ଧରିତ୍ରୀର ପ୍ରଭାବ; ତତ୍ପରତା ଦେଖାଇଲେ ବିଦ୍ୟୁତ କର୍ମଚାରୀ, ସଫେଇ ହେଲା ଟ୍ରାନ୍ସଫର୍ମର ନିକଟ ଗଛ

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲି ଗଛରେ ଆଚ୍ଛାଦିତ ହୋଇ ରହିଥିଲା । ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବିଦ୍ୟୁତ ଵିଭାଗ ପକ୍ଷରୁ ତତପରତା ପ୍ରକାଶ ପାଇବା ସହ ଟ୍ରାନ୍ସଫର୍ମର ପରିସରକୁ ସଫା କରାଯାଇଥିବା ଦେଖିବାକୁ ମିଳିଛି ।

ଏଠାରେ ସୂଚନା ଯୋଗ୍ୟଯେ, ଏହି ଟ୍ରାନସଫର୍ମରରୁ ସର୍ଗୁଲ ବସ୍ତିକୁ ବିଦ୍ୟୁତ ସଂଯୋଗ ହୋଇଥିବା ବେଳେ ଦିର୍ଘ ଦିନରୁ ଏହି ଟ୍ରାନ୍ସଫର୍ମରଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏଣୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ତୁରନ୍ତ ଟ୍ରାନ୍ସଫର୍ମର ଚାରିପାଖ ପ୍ରଚେରୀ ନିର୍ମାଣ ସହ ଆବଶ୍ୟକ ରକ୍ଷଣାବେକ୍ଷଣ କରାଯାଉ, ଯାହାଦ୍ୱାରା ସମ୍ଭାବ୍ୟ ବିଦ୍ୟୁତ୍ ଦୁର୍ଘଟଣାକୁ ଏଡ଼ାଇ ହେବ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

 

Dharitri – Odisha’s No.1 Odia Daily