Dharitri Youth Conclave 2025: ସବୁଜିମା ସୁରକ୍ଷାର ଅନନ୍ୟ ନାୟିକା ପରିବେଶବିତ୍‌ ଚାମୀ ମୁର୍ମୁ

ଧରିତ୍ରୀ ୟୁଥ୍‌ କନକ୍ଲେଭ ର ପଞ୍ଚମ ସଂସ୍କରଣ ନଭେମ୍ବର ୨୪ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ବିଶ୍ୱର ଯୁବ ଜଳବାୟୁ ପ୍ରବକ୍ତାମାନଙ୍କୁ ଏକତ୍ରିତ କରିବାର ଏକ ପ୍ରମୁଖ ମାଧ୍ୟମ ସାଜିଛି। ‘ଜଳବାୟୁ ପରିବର୍ତ୍ତନ: ଫାଇଣ୍ଡିଂ ସଲ୍ୟୁଶନ’ ବିଷୟବସ୍ତୁ ଆଧାରରେ ଆୟୋଜନ ହେବାକୁ ଥିବା ଏହି ସମ୍ମିଳନୀ ଯୁବପିଢ଼ିଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ବାଣ୍ଟିବା, ଅର୍ଥପୂର୍ଣ୍ଣ ଆଲୋଚନାରେ ସାମିଲହେବା ସହ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ କାର୍ଯ୍ୟକ୍ଷମ ସମାଧାନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟ୍‌ଫର୍ମ ଭାବେ କାର୍ଯ୍ୟ କରିବ। ବିଶ୍ୱ ପରିବେଶ ନୀତି ଏବଂ କାର୍ଯ୍ୟକୁ ସୁସଂଗଠନ ସହିତ ଭବିଷ୍ୟତ ପଦକ୍ଷେପ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବ। ଧରିତ୍ରୀ ଯୁବ ସମ୍ମିଳନୀ ଜଳବାୟୁ ପରିବର୍ତ୍ତନ ପାଇଁ ସୃଜନଶୀଳ ଏବଂ ପ୍ରଭାବଶାଳୀ ସମାଧାନ ବିକାଶ କରିବାରେ ଯୁବପିଢ଼ିଙ୍କ ମଧ୍ୟରେ ସମ୍ଭାବନା ସୃଷ୍ଟି କରିବାରେ ସହାୟକ ହେବ। ଏହି କନ୍‌କ୍ଲେଭ୍‌ରେ ବିଶେଷଜ୍ଞଙ୍କ ପ୍ୟାନେଲ୍‌ ଆଲୋଚନା ସହିତ ପ୍ରମୁଖ ପରିବେଶବିତ୍‌ ଏବଂ ସଂଗଠନ ସହ ନେଟୱର୍କିଂ ସୁଯୋଗ ପ୍ରଦାନ କରାଯିବ। ଅଂଶଗ୍ରହଣକାରୀମାନେ ପ୍ରସିଦ୍ଧ ବିଶେଷଜ୍ଞମାନଙ୍କଠାରୁ ଶିଖିବା, ଚିନ୍ତାଧାରା ଆଦାନପ୍ରଦାନ କରିବା ଆଦିର ସୁଯୋଗ ପାଇବେ। ଏଥି ସହ ସନ୍ଧ୍ୟାରେ ପ୍ରସିଦ୍ଧ ସଙ୍ଗୀତଜ୍ଞଙ୍କ ଦ୍ୱାରା ପରିବେଶ ବିଷୟବସ୍ତୁ ଉପରେ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଆୟୋଜନ ହେବ।

