ଗଞ୍ଜାମ,୨୫।୨(ବିଦ୍ୟାଧର ସାହୁ): ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଲାଇଟ ନ ଜଳିବା ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ଓ ବିଦ୍ୟୁତ ବିଭାଗର ତତ୍ପରତା ପ୍ରକାଶ ପାଇଥିଲା । ଫଳ ସ୍ବରୂପ ଷ୍ଟାଡିୟମରେ ଲାଗିଥିବା ସମସ୍ତ ଷ୍ଟ୍ରିଟ ଲାଇଟ ଖୁଣ୍ଟରେ ଲାଇଟ ମରାମତି କରାଯିବା ସହ ଲାଇଟ ଜଳୁଥିବା ଦେଖିବାକୁ ମିଳିଛି । ବର୍ତମାନ ମ୍ୟାଟ୍ରିକ ପରୀକ୍ଷା ଚାଲିଥିବା ଏବଂ ବ୍ଲକର ବୋର୍ଡ ପରୀକ୍ଷା ଦେଉଥିବା ସମସ୍ତ ହାଇସ୍କୁଲ ପିଲାଙ୍କ ପରୀକ୍ଷା ଖାତା ଭାରତୀ ବିଦ୍ୟାପୀଠ ଷ୍ଟ୍ରଙ୍ଗ ରୁମରେ ରହିଛି। ଅନ୍ୟପଟେ ଆଉ ଦିନ କେଇଟା ପରେ ସହରରେ ଦୋଳ ପୂର୍ଣ୍ଣମୀ ଯାତ୍ରା ଅନୁଷ୍ଠିତ ହେବ l ଏହି ଯାତ୍ରାକୁ ଆସୁଥିବା ବେଲୁନ ବେପାରୀ ମାନେ ଉକ୍ତ ଷ୍ଟାଡିଅମରେ ରାତିରେ ନିଜ ନିଜ ପରିବାର ରହିଥାନ୍ତି l ସକାଳୁ ସକାଳୁ ବିଭିନ୍ନ ସାହିକୁ ଯାଇ ବେପାର କରିଥାନ୍ତି।

