ମୁକ୍ତସ୍ବରର ପ୍ରଭାବ

‘ପ୍ରଚାର’(ପ୍ରୋପାଗଣ୍ଡା) ଶବ୍ଦର ଅର୍ଥକୁ ଅଭିଧାନ ‘ସୂଚନା’ ବୋଲି ବ୍ୟାଖ୍ୟାକରେ। ଏହା ରାଜନୈତିକ ଉଦ୍ଦେଶ୍ୟ ବା ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବହୃତ ହୋଇଆସୁଛି। ଅତୀତରେ ଦୂରଦର୍ଶନକୁ ନିୟନ୍ତ୍ରଣ କରାଯାଇ ପ୍ରଚାର କରାଯାଉଥିଲା କିମ୍ବା ଅନ୍ତତଃ ପକ୍ଷେ ତାହାକୁ ହିଁ ରାଜନୈତିକ ଦଳ ଗ୍ରହଣ କରିଥିଲେ। ସନ୍ଧ୍ୟାରେ ଖବର ପ୍ରସାରଣ ସଂସ୍ଥାଗୁଡ଼ିକ ସରକାର ଏବଂ ତାଙ୍କର କାର୍ଯ୍ୟକ୍ରମ ସମ୍ପର୍କରେ ରିପୋର୍ଟ କରୁଥିଲେ। ସେଥିରେ ବିରୋଧୀଙ୍କ ପାଇଁ କୌଣସି ସ୍ଥାନ ନ ଥିଲା। ଏହାକୁ ଏକ ସ୍ବାଭାବିକ ଧାରା ଭାବେ ଗ୍ରହଣ କରି ନିଆଯାଇଥିଲା। ୨୫ ବର୍ଷ ପୂର୍ବେ ବେସରକାରୀ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକ ଆରମ୍ଭ ହେଲା ପରେ ଏହି ଧାରା ବଦଳିଗଲା ଏବଂ ଦୂରଦର୍ଶନ ବ୍ୟତୀତ କିମ୍ବା ବୋଧହୁଏ ଏହାସହିତ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଦଳର ବରିଷ୍ଠ ନେତାମାନେ ଚ୍ୟାନେଲଗୁଡ଼ିକର ଷ୍ଟୁଡିଓରେ ପ୍ୟାନେଲକୁ ଆସିଲେ। ଏହା ମିଡିଆ କ୍ଷେତ୍ରରେ ସ୍ବାଧୀନତାର ସକାଳ ବା ଅୟମାରମ୍ଭ ବୋଲି ଜଣାପଡୁଥିଲା ଏବଂ ଆଜିର କେତେଜଣ ବରିଷ୍ଠ ସାମ୍ବାଦିକ ବିଶେଷକରି ଯେଉଁମାନେ ପୁରୁଣା ଷ୍ଟାର୍‌ ନ୍ୟୁଜ୍‌ ସଂସ୍ଥା (ଏବର ଏନ୍‌ଡିଟିଭି)ରେ ଥିଲେ ସେମାନେ ସେହି ସମୟରେ ସୃଷ୍ଟି ହୋଇଥିଲେ। ସମୟକ୍ରମେ ଗୋଦି ମିଡିଆ ବିଷୟ ୨୦୧୪ର କିଛି ମାସ ପୂର୍ବରୁ ଆରମ୍ଭ ହୋଇଥିଲା ଏବଂ ତାହାର ପ୍ରଚାର ଆମକୁ ଯଥେଷ୍ଟ ପଛକୁ ନେଇଗଲା। ଏହି ସମୟରେ ଏହା ପୁରୁଣା ଭାରତ ତୁଳନାରେ ଖରାପ ଏବଂ ଅଧିକ କ୍ଷତିକାରକ ଥିଲା। ଦୂରଦର୍ଶନରେ କେବଳ ବିରୋଧୀଙ୍କୁ ଅଣଦେଖା କରାଯାଇଥିଲା। କିନ୍ତୁ ଏହାକୁ ପ୍ରତିଦିନ ଅପମାନିତ ଓ ଆକ୍ରମଣ କରାଯାଇ ନ ଥିଲା କି ଜାତୀୟ ବିରୋଧୀ କୁହାଯାଉ ନ ଥିଲା। ଏହାବ୍ୟତୀତ ସଂଖ୍ୟାଲଘୁମାନଙ୍କ ଉପରେ ଲଗାତର ଆକ୍ରମଣ ହେଉ ନ ଥିଲା ଏବଂ ବିଭ୍ରାନ୍ତି ସୃଷ୍ଟି କରାଯାଉ ନ ଥିଲା। ହେଲେ ନୂଆ ଭାରତରେ ଚ୍ୟାନେଲଗୁଡ଼ିକରେ ଏସବୁ ଦୈନନ୍ଦିନ ଘଟିଲା ଏବଂ ଏକ ଦଶନ୍ଧି ପର୍ଯ୍ୟନ୍ତ ରହିଲା। ଏବେ ବର୍ଷେ କି ଦୁଇ ବର୍ଷ ମଧ୍ୟରେ ଏକ ତୃତୀୟ ପରିବର୍ତ୍ତନ ଆସିଛି। ଏହା ଏତେ ଦୃଢ଼ ଯେ ସରକାର ଏହା ଉପରେ ନିୟନ୍ତ୍ରଣ ହାସଲ କରିବାକୁ ଚେଷ୍ଟା କରୁଛନ୍ତି। ଅଧିକଥର ଦର୍ଶକଙ୍କ ନିକଟରେ ପହଞ୍ଚତ୍ବା ପାଇଁ ସ୍ବାଧୀନ ଭାବେ କାମ କରୁଥିବା ସାମ୍ବାଦିକମାନେ ସୋସିଆଲ ମିଡିଆ(ସାମାଜିକ ଗଣମାଧ୍ୟମ)କୁ ବ୍ୟବହାର କରୁଛନ୍ତି। ଏହି ପରିବର୍ତ୍ତନରେ ସାମିଲ ହୋଇଛନ୍ତି ଏକ ଗୋଷ୍ଠୀ, ଯେଉଁମାନେ କଣ୍ଟେଟ୍‌ କ୍ରିଏଟର ଭାବେ ଜଣାଶୁଣା। ତେବେ ସ୍ବାଧୀନ ଭାବେ କାର୍ଯ୍ୟରତ ସାମ୍ବାଦିକଙ୍କ ଦର୍ଶକ ସଂଖ୍ୟା ଉପରେ ନଜର ପକାନ୍ତୁ। ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକ ଭଳି ୟୁଟ୍ୟୁବ୍‌ରେ ଏଭଳି ସାମ୍ବାଦିକମାନଙ୍କ ରିଚ୍‌ (ପହୁଞ୍ଚ)ଅଧିକ। ପୁଣ୍ୟ ପ୍ରସୂନ ବାଜପେୟୀ (୪୭ ଲକ୍ଷ ସବ୍‌ସ୍କ୍ରାଇବର), ଅଜିତ ଅଞ୍ଜୁମ (୬୧ ଲକ୍ଷ), ଅଭିସାର ଶର୍ମା (୬୭ ଲକ୍ଷ) ଏବଂ ରବିଶ କୁମାର (୧.୧ କୋଟି) ସମଗ୍ର ନ୍ୟୁଜ୍‌ ନେଟ୍‌ୱର୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଟାଇମ୍ସ ନାଓ (୫୩ ଲକ୍ଷ ସବ୍‌ସ୍କ୍ରାଇବର), ରିପବ୍ଲିକ (୬୨ ଲକ୍ଷ) ଏବଂ ଇଣ୍ଡିଆ ଟୁଡେ (୯୩ ଲକ୍ଷ) ପାଖାପାଖି ସମାନ ଅଛନ୍ତି। ଦେଖିବାକୁ ମୁକ୍ତସ୍ବର ଅଧିକ ଲୋକଙ୍କ ପାଖରେ ପହଞ୍ଚିଛି। କାରଣ ନିର୍ଦ୍ଦିଷ୍ଟ ଦୈନିକ ପ୍ରସଙ୍ଗ ଉପରେ ମୁକ୍ତ ସାମ୍ବାଦିକଙ୍କ ବିଷୟବସ୍ତୁ କେନ୍ଦ୍ରିତ ହେଉଛି। ଜି’ର ଗୋଟିଏ ଭିଡିଓକୁ ହାରାହାରି କେତେ ହଜାର ଲୋକ ଦେଖୁଥିବାବେଳେ ରବିଶ କୁମାରଙ୍କ ଭିଡିଓକୁ ହାରାହାରି ୧୦ ଲକ୍ଷରୁ ଅଧିକ ଦେଖୁଛନ୍ତି। ହ୍ବାଟସ୍‌ ଆପ୍‌ ମାଧ୍ୟମରେ ଏହି କ୍ଲିପଗୁଡ଼ିକର ପ୍ରସାର ସ୍ବାଧୀନ ସ୍ବରକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇଥାଏ। ସାମ୍ବାଦିକମାନଙ୍କ ସହିତ ଆମ ସମୟ ଉପରେ ମନ୍ତବ୍ୟ ଦେବାକୁ ଏକ ବ୍ୟଙ୍ଗବକ୍ତା ଗୋଷ୍ଠୀ ସାମ୍ନାକୁ ଆସିଛନ୍ତି। ସେମାନେ ଗୋଦି ମିଡିଆର ପ୍ରାଧାନ୍ୟରୁ ସୃଷ୍ଟି ହୋଇଛନ୍ତି। ଭଗତ ରାମ, ଶ୍ରୀମତୀ ମେଡୁସା, ମେଘନାଦ, ଗରିମା, ରାଣ୍ଟିଙ୍ଗ ଗୋଲା, ଶ୍ୟାମ ରେଙ୍ଗିଲା ଏବଂ ଉର୍ବଶୀ କୋଠାରିଙ୍କ ଭଳି କେତେକଙ୍କ ନାମ ଏଠାରେ ଉଲ୍ଲେଖଯୋଗ୍ୟ। ଗୋଦି କ୍ରିଏଟରମାନେ ଯେଉଁ ବିଷୟବସ୍ତୁ ସୃଷ୍ଟି କରିବାକୁ ଚାହିଁଥାନ୍ତି, ତାହା ବିରକ୍ତିକର ଏବଂ କ୍ରୋଧ ସୃଷ୍ଟି କରେ। ଏହି କାରଣରୁ ସାଧାରଣତଃ ତାହାକୁ ଅଣଦେଖା କରାଯାଏ।

ଏହା ନିଃସନ୍ଦେହ ଯେ, ମୁକ୍ତସ୍ବର ମୋଦି ସରକାରଙ୍କ ଏକଚାଟିଆ କାର୍ଯ୍ୟକୁ ଦୁର୍ବଳ କରିବାରେ ସଫଳ ହୋଇଛନ୍ତି। ଏହି କାରଣରୁ ସରକାର କ୍ରିଏଟର ତଥା ସ୍ବାଧୀନ ସାମ୍ବାଦିକଙ୍କ କଣ୍ଠରୋଧ କରିବାକୁ ଆଗେଇ ଆସିଛନ୍ତି। ପ୍ରସାରଣ ବିଲ୍‌ ମାଧ୍ୟମରେ ଏହା କରାଯାଉଛି, ଯାହାର ଏକ ଡ୍ରାଫ୍ଟ ପ୍ରସାରିତ ହେଉଛି। ମୂଳତଃ ସୋସିଆଲ ମିଡିଆରେ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ସରକାର ନିୟନ୍ତ୍ରଣ କରିବାକୁ ଚାହାନ୍ତି। କାରଣ ଏହା ହେଉଛି ଏକମାତ୍ର ଉପାୟ, ଯେଉଁଥିରେ ସରକାର ଏଥିରେ ହସ୍ତକ୍ଷେପ, ଅବରୋଧ ଏବଂ ପ୍ରକାଶ କରିବାକୁ ଚାହଁୁ ନ ଥିବା ବିଷୟବସ୍ତୁ ଉପରେ ପ୍ରତିବନ୍ଧକ ଲଗାଇପାରିବେ। ଓ୍ବେର, ସ୍କ୍ରୋଲ, ନ୍ୟୁଜ୍‌ ଲଣ୍ଡ୍ରି ଏବଂ ନ୍ୟୁଜ୍‌ମିନିଟ୍‌ ପରି ସ୍ବାଧୀନ ୱେବ୍‌ସାଇଟ ଉପରେ ଲଗାମ ଲଗାଇବାକୁ ମଧ୍ୟ ସରକାର ଚେଷ୍ଟା କରୁଛନ୍ତି। କାରଣ ଏହି କ୍ରିଏଟରସବୁ ସୋସିଆଲ ମିଡିଆରେ ସ୍ବାଧୀନ। ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକୁ ଯେଭଳି ଲାଇସେନ୍ସ କିମ୍ବା ଆଇନ ଦ୍ୱାରା ନିୟନ୍ତ୍ରଣ କରାଯାଉଛି ଏମାନଙ୍କ କ୍ଷେତ୍ରରେ ସେଭଳି ହୋଇପାରିବ ନାହିଁ। ସେଥିପାଇଁ ସରକାର ବ୍ୟାପକ ଉପାୟରେ ଲଗାମ ଲଗାଇବାକୁ ଚେଷ୍ଟା କରୁଛନ୍ତି, ଯାହା ସୋସିଆଲ ମିଡିଆ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଭାବିତ କରିବ। ଅସୁବିଧାରେ ପକାଇବା ଉଦ୍ଦେଶ୍ୟରେ ହୁଏତ ଆଇନକୁ ବ୍ୟବହାର କରାଯାଇପାରୁଥାଏ, କିନ୍ତୁ ତାହା ହେବ ନାହିଁ। ଖରାପ ଆଇନ ହିଁ ଖରାପ ପରିଣାମ ସୃଷ୍ଟି କରେ।

ଏହି ଅଧିନିୟମକୁ ଆଗେଇ ନେବାରେ ମୋଦି ସରକାର ସଫଳ ହେବେ ନାହିଁ। ସରକାର ଗତବର୍ଷ ଯେଉଁ ସ୍ଥିତିରେ ଥିଲେ ଏବେ ସେମିତି ନାହାନ୍ତି। ଏହାପାଇଁ ବହୁ ବାଧାବିଘ୍ନ ଏବଂ ପ୍ରତିରୋଧ ଲାଗି ଅନେକ କ୍ଷେତ୍ର ଅଛି। ଏପରି କି ଏହାକୁ ପୂର୍ବ ସଂସଦରେ ପାସ୍‌ କରାଯାଇଥିଲେ ତାହାକୁ କାର୍ଯ୍ୟକାରୀ କରିବାରେ ବିଶୃଙ୍ଖଳା ହୋଇଥାନ୍ତା। ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ସରକାର ଯେଭଳି ତାଙ୍କ ନାଗରିକଙ୍କ ସମାଲୋଚନା ଶୁଣନ୍ତି ଓ ତାହାକୁ ସହନ୍ତି ଏବଂ ସେଥିରୁ କିଛି ଶିଖନ୍ତି, ସେଭଳି ପ୍ରଧାନମନ୍ତ୍ରୀ ଏବଂ ତାଙ୍କ କ୍ୟାବିନେଟ୍‌କୁ କରିବାକୁ ପଡ଼ିବ।

ଆକାର ପଟେଲ


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ଯାତ୍ରା ମହାସମର: କମିଲା ସିଟ୍‌ ସଂଖ୍ୟା