ଧରିତ୍ରୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ପରିବେଶକର୍ମୀ ଚାମୀ ମୁର୍ମୁ। ଗଛ ଲଗାଇବା କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରୟାସ ପାଇଁ ସାରା ଭାରତରେ ସେ ବେଶ୍‌ ଜଣାଶୁଣା। ୧୯୭୩ରେ ଜନ୍ମିତ ଚାମୀ ଝାଡ଼ଖଣ୍ଡର ଷଢ଼େଇକଳା ଖରସୁଆଁ ଜିଲାର ବାଗ୍ରାଇସାଇ ଗ୍ରାମର ବାସିନ୍ଦା। ୧୯୯୬ରେ ସେ ଆରମ୍ଭ କରିଥିଲେ ତାଙ୍କର ମିଶନ୍‌। ଇତି ମଧ୍ୟରେ ସେ ୫ଶହରୁ ଊର୍ଦ୍ଧ୍ୱ ଗ୍ରାମରେ ପ୍ରାୟ ୩୦ଲକ୍ଷରୁ ଊର୍ଦ୍ଧ୍ୱ ଗଛ ଲଗାଇ ସାରିଛନ୍ତି। ସେ କାଠମାଫିଆ ଏବଂ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଜଙ୍ଗଲ ସୁରକ୍ଷା ପାଇଁ ନିର୍ଭୀକ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କର ଏଭଳି ପ୍ରୟାସ ଜଙ୍ଗଲ କ୍ଷୟକୁ ପ୍ରତିହତ କରିବାରେ ସଫଳ ହୋଇଛି। ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ତାଙ୍କର ତୃଣମୂଳ ଆନ୍ଦୋଳନ ଏବେ ଏକ ବିପ୍ଳବରେ ପରିଣତ ହୋଇଛି। ହଜିଯାଇଥିବା ସବୁଜିମାର ପୁନରୁଦ୍ଧାର ଏବଂ ସମାଜ ପାଇଁ ସ୍ଥାୟୀ ଭବିଷ୍ୟତ ପ୍ରଦାନ ଆଶାରେ ଚାମୀ ପ୍ରଥମେ ତାଙ୍କ ଗ୍ରାମରେ ଚାରା ରୋପଣ ଆରମ୍ଭ କରିଥିଲେ। ପରେ ତାଙ୍କର ଏହି ପ୍ରୟାସକୁ ଅନ୍ୟମାନେ ପ୍ରୋତ୍ସାହିତ କରିଥିଲେ। ୨୦୨୦ରେ ସେ ପ୍ରାୟ ୩,୦୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ନେଇ ‘ସହଯୋଗୀ ମହିଳା ବାଗରାଇସାଇ’ ନାମକ ଏକ ସଂଗଠନ ଗଢ଼ିଛନ୍ତି। ଏହି ସଂଗଠନ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କାର୍ଯ୍ୟ କରୁଛି। ଛେଳି, କୁକୁଡ଼ା ପାଳନ ସହିତ ଆଧୁନିକ ଚାଷ ମାଧ୍ୟମରେ ଆତ୍ମନିର୍ଭର ହେବା ସହ ପରିବେଶ ସୁରକ୍ଷା ଏବଂ ସାମାଜିକ ସଶକ୍ତୀକରଣ ପାଇଁ ଉତ୍ସର୍ଗୀକୃତ। ତାଙ୍କର ଅବଦାନ କେବଳ ପରିବେଶକୁ ପୁନରୁଦ୍ଧାର କରିନାହିଁ ବରଂ ସମ୍ପ୍ରଦାୟ ନେତୃତ୍ୱାଧୀନ ସଂରକ୍ଷଣ ପ୍ରୟାସର ଗୁରୁତ୍ୱ ଉପରେ ସଚେତନତା ବୃଦ୍ଧି କରିଛି। ଏଭଳି ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଚାମୀଙ୍କୁ ୨୦୨୪ରେ ଭାରତର ‘ପଦ୍ମଶ୍ରୀ’ ଉପାଧିରେ ଭୂଷିତ କରାଯାଇଥିଲା। ଏହା ପୂର୍ବରୁ ୨୦୧୯ରେ ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଦ୍ୱାରା ‘ନାରୀ ଶକ୍ତି ପୁରସ୍କାର’ରେ ସେ ସମ୍ମାନିତ ହୋଇଥିଲେ। ସେହିପରି ଚାମୀ ତାଙ୍କର ସହଯୋଗୀ କର୍ମୀ ଯମୁନା