‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ହୃଦୟରେ ଥିବା ଶିଶୁ ଉଦ୍ୟାନରେ ଲାଇଟ୍ କାର୍ଯ୍ୟ କରୁ ନ ଥିବା ବେଳେ ଆଜି ଉଦ୍ୟାନକୁ ଆଲୋକମୟ କରାଯାଇଛି। ସଫେଇ କାର୍ଯ୍ୟ ମଧ୍ୟ କିଛି ମାତ୍ରାରେ ଆରମ୍ଭ ହୋଇଥିବା ପରିଲକ୍ଷିତ ହୋଇଛି। ଏହି ପରିପ୍ରେକ୍ଷୀରେ ଅଭିଭାବକମାନେ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରକାଶ ଥାଉକି, ଛତ୍ରପୁରଠାରେ ଥିବା ଏହି ଶିଶୁ ଉଦ୍ୟାନଟି ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା। ଆଲୋକ ଖୁଣ୍ଟ ଥିବା ସତ୍ତ୍ୱେ ଲାଇଟ୍ ଗୁଡ଼ିକ ଖରାପ ହୋଇ ପଡ଼ି ରହିଥିଲା। ଯାହା ଫଳରେ ଶିଶୁ ଓ ଅଭିଭାବକଙ୍କ ଭିତରେ ଅନେକ ପ୍ରକାରର ଅସୁବିଧା ଏବଂ ଭୟ ସୃଷ୍ଟି କରିଥିଲା। ଏହି ଖବର ଗତକାଲି ‘ଧରିତ୍ରୀ’ ଖବରକାଗଜରେ ପ୍ରକାଶିତ ହେବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଅନୁମାନ କରାଯାଉଛି। ଅଭିଭାବକମାନେ ଧନ୍ୟବାଦ ଦେବା ସହ ପ୍ରଶାସନ ପକ୍ଷରେ ଉଦ୍ୟାନର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ଉପରେ ମଧ୍ୟ ଗୁରୁତ୍ଵ ଦେବା ପାଇଁ ପୁନର୍ବାର ନିବେଦନ କରିଛନ୍ତି।

Dharitri – Odisha’s No.1 Odia Daily

Share