ଧରିତ୍ରୀ ପ୍ରଭାବ: ପୁରୁଣା ପାଣି ଜଳଭଣ୍ଡାର ପୁନରୁଦ୍ଧାର କାମ ଆରମ୍ଭ

ଖଜୁରିପଡ଼ା, ୧୯।୫ (ବିଦୁର ବେହେରା): କନ୍ଧମାଳ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ପଞ୍ଚାୟତ ଅଧିନରେ ଥିବା ବଲସକୁମ୍ପା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ବା ପୁରୁଣା ପାଣି ଜଳଭଣ୍ଡାର ପୁନରୁଦ୍ଧାର ଏବଂ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଦିନକୁ ଦିନ ଜଳଧାରଣ କ୍ଷମତା ହ୍ରାସ ପାଉଥିବାରୁ ଚାଷୀମାନେ ସରକାରଙ୍କୁ ଜଳକର ଦେଇ ଚାଷୀ ଜମିକୁ ପାଣି ନ ପାଇ ହତାଶ ହେଉଥିବା ଅଭିଯୋଗ ଆସିବା ପରେ ଏ ନେଇ ଦୈନିକ ଖବର କାଗଜ ଧରିତ୍ରୀ ରେ ‘ପୁରୁଣା ପାଣି ଜଳ ଭଣ୍ଡାର ପୁନରୁଦ୍ଧାର ହେଉନି,ହ୍ରାସ ପାଉଛି ଜଳ ଧାରଣ କ୍ଷମତା’ ବୋଲି ୧୫ ଜୁଲାଇ ୨୦୨୪ ରେ ଖବର ପ୍ରକାଶ ପାଇବା ପରେ ଜଳଭଣ୍ଡାର ପୁନରୁଦ୍ଧାର ପାଇଁ କ୍ଷୁଦ୍ର ଜଳ ସେଚନ ବିଭାଗ ଫୁଲବାଣୀ ପକ୍ଷରୁ ତତ୍ପର ହୋଇ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ଆର୍ଥିକ ବର୍ଷ ୨୦୨୫-୨୬ ରେ ଅନୁଦାନ ୧ କୋଟି ୧୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।

ଉକ୍ତ ଟଙ୍କାରେ ସରପ୍ଲସ ମରାମତି, ହେଡ ରେଗୁଲେଟର ମରାମତି,ସାଇଫାନ ମରାମତି, ଡ୍ୟାମ ଠାରୁ ୩୬୦ ମି ତଳେ ଫଲ ତିଆରି କରାଯିବା ସହିତ କେନାଲରୁ ଓ ଜଳ ଭଣ୍ଡାରରୁ ମାଟି କଢାଯିବ। ତେଣୁ କାମ ଶୀଘ୍ର ସାରିବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଯନ୍ତ୍ରୀ ହିତେଶ ପାଢ଼ୀ କହିଛନ୍ତି।

ପ୍ରକାଶ ଯେ,ବଲସକୁମ୍ପା ପଞ୍ଚାୟତରେ ଖରିଫ ଏବଂ ରବି ଋତୁରେ ଚାଷୀମାନେ ଯେପରି ସୁବିଧାରେ ପାଣି ପାଇ ଚାଷ କରିବେ ସେ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ଫୁଲବାଣୀ ତରଫରୁ ବଲସକୁମ୍ପା ପଞ୍ଚାୟତର ପୁରୁଣା ପାଣି ନାଳଠାରେ ୧୯୭୩ ମସିହାରେ ଜଳଭଣ୍ଡାର ନିର୍ମାଣ କରାଯାଇଥିଲା। ଏହି ଜଳଭଣ୍ଡାରରେ ୫୩୬.୭୩ ମିଲି ଲିଟର ପାଣି ରହିବା କ୍ଷମତା ରହିଛି I ବାମ ଓ ଡାହାଣ ଦୁଇଟି କେନାଲ ଅଛି। ଖରିପ୍‌ରେ ୪୯୭
ହେକ୍ଟର ଏବଂ ରବିରେ ୧୮୨ ହେକ୍ଟର ଚାଷଜମିକୁ ୨ କେନାଲ ଦ୍ବାରା ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଡାହାଣ କେନାଲ ଦ୍ବାରା ଭଞ୍ଜରମୁଣ୍ଡା, ଅରାସାହି, ଖଲିଗୁଡ୍ରି ଗ୍ରାମର ଚାଷଜମିକୁ ଓ ବାମ କେନାଲ ଦ୍ବାରା ପୁରୁଣାପାଣି, ଗାରଡ଼ାପକ୍ଷୀ, ବଲସକୁମ୍ପା, ସୁନ୍ଦରଗଡ଼ ଗ୍ରାମର ଚାଷଜମିକୁ ପାଣି ଯୋଗାଇ ଦିଆଯାଏ। କିନ୍ତୁ ଜଳଭଣ୍ଡାର ନିର୍ମାଣ ହେବାର ଦୀର୍ଘ ୫୨ ବର୍ଷ ବିତିଯାଇଥିଲେ ସୁଦ୍ଧା ପୁନରୁଦ୍ଧାର କାର୍ଯ୍ୟ ନ ହେଉ ଥିବା ଯୋଗୁ ଜଳ ଧାରଣ କ୍ଷମତା ଏବେ ଦିନକୁ ଦିନ ହ୍ରାସ ପାଉଛି। ଯାହାଫଳରେ ଖରିଫରେ ୨୫୯.୭୫ ହେକ୍ଟର ଏବଂ ରବିରେ ମାତ୍ର ୩୦ ହେକ୍ଟର ଚାଷଜମିକୁ ପାଣି ଯୋଗାଯାଉଛି ବୋଲି ତଥ୍ୟ ମିଳିଛି। ଅନ୍ୟପଟେ ଡ୍ୟାମ ପୁନରୁଦ୍ଧାର ହେଉଥିବା କାମ ଦେଖି ଚାଷୀମାନେ ଖୁସିବ୍ୟକ୍ତ କରିବା ସହିତ ଧରିତ୍ରୀ ଗଣମାଧ୍ୟମକୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri