ ଅନେକ ବାସ୍ତବିକ ଉପଦେଶ ରହିଛି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା……

ପ୍ରଥମ T20I ଶତକ ପରେ ମନର କଥା ଖୋଲି କହିଦେଲେ ଶ୍ରେୟସ ଆୟର: କହିଲେ, ଏମିତି ଖେଳିଲେ…

ଲକ୍ଷ୍ନୌ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ଅଧିନାୟକ ଶ୍ରେୟସ ଅୟରଙ୍କ ଧୂଆଁଧାର ଶତକ ବଳରେ ଭାରତ ୮ ଉଇକେଟ୍‌ରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର…

RBIର ବଡ଼ ଝଟକା: ୪ ବର୍ଷ ପରେ ବୃଦ୍ଧି ପାଇଲା ରେପୋ ରେଟ, ଜାଣନ୍ତୁ କେତେ ବଢ଼ିବ EMI

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି…

ତୁଳା ରାଶିରେ ସୂର୍ଯ୍ୟଙ୍କ ଚଳନ: ଅକ୍ଟୋବର ୧୭ରୁ ସତର୍କ ରୁହନ୍ତୁ ୩ ରାଶି! ପାଖରୁ ଚାଲିଯିବ ସବୁଟଙ୍କା

ତୁଳା ରାଶି ହେଉଛି ସୂର୍ଯ୍ୟ ଗ୍ରହଙ୍କ ନୀଚ ରାଶି। ସୂର୍ଯ୍ୟ ତୁଳାରେ ନୀଚ ହୋଇଥାନ୍ତି। ଏଭଳି ସ୍ଥିତିରେ ସୂର୍ଯ୍ୟଙ୍କର ଅନେକ ରାଶି ଉପରେ ଅଶୁଭ ପ୍ରଭାବ ପଡ଼ିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?