ଟୁଡୁଙ୍କ ସହ ମିଶିବା ନେଇ ପୂର୍ବରୁ ଘୋଷଣା କରିଛନ୍ତି। ଯାହାଙ୍କ ସହ ସେ ଝାଡ଼ଖଣ୍ଡର ଜଙ୍ଗଲ ସୁରକ୍ଷା ପାଇଁ କାମ କରି ‘ଲେଡି ଟାର୍ଜନ’ ଉପାଧି ପାଇଥିଲେ। ଏହି ଦୁଇ ମହିଳା ଅଧିକ ସମ୍ପ୍ରଦାୟ ସହିତ ସହଯୋଗ କରି ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ପରିବେଶ ଆନ୍ଦୋଳନ ସୃଷ୍ଟି କରି ସେମାନଙ୍କର ପ୍ରଭାବକୁ ବିସ୍ତାର କରିବାକୁ ପ୍ରୟାସ ଜାରି ରଖିଛନ୍ତି।
ନଭେମ୍ବର ୨୪ରେ ଚାମୀ ମୁର୍ମୁ ଭୁବନେଶ୍ୱରରେ ଆୟୋଜିତ ‘ଧରିତ୍ରୀ’ ଯୁବ ସମ୍ମିଳନୀର ୫ମ ସଂସ୍କରଣରେ ‘ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର’ ପାଇବେ। ଏହି ପୁରସ୍କାର ପରିବେଶ ସଂରକ୍ଷଣରେ ତାଙ୍କର ଦଶନ୍ଧି ଧର ଜାରି ରହିଥିବା କାର୍ଯ୍ୟ ଏବଂ ଜଙ୍ଗଲ କ୍ଷୟ ବିରୋଧରେ ଲଢ଼େଇ, ବିଶେଷକରି ମହିଳାମାନଙ୍କୁ ସଶକ୍ତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନିତ କରୁଛି। ଧରିତ୍ରୀ ଯୁବ ସମ୍ମିଳନୀ ଉତ୍କୃଷ୍ଟ ପରିବର୍ତ୍ତନକାରୀଙ୍କୁ ସ୍ବୀକୃତି ଦେବା ଏବଂ ଏହି ପୁରସ୍କାର ତାଙ୍କ ଯାତ୍ରାରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବେ ଉଭା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ନବୀନ ନିବାସରୁ ବାହାରି ବଡ଼ ସୂଚନା ଦେଲେ କଳିକେଶ: କହିଦେଲେ ସାଂଘାତିକ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର,୩୧।୧: ନବୀନ ନିବାସରୁ ବାହାରିଲେ କଳିକେଶ ନାରାୟଣ ସିଂହଦେଓ। ଏହି ସମୟରେ ଗଣମାଧ୍ୟମ ଜରିଆରେ କଳିକେଶ ବଡ଼ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଲାଗି କାମ କରିବା…

ଆମେରିକାରେ ପୁଣି ହେଲା ଶଟ୍‌ଡାଉନ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୩୧।୧: ଆମେରିକା ଉପରେ ପୁଣିଥରେ ତାଲାବନ୍ଦୀ ଅର୍ଥାତ୍‌ ଶଟ୍‌ଡାଉନ ହୋଇଛି। କାରଣ ସିନେଟରେ ଫଣ୍ଡିଂ ବିଲ୍‌ ଅଟକି ରହିଛି, ଯାହା ଫଳରେ ରାଷ୍ଟ୍ରପତି ଟ୍ରମ୍ପ ଚାପରେ ପଡ଼ିଛନ୍ତି।…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜଧାନୀ ମହିଳାଙ୍କ ପାଇଁ ନେଲେ ଏହି ପଦକ୍ଷେପ, ଏଣିକି ମିଳିବ…

ଭୁବନେଶ୍ୱର,୩୧ା୧: ରାଜଧାନୀ ମହିଳା ଯାତ୍ରୀଙ୍କ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ…

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri