‘ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ’: ଆଜି ‘ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ୍‌’

ଭୁବନେଶ୍ୱର, ୨୪।୧୧ (ବନ୍ଦନା ସେଠୀ): ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ଦେଶ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ପରିବେଶର ସୁରକ୍ଷା ପାଇଁ ଅନେକ କ୍ଷେତ୍ରରେ ପଦକ୍ଷେପ ନିଆଯାଉଥିବାବେଳେ, ‘ଧରିତ୍ରୀ’ ପକ୍ଷରୁ ପରିବେଶକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ଏ ଦିଗରେ ନିୟମିତ ପ୍ରୟାସ କରାଯାଉଥିଲେ ହେଁ, ଏହାକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ସମସ୍ତଙ୍କର ରହିଛି। ଏକ୍ସପଟର୍‌ସମାନେ ଆସିବେ, ତାଙ୍କର ମତାମତ ଦେବେ, ମାତ୍ର ଏହାକୁ ଆମେମାନେ କିଭଳି ଗ୍ରହଣ କରିବା ଏବଂ କାର୍ଯ୍ୟକାରୀ କରିବା ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ କହିଛନ୍ତି। ଧରିତ୍ରୀ ପକ୍ଷରୁ ଶନିବାର ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶା ଠାରେ ଆୟୋଜିତ ‘ୟୁଥ୍‌ କନ୍‌କ୍ଲେଭ’ ବା ‘ଯୁବ ସମ୍ମିଳନୀ’ର ଚତୁର୍ଥ ସଂସ୍କରଣର ପ୍ରଥମ ଦିନରେ ‘ଗ୍ରୀନ୍‌ ହିରୋଜ୍‌ ସ୍ପିକ୍‌’ ଶୀର୍ଷକ କାର୍ଯ୍ୟକ୍ରମ ଅବସରରେ ସେ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ପରିବେଶକର୍ମୀମାନେ ଗୋଟିଏ ଛାତତଳେ ଏକାଠି ହୋଇପାରିଛନ୍ତି। ତେଣୁ ଏହା ଓଡ଼ିଶାର ପରିବେଶ ଯୋଦ୍ଧାମାନଙ୍କର ଏକ ପରିବାର କହିଲେ ଅତ୍ୟୁକ୍ତି ହେବନାହିଁ। କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶକର୍ମୀମାନେ ନିଜର ମତ ବିନିମୟ କରିବା ସହିତ ଆଗାମୀ ଲକ୍ଷ୍ୟ ଏବଂ କାର୍ଯ୍ୟ ସମ୍ପର୍କରେ ଅନ୍ୟମାନଙ୍କୁ ଅବଗତ କରାଇବାର ସୁଯୋଗ ପାଇବେ। ଫଳରେ ପରବର୍ତ୍ତୀ ସମୟରେ ପରସ୍ପର ସହଯୋଗରେ ସେମାନେ ରାଜ୍ୟ ପାଇଁ କାମ କରିବାର ସୁଯୋଗ ପାଇ ପାରିବେ ବୋଲି ଆଦ୍ୟାଶା କହିଛନ୍ତି।

ଏହି ଅବସରରେ ୨୦୨୩ରେ ‘ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ୍‌’ ବିଜୟୀ ତଥା ଚଳିତବର୍ଷର ଜୁରି ସଦସ୍ୟ ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ (ଓପ୍‌ସା)ର ମୁଖ୍ୟ ସୌମ୍ୟରଞ୍ଜନ ବିଶ୍ୱାଳ ଯୋଗଦେଇ ନିଜର ଯାତ୍ରା ସମ୍ପର୍କରେ ମତ ରଖିଥିଲେ। ଓଡ଼ିଶା ଉପକୂଳରେ କିପରି ମାଙ୍ଗ୍ରୋଭ୍‌ ଇକୋସିଷ୍ଟମ୍‌ ହେବ, ଅଲିଭ୍‌ ରିଡ୍‌ଲେ କଇଁଛ ଏବଂ ଅନ୍ୟ ସମୁଦ୍ର ଜୀବଙ୍କ ସଂରକ୍ଷଣ ନେଇ କାମ କରୁଥିବା ବିଷୟରେ ସେ ଉଲ୍ଲେଖ କରିଥିଲେ। ତୃଣମୂଳସ୍ତରରେ କାମ କରିବାର ପ୍ରତିଦାନ ସ୍ବରୂପ ୨୦୨୩ରେ ତାଙ୍କୁ ‘ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ୍‌’ ପ୍ରଦାନ କରାଯାଇଥିଲା। ପୂର୍ବରୁ ଥିବା ସୀମିତ ସମ୍ବଳ ଏବଂ ପୁରସ୍କାର ରାଶିରେ ମାଙ୍ଗ୍ରୋଭ୍‌ ପାଟ୍ରୋଲିଂ ବୋଟ୍‌ କିଣାଯାଇଛି। ଏହା ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ମଧ୍ୟ ସହାୟକ ହେଉଥିବା ସୌମ୍ୟରଞ୍ଜନ କହିଛନ୍ତି। ସେହିପରି ଗତବର୍ଷ ଏହି ପୁରସ୍କାର ପାଇଥିବା ସଂସ୍ଥା ‘ସାଥୀ ପରିବାର’, ‘ଆହ୍ବାନ ଫାଉଣ୍ଡେଶନ୍‌’ ଏବଂ ବ୍ୟକ୍ତିଗତ ଭାବେ ଚନ୍ଦନ ପଣ୍ଡା, ଜଳେନ୍ଦ୍ର ମହାଳିକ ଯୋଗଦେଇ ନିଜର ଯାତ୍ରା ସମ୍ପର୍କରେ କହିବା ସହିତ ‘ଧରିତ୍ରୀ’ର ଏହି ପ୍ରୟାସ ସେମାନଙ୍କୁ କିପରି ଆଗକୁ ବଢିବାର ପ୍ରେରଣା ଯୋଗାଇଛି ସେନେଇ ବର୍ଣ୍ଣନା କରିଥିଲେ। ଏଥିସହ ଗତବର୍ଷ ‘ୟୁଥ୍‌ ଆକ୍ସନ୍‌ ଆଓ୍ବାର୍ଡ’ ପାଇଥିବା ‘ସାତ୍ତ୍ୱିକ୍‌ ସୋଲ୍‌’ ଅନୁଷ୍ଠାନର ସତ୍ୟବ୍ରତ ସାମଲ ଯୋଗଦେଇ, ଓଡ଼ିଶାକୁ କ୍ଲାଇମେଟ୍‌ ଆକ୍ସନ୍‌ ହବ୍‌ ଭାବେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି କହିଥିଲେ। ପରେ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିଗତ ଭାବେ ୮୪ଜଣ ପରିବେଶକର୍ମୀ ଉଦ୍‌ବୋଧନ ଦେଇ ସେମାନଙ୍କ ପରିବେଶଯାତ୍ରା ଓ ଅନୁଭୂତି ବଖାଣିଥିଲେ। କାର୍ଯ୍ୟକ୍ରମରେ ଟାଟା ଫାଉଣ୍ଡେଶନ୍‌ ସିଏସ୍‌ଆର୍‌ ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ ଏବଂ ଜେଏସ୍‌ଡବ୍ଲ୍ୟୁର ସିଏସ୍‌ଆର୍‌ ମୁଖ୍ୟ ପ୍ରଶାନ୍ତ ବିଶ୍ୱାଳ ଯୋଗଦେଇ ପରିବେଶ ସୁରକ୍ଷା ଦିଗରେ ନିଜ ମତ ରଖିଥିଲେ।

ଶେଷରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଧନ୍ୟବାଦ ଅର୍ପଣ କରି ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଥିବା ପିଲାମାନେ ନିଷ୍କାମ ଭାବେ କାମ କରୁଛନ୍ତି ବୋଲି କହିଛନ୍ତି। ରାଜ୍ୟର ମଙ୍ଗଳ ପାଇଁ ଏବଂ ସଚେତନତା ବୃଦ୍ଧି ସକାଶେ ଧରିତ୍ରୀ ସର୍ବଦା କାମ କରିଆସିଛି। ତେବେ ଏଭଳି ଅନେକ ଅନ୍ତର୍ଜାତୀୟ ସଂସ୍ଥା ରହିଛନ୍ତି, ଯେଉଁମାନେ କି ଓଡ଼ିଶାକୁ କାମ କରିବାକୁ ଆସୁଛନ୍ତି ଏବଂ ବିଭିନ୍ନ ପ୍ରୋଜେକ୍ଟ ପାଇଁ ଅନ୍ତର୍ଜାତୀୟସ୍ତରରୁ ଅନେକ କୋଟି ଟଙ୍କା ଆଣୁଛନ୍ତି। ମାତ୍ର ବାସ୍ତବରେ ଏଠାରେ କାମ ନ କରି ଟଙ୍କା ହଡ଼ପ କରୁଛନ୍ତି। କାଗଜପତ୍ରରେ ଓଡ଼ିଶାରେ ସମ୍ପୃକ୍ତ ପ୍ରୋଜେକ୍ଟ ହୋଇଛି ବୋଲି ଦର୍ଶାଉଥିବାବେଳେ ବାସ୍ତବରେ ତାହା ହେଉନାହିଁ। ଅପରପକ୍ଷେ ଯେଉଁମାନେ ତୃଣମୂଳସ୍ତରରେ କାମ କରୁଛନ୍ତି ସେମାନେ ଟଙ୍କା ପାଉନାହାନ୍ତି। ତେଣୁ ପରିବେଶ ପାଇଁ କାମ କରିବା ସହିତ ଏଭଳି ଲୋକ କିମ୍ବା ସଂସ୍ଥାକୁ ରୋକିବା ମଧ୍ୟ ଆପଣମାନଙ୍କର ଦାୟିତ୍ୱ। ଅନ୍ୟାୟକୁ ଦେଖି ମୁହଁ ମୋଡିଲେ, ସେଥିରେ ଭାଗୀଦାର ହେବେ ବୋଲି ତଥାଗତ କହିଛନ୍ତି।

ଏହି ଅବସରରେ ପରିବେଶ ସଚେତନତାକୁ ନେଇ ବିରାହ ବ୍ୟାଣ୍ଡ୍‌ ପକ୍ଷରୁ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ୟାଣ୍ଡ୍‌ର ମୁଖ୍ୟ ଗାୟକ ରୁମିତ୍‌ ଓ୍ବାଲିଆ, ପ୍ରଚ୍ଛଦ ଭୋକାଲିଷ୍ଟ ତଥା ଗିଟାର ବାଦକ ଉତ୍ସବ ଭରଦ୍ୱାଜ ଓ ଯନ୍ତ୍ର ବାଦକ ତରୁଣ କୁମାର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତରୁ ପରିବେଷଣ ଆରମ୍ଭ କରିଥିଲେ। ‘ମେରେ ଅପ୍‌ନେ କରମ୍‌ ସେ’,‘ଓ ରେ ଖୁଦା’, ‘ଥୋଡା ସା’, ‘ବଦ୍‌ଲେ ରାସ୍ତା’ ଭଳି ଗୋଟିଏ ପରେ ଗୋଟିଏ ସୁନ୍ଦର ଗୀତରେ ଦର୍ଶକ ଝୁମିଥିଲେ। ପ୍ରତିଟି ଗୀତରେ ଜଳବାୟୁ ପରିବର୍ତ୍ତନର କାରଣ, ନିରାକରଣ, ପରିଣାମ ସମ୍ପର୍କରେ ଶୁଣିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?