ଭୁବନେଶ୍ୱର, ୨୮ା୧(ଅନୁରାଧା ମହାରଣା/ତ୍ରିନାଥ ମହାନ୍ତି):ଖଣ୍ଡଗିରି କୁମ୍ଭମେଳାରେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୪ଟି ଯାତ୍ରା ଅନୁଷ୍ଠାନ ଯାତ୍ରା ମହାସମରକୁ ଓହ୍ଲାଇଥିବାବେଳେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଇନ୍ଦିରା…

ବଢ଼ିବ ବାବୁଙ୍କ ଆର୍ଥିକ କ୍ଷମତା: ସରକାରୀ ଯୋଜନା ରକେଟ ବେଗରେ…

ଭୁବନେଶ୍ୱର,୨୮।୧(ରବିନାରାୟଣ ଜେନା):ରାଜ୍ୟ ସରକାରକୁ ଅଧିକ ଦକ୍ଷ ଓ ଗତିଶୀଳ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ୨୦୨୫ ମେ’ ୨୮ରେ ପ୍ରଶାସନିକ କ୍ଷମତାରେ ପରିବର୍ତ୍ତନ କରାଯାଇଥିବାବେଳେ ଏବେ…

ଛାତ ଉପରେ ବୋମା ଭିଡ଼ିବାବେଳେ ବିସ୍ଫୋରଣ

ଭୁବନେଶ୍ୱର,୨୮।୧(ତ୍ରିନାଥ ମହାନ୍ତି): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ନ୍ୟୁ ଆଜାଦ ନଗରରେ ଏକ ୩ତାଲା ବିଶିଷ୍ଟ ଛାତ ଉପରେ ମଙ୍ଗଳବାର ବୋମା ଭିଡ଼ିବା ସମୟରେ ବିସ୍ଫୋରଣ ଘଟି…

୨୨ ଚୌକା, ୧୧ ଛକା: ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତ ବିଶ୍ୱକପ୍‌ରେ…

ବୁଲାୱାୟୋ,୨୮।୧: ୧୯ ବର୍ଷରୁ କମ ବିଶ୍ୱକପର ସୁପର ସିକ୍ସ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୫୨ ରନ କରିଥିଲା। ଏହି ମ୍ୟାଚ ବୁଲାୱାୟୋରେ ଖେଳାଯାଉଛି। ଟିମ…

ବାଲିଟିକ୍ରା ନିକଟରୁ ମିଳିଲା ଶୁଭମଙ୍କ ମୃତଦେହ: ବଢୁଛି ସନ୍ଦେହ

ବରଗଡ଼,୨୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ପଞ୍ଚାୟତ କଲେଜ ନିକଟ ବାଲିଟିକ୍ରା ପାଖରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ, ସ୍ଥାନୀୟ ୱାର୍ଡ ନଂ-୭…

ଚର୍ଚ୍ଚାରେ ରାୟଗଡ଼ା ରାଜନୀତି: ୪ ଦିନ ତଳେ ଭାଜପାରେ ମିଶିଥିଲେ, ପୁଣି ବିଜେଡିକୁ ଫେରିଲେ; ଦିଲୀପଙ୍କ ନାଁରେ ଅଭିଯୋଗ…

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଭାଜପାରେ ମିଶିବାର ଚାରି ଦିନ ପରେ ପୁଣି ବିଜେଡିକୁ ଫେରିଛନ୍ତି…

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

ଦେଓମାଳୀ ବୁଲିବାକୁ ଗଲାବେଳେ ଆଖିବୁଜିଲେ ଦୁଇ ସାଙ୍ଗ: ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି  ଅନ୍ୟଜଣେ

ପଟ୍ଟାଙ୍ଗି,୨୭।୦୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଇସ୍କୁଲ ସମୁଖରେ ଏକ ପିକ୍‌ଅପ ଭ୍ୟାନ ସହ ମୋଟର ସାଇକେଲ ଧକ୍କା ହୋଇଛି। ଏଥିରେ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri